Advertisment

India's Air Operation Success: ଅପରେସନ୍ ସିନ୍ଦୂର ନେଇ ଆସିଲା ନୂଆ ତଥ୍ୟ: ପାକର ଏୟାର ଡିଫେନ୍ସ ସିଷ୍ଟମକୁ ଜାମ୍ କରିଥିଲା ଭାରତ

ଅପରେସନ୍ ସିନ୍ଦୂରରେ ମେ’ ୭ ଆକ୍ରମଣ ଦିନ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ଜାମ୍ କରି ଦେଇଥିଲା ଭାରତ। ଚୀନର ଯେଉଁ ଏୟାର ଡିଫେନ୍ସ ସିଷ୍ଟମ ଆଣି ପାକିସ୍ତାନ ମୁତୟନ କରିଥିଲା, ତାକୁ ଜାମ୍ ଆଉ ବାଇପାସ କରିବାରେ ସଫଳ ହୋଇଥିବା ଭାରତୀୟ ସେନା।

pakistan

pakistan

Advertisment

ଅପରେସନ୍ ସିନ୍ଦୂରରେ ମେ’ ୭ ଆକ୍ରମଣ ଦିନ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ଜାମ୍ କରି ଦେଇଥିଲା ଭାରତ। ଚୀନର ଯେଉଁ ଏୟାର ଡିଫେନ୍ସ ସିଷ୍ଟମ ଆଣି ପାକିସ୍ତାନ ମୁତୟନ କରିଥିଲା, ତାକୁ ଜାମ୍ ଆଉ ବାଇପାସ କରିବାରେ ସଫଳ ହୋଇଥିବା ଭାରତୀୟ ସେନା। ଭାରତୀୟ ସେନାର ଅପରେସନ୍ ସିନ୍ଦୂରର ସଫଳତା ପରେ ସାମ୍ନାକୁ ଆସିଛି ଏହି ନୂଆ ତଥ୍ୟ।

Advertisment

ଅଧିକ ପଢ଼ନ୍ତୁ: ହାଲତ୍ ଟାଇଟ୍; ସିନ୍ଧୁ ଚୁକ୍ତି ବାତିଲ ନିଷ୍ପତ୍ତିର ପୁନର୍ବିଚାର ଲାଗି ଅପିଲ୍ କଲା ପାକିସ୍ତାନ !

ଏହି ତଥ୍ୟ ଅନୁସାରେ ଅପରେସନ୍ ସିନ୍ଦୁର ବେଳେ ମେ’ ୭ ଆକ୍ରମଣରେ ମାତ୍ର ୨୩ ମିନିଟରେ ୯ଟି ଆତଙ୍କୀ ଆଡ୍ଡା ଧ୍ବସଂ କରିଥିଲା ଭାରତୀୟ ବାୟୁସେନା। ଏହି ସମୟରେ ଭାରତୀୟ ବାୟୁସେନା ପକ୍ଷରୁ ନିକ୍ଷେପ କରାଯାଇଥିବା ମିଜାଇଲ ସମ୍ପର୍କରେ ଟେର୍ ପାଇନଥିଲା ପାକିସ୍ତାନ।

Advertisment

ସଂପୂର୍ଣ୍ଣ ସ୍ବଦେଶୀ କୌଶଳରେ ନିର୍ମିତ ଓ ପ୍ରସ୍ତୁତ ଜ୍ଞାନକୌଶଳ ଦ୍ୱାରା ଭାରତ ଏହି ସଫଳତା ହାସଲ କରିଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମେ’ ୭ରେ ପିଓକେ ଏବଂ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ୯ଟି ପ୍ରମୁଖ ଆତଙ୍କୀ ଆଡ୍ଡା ଧ୍ଷଂସ ହୋଇଥିବା ବେଳେ, ସେଥିରେ ୫ ଟପ୍ ଆତଙ୍କୀ ସମେତ ୧୦୦ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।

ଅଧିକ ପଢନ୍ତୁ: ଚୀନ୍ ଓ ତୁର୍କୀ ଉପରେ ଭାରତର ଡିଜିଟାଲ ପ୍ରହାର

India Pakistan Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ