• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆମେରିକାରେ ଆରମ୍ଭ ହୋଇଛି ସୁବର୍ଣ୍ଣ ଯୁଗ । ଟ୍ରମ୍ପଙ୍କ ଦ୍ବିତୀୟ ପାଳିରେ ପ୍ରଥମ କଂଗ୍ରେସ ଅଧିବେଶନରେ କିଛି ଏଭଳି ଅଭିଭାଷଣ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ନିଜ ପୁରୁଣା ଅନ୍ଦାଜକୁ ଫେରିଛି, ଲୋକେ ଯେମିତି ଚାହୁଁଥିଲେ ସେମିତି ଆମେରିକା ଏବେ ଲୋକଙ୍କୁ ମିଳିଛି। ଆମେରିକାର ସ୍ବପ୍ନକୁ କେହି ଅଟକାଇ ପାରିବେ ନାହିଁ । ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ସଂସଦକୁ ସମ୍ବୋଧିତ କରିବା ସମୟରେ ଦୁଇଥର ଭାରତର ନାମ ନେଇଥିଲେ। ସେ କହିଥିଲେ ଯେ ଭାରତ ଆମ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରୁଛି । ଏହା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ଟ୍ରମ୍ପ କହିଛନ୍ତି ଯେ ୨ ଏପ୍ରିଲରୁ, ଆମେରିକୀୟ ଆମଦାନୀ ଉପରେ ଶୁଳ୍କ ଲାଗୁ କରୁଥିବା ଯେକୌଣସି ଦେଶ ଉପରେ ଆମେ ସମାନ ଶୁଳ୍କ ଲାଗୁ କରିବୁ ।

ଅଧିକ ପଢ଼ନ୍ତୁ: ଏହି ସହରରେ ଅଛନ୍ତି ସବୁଠାରୁ ଅଧିକ ଆରବପତି, ଜାଣନ୍ତୁ କେତେ ନମ୍ବରରେ ରହିଛି ଭାରତ

ଟ୍ରମ୍ପ କହିଛନ୍ତି ଯେ ଅନ୍ୟ ଦେଶମାନେ ଦଶନ୍ଧି ଧରି ଆମ ବିରୋଧରେ ଶୁଳ୍କ ବ୍ୟବହାର କରିଛନ୍ତି । କିନ୍ତୁ ଏବେ ସେହି ଦେଶଗୁଡ଼ିକ ବିରୋଧରେ ଏହି ଶୁଳ୍କ ବ୍ୟବହାର କରିବାର ପାଳି ଆମର । ରାଷ୍ଟ୍ରପତି କହିଛନ୍ତି ଯେ ଯଦି ଆପଣ ଟ୍ରମ୍ପ ପ୍ରଶାସନ ଅଧୀନରେ ଆମେରିକାରେ ଆପଣଙ୍କର ସାମଗ୍ରୀ ଉତ୍ପାଦନ କରନ୍ତି ନାହିଁ, ତେବେ ଆପଣଙ୍କୁ ଶୁଳ୍କ ଦେବାକୁ ପଡିବ ଏବଂ କିଛି କ୍ଷେତ୍ରରେ ଭାରୀ ଶୁଳ୍କ ଦେବାକୁ ପଡିବ ବୋଲି ସେ କହିଛନ୍ତି ।

ପ୍ରଥମ ଥର ପାଇଁ ଟ୍ରମ୍ପ ଆମେରିକା ଉପରେ ଶୁଳ୍କ ଲାଗୁ କରୁଥିବା ଦେଶଗୁଡ଼ିକୁ ତାଲିକାଭୁକ୍ତ କରି କହିଥିଲେ, ୟୁରୋପୀୟ ସଂଘ, ଚୀନ୍, ବ୍ରାଜିଲ୍, ଭାରତ, ମେକ୍ସିକୋ ଏବଂ କାନାଡା ଆମ ଉପରେ ଶୁଳ୍କ ଲଗାନ୍ତି । ଆହୁରି ଅନେକ ଦେଶ ଆମେ ସେମାନଙ୍କ ଉପରେ ଲାଗୁ କରୁଥିବା ଶୁଳ୍କ ଅପେକ୍ଷା ବହୁତ ଅଧିକ ଶୁଳ୍କ ଲଗାନ୍ତି । ଯାହାକି ଅନୁଚିତ୍ । ଏହା ପରେ ଦ୍ୱିତୀୟ ଥର ପାଇଁ ଭାରତର ନାମ ନେଇ ଟ୍ରମ୍ପ କହିଥିଲେ ଯେ ଭାରତ ଆମ ଉପରେ ୧୦୦ ପ୍ରତିଶତରୁ ଅଧିକ ଅଟୋ ଟିକସ୍‌ ଲଗାଉଛି ।

ସେହିପରି ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି ଯେ, 'ଆମ ଉତ୍ପାଦ ଉପରେ ଚୀନ୍‌ର ହାରାହାରି ଶୁଳ୍କ ଆମେ ଲଗାଉଥିବା ଶୁଳ୍କ ତୁଳନାରେ ଦୁଇଗୁଣ । ଦକ୍ଷିଣ କୋରିଆର ହାରାହାରି ଶୁଳ୍କ ଚାରି ଗୁଣ ଅଧିକ । ଆମର ବନ୍ଧୁ ଏବଂ ଶତ୍ରୁ ଉଭୟ ଏହା କରୁଛନ୍ତି। ଏହି ବ୍ୟବସ୍ଥା ଆମେରିକା ପାଇଁ ଉଚିତ୍ ନୁହେଁ । ତେଣୁ ଏପ୍ରିଲ ୨ରୁ ରେସିପ୍ରୋକାଲ ଶୁଳ୍କ ଲଗାଇବା ଆରମ୍ଭ ହେବ ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ଏହାର ଅର୍ଥ ଯିଏ ଯେତିକି ଶୁଳ୍କ ଲଗାଇବ ତା ଉପରେ ସେତିକି ଶୁଳ୍କ ଲାଗିବ ।

ଅଧିକ ପଢ଼ନ୍ତୁ: ଫେରିବେ ହସିନା, ବଢ଼ିଲା ୟୁନୁସ ସରକାରଙ୍କ ଟେନସନ

OTV is now on Whatsapp

Join and get latest news update delivered to you via whatsapp

Join Now