ସମଗ୍ର ବିଶ୍ୱରେ ଏମିତି ଏକ ଦେଶ ଅଛି, ଯେଉଁଠି ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିବା ବଡ଼ ଅପରାଧ । ସେହି ଦେଶରେ ନା କୌଣସି ମନ୍ଦିର ଅଛି, ନା କେହି ପୂଜାପାଠ କରିପାରିବେ । ଯଦି କେହି ଭଗବାନଙ୍କୁ ପୂଜା କରନ୍ତି, ତାହେଲେ ଜେଲ୍ ଯିବାକୁ ପଡେ । ଏହି ଦେଶ ଭାରତର ପଡୋଶୀ ଅଟେ । ଏଠାକୁ ପାଣିଠୁ ନେଇ ପନିପରିବା ଯାଏଁ ଭାରତରୁ ଯୋଗାଣ ହୋଇଥାଏ । ତଥାପି କେହି ହିନ୍ଦୁ ଧର୍ମାବଲମ୍ବୀ ଖୋଲାଖୋଲି ଭାବେ ପୂଜା ଉପାସନା କଲେ ଆଇନତଃ ଦଣ୍ଡବିଧାନ କରାଯାଏ । ଆପଣ ଭାବୁଥିବେ ଆମେ ପାକିସ୍ତାନ କିମ୍ବା ବାଂଲାଦେଶ କଥା କହୁଛୁ । କିନ୍ତୁ ନା !
ଅଧିକ ପଢ଼ନ୍ତୁ: ଆଇସିକ୍ରିମ୍ ଭିତରୁ ବାହାରିଲା ବିଷଧର ସାପ, ଫଟୋ ଭାଇରାଲ
ଆମେ ଯାହା କଥା କହୁଛୁ ଏକଦା ସେହି ଦେଶ ବୌଦ୍ଧ ଓ ହିନ୍ଦୁ ବହୁଳ ଥିଲା । ସେଠାରେ ରାଜାରାଜୁଡା ଶାସନ ଚାଲୁଥିଲା । ହେଲେ ଏବେ ସେଠାରେ ଦେବାଳୟ ଉପରେ ବ୍ୟାନ୍ ଲାଗିଛି । ପୂଜାପାଠ କଲେ ଜେଲ୍ ଦଣ୍ଡ ବିଧାନ ରହିଛି । କେବଳ ଇସଲାମ ବ୍ୟତୀତ ଅନ୍ୟ କୌଣସି ଧର୍ମର ଉପାସନା, ପ୍ରଚାର ପ୍ରସାରକୁ ପ୍ରଶୟ ଦିଆଯାଏ ନାହିଁ । ଅନ୍ୟ ଧର୍ମର ଉପାସନା ଏଠାରେ ଆଇନତଃ ଦଣ୍ଡନୀୟ । ଏଠି ଚାକିରି କରୁଥିବା ଭାରତୀୟ ନାଗରିକମାନେ ନିଜ ଘରେ ଗୁପ୍ତ ଭାବେ ପୂଜାର୍ଚ୍ଚନା କରିଥାନ୍ତି ।
ଭାରତ ସମେତ ସମଗ୍ର ବିଶ୍ୱରେ ହିନ୍ଦୁ ଧର୍ମ ଉପସାନାକୁ ନେଇ କୌଣସି କଟକଣା ନାହିଁ । ମୁସଲିମ୍ ବହୁଳ ପାକିସ୍ତାନ ଓ ବାଂଲାଦେଶରେ ବି ଏକାଧିକ ହିନ୍ଦୁ ମନ୍ଦିର ଅଛି । ଏଠି ପୂଜାପାଠ କରାଯାଏ, ହିନ୍ଦୁ ପର୍ବପର୍ବାଣି ପାଳନ ହୁଏ । ମାତ୍ର ସାରା ଦୁନିଆରେ ମାଳଦ୍ୱୀପ ଏମିତି ଏକମାତ୍ର ଦେଶ ଯେଉଁଠି ମନ୍ଦିର ବ୍ୟାନ୍ । ମାଳଦ୍ୱୀପ ସମ୍ବିଧାନ ଅନୁସାରେ, ଏହି ଦେଶର ସମସ୍ତ ନାଗରିକ ମୁସଲିମ ହେବା ଅପରିହାର୍ଯ୍ୟ । ଅଣ-ଇସଲାମିକ ଧାର୍ମିକ ପ୍ରଥା, ପରମ୍ପରା ଓ ପୂଜାସ୍ଥଳ ଉପରେ କଡା ପ୍ରତିବନ୍ଧକ ରହିଛି । ଏଠାରେ ଆଦୌ ମନ୍ଦିର ନାହିଁ ।
ମାଳଦ୍ବୀପର ଜନସଂଖ୍ୟା ପ୍ରାୟ ୫.୫ ଲକ୍ଷ । ସେମାନଙ୍କ ମଧ୍ୟରେ ସେଠି ଚାକିରି କରୁଥିବା ବିଦେଶୀ ନାଗରିକ ମଧ୍ୟ ଅନ୍ତର୍ଭୁକ୍ତ । ଭାରତରୁ ଓ ଶ୍ରୀଲଙ୍କାର ହଜାର ହଜାର ଲୋକ ମାଳଦ୍ବୀପର ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି । ଏହି ଦ୍ୱୀପଦେଶର ସମୁଦାୟ କ୍ଷେତ୍ରଫଳ ୨୯୮ ବର୍ଗ କିଲୋମିଟର । ଏହାର ମନୋରମ ବେଳାଭୂମି ଏହି ଦେଶର ବିଶ୍ୱର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳର ମାନ୍ୟତା ଦେଇଛି । ଭାରତରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ମାଳଦ୍ବୀପ ଯାଆନ୍ତି । ଅନେକ ସମୟରେ ବଡ଼ ବଡ଼ ସେଲିବ୍ରିଟିଙ୍କୁ ମାଳଦ୍ବୀପରେ ଛୁଟି କାଟୁଥିବାର ଦେଖାଯାଏ ।