Advertisment

ନିର୍ବାଚନ ପୂର୍ବରୁ ଇମ୍ରାନଙ୍କୁ ଶକ୍ତ ଝଟକା, ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ସିଫର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Imran Khan

Imran Khan

ପାକିସ୍ତାନ ସାଧାରଣ ନିର୍ବାଚନ ପୂର୍ବରୁ ଇମ୍ରାନଙ୍କୁ ଶକ୍ତ ଝଟକା। ସିଫର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ । ଦେଶର ଗୋପନୀୟ ତଥ୍ୟ ଲିକ୍ ଅଭିଯୋଗରେ ଏହି ଦଣ୍ଡାଦେଶ ଦେଇଛନ୍ତି ପାକିସ୍ତାନର ସ୍ୱତନ୍ତ୍ର କୋର୍ଟ । ଏହା ସହ ପୂର୍ବତନ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେସିଙ୍କୁ ବି ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଦେଶରେ ସାଧାରଣ ନିର୍ବାଚନ ପାଇଁ ଆଉ ୨ ସପ୍ତାହ ସମୟ ଥିବା ବେଳେ କୋର୍ଟ ଏଭଳି ରାୟ ଦେଇଛନ୍ତି । ଆଦିଆଲା ଜେଲରେ ଇମ୍ରାନଙ୍କୁ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Advertisment

ରାଓଲପିଣ୍ଡିର ଆଦିୟାଲା ଜେଲରେ ମାମଲାର ଶୁଣାଣି କାଳରେ ସ୍ୱତନ୍ତ୍ର କୋର୍ଟ ବିଚାରପତି ଜଷ୍ଟିସ୍ ଅବୁଲ ହସନନ ଜୁଲ୍କରନୈନ ଏହି ରାୟ ଦେଇଛନ୍ତି। ତେବେ କୋର୍ଟଙ୍କ ଏହି ରାୟ ପରେ ଇମ୍ରାନଙ୍କ ରାଜନୈତିକ ପାର୍ଟି ପିଟିଆଇ କୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛି। ପିଟିଆଇ ପକ୍ଷରୁ କୁହାଯାଇଛି ଯେ, ଆମ ନ୍ୟାୟିକ ଟିମ୍‌ ଏହି ରାୟକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିବ, ଆଶା କରାଯାଉଛି ଏହି ଦଣ୍ଡାଦେଶ ଉପରେ ରୋକ ଲାଗିପାରିବ।

ସୂଚନା ଅନୁସାରେ ସିଫର କେସ୍ ଜାତୀୟ ସୁରକ୍ଷା ସମ୍ପର୍କିତ ମାମଲା। କ୍ଷମତାଚ୍ୟୁତ ହେବା ପରେ ଇମ୍ରାନ ଖାନ ଏକ ରାଲିରେ କିଛି କାଗଜ ହାତରେ ଧରି ହଲାଇଥିଲେ ଓ କହିଥିଲେ ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ଅନ୍ତର୍ଜାତୀୟ ଶକ୍ତିଙ୍କ ଦ୍ୱାରା ଷଡ଼ଯନ୍ତ୍ର ରଚା ଯାଇଥିଲା। ଏଣୁ ଗୁପ୍ତ ସୂଚନାକୁ ଇମ୍ରାନ ତାଙ୍କ ବ୍ୟକ୍ତିଗତ ବ୍ୟବହାରରେ ଲଗାଇଥିବା ଅଭିଯୋଗ ହୋଇଥିଲା। କୋର୍ଟ ୧୦ବର୍ଷ ଜେଲଦଣ୍ଡାଦେଶ କରିଥିବାରୁ ଏବେ ଇମ୍ରାନ ଓ ଶାହ ମେହମୁଦ କ୍ୟୁରେସୀଙ୍କ ନିର୍ବାଚନ ଲଢିବାର ରାସ୍ତା ବନ୍ଦ ହୋଇଯାଇଛି।

Advertisment
Pakistan Former PM Imran Khan
Advertisment
Advertisment