Advertisment

ଗାଜା ଷ୍ଟ୍ରିପ୍‌ରେ ଆରମ୍ଭ ହେବ ଡୋର୍ ଟୁ ଡୋର୍ ଅପରେସନ୍‌ ! ଗାଜାବାସୀଙ୍କୁ ୩ ଘଣ୍ଟିଆ ଡେଡ୍‌ଲାଇନ୍‌ ଦେଲା IDF

ଇସ୍ରାଏଲ ସୈନ୍ୟ ‘X’ରେ ଲେଖିଛନ୍ତି, ଗାଜା ସହର ଏବଂ ଉତ୍ତର ଗାଜାର ବାସିନ୍ଦା, ଅତୀତରେ ଆମେ ଆପଣଙ୍କୁ ସୁରକ୍ଷା ପାଇଁ ଦକ୍ଷିଣ ଗାଜା ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛୁ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Israel Defense Force

Israel Defense Force

ଏକ ସପ୍ତାହ ଧରି ଜାରି ରହିଛି ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ମହାଯୁଦ୍ଧ। ଏହି ଯୁଦ୍ଧରେ ଇସ୍ରାଏଲ ହମାସକୁ ଶେଷ କରିବାକୁ ସ୍ଥିର କରିନେଇଛି । ଇସ୍ରାଏଲ ଆକ୍ରମଣର ଶେଷ ପର୍ଯ୍ୟାୟରେ ଏବେ ରହିଛି। ଗାଜା ଷ୍ଟ୍ରିପ୍‌ରେ ସ୍ଥଳ ସେନା ଅଭିଯାନ କରିବା ପାଇଁ ପ୍ରସ୍ତୁତି ଶେଷ କରିଛି ଇସ୍ରାଏଲ। ତେଣୁ ଗାଜା ଷ୍ଟ୍ରିପ୍‌ ଛାଡିବାକୁ ନାଗରିକମାନଙ୍କୁ ୩ ଘଣ୍ଟା ସମୟ ଦେଇଛି ଇସ୍ରାଏଲ । ଇସ୍ରାଏଲ୍ ସେନା (IDF) ଗାଜା ନାଗରିକମାନଙ୍କୁ ଉତ୍ତର ଗାଜାଠାରୁ ଦକ୍ଷିଣକୁ ଯିବାକୁ ୩ ଘଣ୍ଟା ସମୟ ଦେଇଛି।

Advertisment

ଇସ୍ରାଏଲ ସୈନ୍ୟ ‘X’ରେ ଲେଖିଛନ୍ତି, ଗାଜା ସହର ଏବଂ ଉତ୍ତର ଗାଜାର ବାସିନ୍ଦା, ଅତୀତରେ ଆମେ ଆପଣଙ୍କୁ ସୁରକ୍ଷା ପାଇଁ ଦକ୍ଷିଣ ଗାଜା ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛୁ। ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ IDF ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଏହି ମାର୍ଗରେ କୌଣସି ମିଲିଟାରୀ ଅପରେସନ୍‌ କାର୍ଯ୍ୟ କରିବ ନାହିଁ। ଏହି ୩ ଘଣ୍ଟା ସମୟ ମଧ୍ୟରେ ଦୟାକରି ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ଯାଆନ୍ତୁ’।

Advertisment

ସୂଚନା ଅନୁସାରେ ଏବେ ଇସ୍ରାଏଲ୍‌ ତୋପ ଓ ଟ୍ୟାଙ୍କ୍ ଗାଜା ଷ୍ଟ୍ରିପ୍‌ ଆଡ଼କୁ ମୁହାଁଇଛି । ଗାଜା ସୀମାରେ ଆମେରିକାର ଯୁଦ୍ଧ ଜାହାଜ ମଧ୍ୟ ନିୟୋଜିତ କରାଯାଇଛି। ଇସ୍ରାଏଲ ଏବେ ଡୋର ଟୁ ଡୋର ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଇସ୍ରାଏଲ ଏବେ ଯେକୌଣସି ସ୍ଥିତିରେ ଗାଜା ଷ୍ଟ୍ରିପ୍‌କୁ ନିଜ କବ୍ଜାକୁ ଆଣିବାକୁ ଚେଷ୍ଟା କରୁଛି । ତେଣୁ ସ୍ଥଳଭାଗରେ ଗାଜା ଉପରେ ଆକ୍ରମଣ ପାଇଁ IDFର ପୂରା ପ୍ରସ୍ତୁତ ହୋଇସାରିଛି। ତେବେ ଏହାରି ମଧ୍ୟରେ ଇସ୍ରାଏଲ ସେନା ଦୁଇ ହମାସ୍‌ କମାଣ୍ଡରଙ୍କୁ ହତ୍ୟା କରିଛନ୍ତି। ଇସ୍ରାଏଲ୍‌ ବାୟୁସେନା ପକ୍ଷରୁ କୁହାଯାଇଛି ଗତ ରାତିରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ହମାସ୍‌ର ବାୟୁସେନା ମୁଖ୍ୟ ମୁରାଦ ଅବୁ ମୁରାଦ ଏବଂ କମାଣ୍ଡୋ ଫୋର୍ସର କମାଣ୍ଡର ଅଲି କାଦିଙ୍କୁ ହତ୍ୟା କରିଛି।

Israel Palestine
Advertisment
Advertisment