Advertisment

ଗାଜାରେ ହମାସର ସବୁଠୁ ବଡ଼ ସୁଡ଼ଙ୍ଗ ଠାବ, ମାଟି ତଳେ ଲମ୍ବିଛି ୪ କିଲୋମିଟର

ତେବେ କେଉଁ ପରିସ୍ଥିତିରେ ଏହି ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା ? ଏଭଳି ସୁଡ଼ଙ୍ଗ ନିର୍ମାଣରେ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ ହୋଇଥିବ ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
longest tunnel in gaza

longest tunnel in gaza

ମାଟି ତଳେ ୪ କିଲୋମିଟର ଲମ୍ବା ସୁଡ଼ଙ୍ଗ। ଗାଜାରେ ହମାସର ସବୁଠୁ ବଡ଼ ସୁଡ଼ଙ୍ଗ ଠାବ କରିଥିବା ଇସ୍ରାଏଲ ଡିଫେନ୍ସ ଫୋର୍ସ ଦାବି କରିଛି। ଆଉ ସୁଡ଼ଙ୍ଗକୁ ଦେଖିଲେ ମଧ୍ୟ ଆପଣ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେନି। ଗାଜା ମାଟି ତଳେ ସତେ ଯେମିତି ଗଢ଼ି ଉଠିଛି ଆଉ ଏକ ସହର। ମାଟି ତଳେ ମାଇଲ ମାଇଲ ବାଟ ଧରି ସୁଡ଼ଙ୍ଗ। ସୁଡ଼ଙ୍ଗର ଆକାର ଏଭଳି ଏହା ମଧ୍ୟ ଦେଇ ଛୋଟ ଯାନ ବେସ୍ ଆରାମରେ ଯାତାୟାତ କରିପାରିବ। ଖାଲି ସେତିକୁ ନୁହେଁ ସୁଡଙ୍ଗ ମଧ୍ୟରେ ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ରହିଛି। ଡ୍ରେନେଜ୍ ସିଷ୍ଟମ ସହ ବିଜୁଳି ଟେଲିଫୋନ ନେଟୱର୍କ ମଧ୍ୟ ରହିଛି ସୁଡ଼ଙ୍ଗ ଭିତରେ ।

Advertisment

ତେବେ କେଉଁ ପରିସ୍ଥିତିରେ ଏହି ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା। ଏଭଳି ସୁଡ଼ଙ୍ଗ ନିର୍ମାଣରେ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ ହୋଇଥିବ ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି । ସେହିପରି ସୁଡ଼ଙ୍ଗ ନିର୍ମାଣରେ ବର୍ଷ ବର୍ଷ ଲାଗିଥିବ। ଏହି ଯୋଜନାର ନେତୃତ୍ୱ ହମାସ ମୁଖ୍ୟ ୟାହା ସେନୱରର ଭାଇ ମହମ୍ମଦ ୟାହା ନେଇଥିବା IDF କହିଛି । ସେ ହିଁ ୭ ଅକ୍ଟୋବର ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ବୋଲି କୁହାଯାଉଛି । ସୂଚନା ଅନୁଯାୟୀ ଗତ ୭ ଅକ୍ଟୋବରରେ ହମାସ ଇସ୍ରାଏଲ ଉପରେ ଏକକାଳୀନ ୫ ହଜାରରୁ ଅଧିକ ରକେଟ ଆକ୍ରମଣ କରିଥିଲା। ଏହାର ଜବାବରେ ଇସ୍ରାଏଲ ସେନା ମଧ୍ୟ ଅପରେସନ ଆରମ୍ଭ କରିଥିଲା।

Israel
Advertisment
Advertisment