• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୪ ଘଣ୍ଟାରେ ୧୪୦୦ ଥର ଭୂକଂପ । ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡରେ ସିରିଜ୍ ଭୂକଂପ ଝଟକା । ୨୪ ଘଣ୍ଟାରେ ୧୪୦୦ ଥର ଭୂକଂପ ଝଟ୍‌କା ଅନୁଭୂତ । ଭୂକଂପ ପରେ ଦେଶରେ ଜରୁରୀ ସ୍ଥିତି ଘୋଷଣା କଲେ ସରକାର । ଦକ୍ଷିଣ-ପଶ୍ଚିମ ରେକଜାନେସ୍ ଉପଦ୍ୱୀପରେ ବହୁଥର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଆଗ୍ନେୟଗିରି ଉଦ୍‌ଗିରଣ ଆଶଙ୍କାରେ ଜରୁରିକାଳୀନ ଘୋଷଣା କରିଛନ୍ତି ସରକାର । ଭୂକଂପର ସର୍ବାଧିକ ତୀବ୍ରତା ୫.୨ ଥିବା ସୂଚନା । ଭୂକଂପରେ କୌଣସି ମୃତାହତ ଓ କ୍ଷୟକ୍ଷତି ନେଇ ସୂଚନା ନାହିଁ ।

ଗ୍ରିଣ୍ଡାଭିକର ଉତ୍ତରରେ ସର୍ବାଧିକ ୫.୨ ମାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି । ଏଠାକୁ ଯାଇଥିବା ରାସ୍ତା ଭୂମିକମ୍ପ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବାରୁ ଏହି ରାସ୍ତାରେ ଯାତାୟାତ ବନ୍ଦ କରି ଦିଆଯାଇଛି । ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଏଭଳି ଭୂକମ୍ପ ସଂଘଟିତ ହେବ ବୋଲି ଆଇସଲାଣ୍ଡ ପାଣିପାଗ ବିଭାଗ ତରଫରୁ କୁହାଯାଇଛି ।

ଆଇସଲ୍ୟାଣ୍ଡ୍ ପାଣିପାଗ ବିଭାଗ ମୁତାବକ, ରେକଜାନେସ୍‌ ଦ୍ୱୀପରେ ଗତ ୨୪ ଘଣ୍ଟାରେ ୧୪୦୦ ଭୂକମ୍ପ ଝଟକା ଅନୁଭୂତ ହୋଇଛି । କିଛି ଦିନ ମଧ୍ୟରେ ଏକ ବିସ୍ଫୋରଣ ହୋଇପାରେ। ପାଖାପାଖି ୪ ହଜାର ଲୋକ ବାସ କରୁଥିବା ଗ୍ରିଣ୍ଡାଭିକ୍ ଗାଁ, ଦକ୍ଷିଣ-ପଶ୍ଚିମ ଅଞ୍ଚଳଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଅବସ୍ଥିତ।

ତେବେ ଏଠାରେ ଆଗ୍ନେୟଗିରି ଉଦଗୀରଣର ମଧ୍ୟ ଆଶଙ୍କା ରହିଛି ବୋଲି ଭୂତତ୍ତ୍ୱବିତ୍ କହିଛନ୍ତି । ଆଇସଲାଣ୍ଡରେ ୩୩ଟି ଆଗ୍ନେୟଗିରି ରହିଛି । ଗତ ତିନି ବର୍ଷ ହେବ ଏଥିରୁ ଅଗ୍ନି ଉଦଗୀରଣ ହେବାର ନଜିର ରହିଛି । ତେଣୁ ୧୬ ନଭେମ୍ବର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି ।