• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜେନେରେଟିଭ୍‌ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଚଳିତ ବର୍ଷ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ ଚାଟ୍ ଜିପିଟି ଭଳି ଆପ୍ ଲୋକଙ୍କୁ ଆକର୍ଷିତ କରୁଛି । AI ଚାଟବକ୍ସକୁ ବିଭିନ୍ନ ପ୍ରକାରର କାମ ପାଇଁ ନିୟୋଜିତ କରାଯାଉଥିବା ବେଳେ ଏହାର ଅପବ୍ୟବହାର ନେଇ ମଧ୍ୟ ଆଶଙ୍କା ଉପୁଜିଛି । ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ଠାରୁ ଆରମ୍ଭ କରି ଏଲନ୍ ମସ୍କ (Elon Musk)ଙ୍କ ପର୍ଯ୍ୟନ୍ତ ସମସ୍ତେ ଏଆଇ ଟେକ୍‌ନିକ୍‌କୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏମାନଙ୍କ ପରେ ଆରବପତି ନିବେଶକ ତଥା Berkshire Hathawayର ପ୍ରତିଷ୍ଠାତା ୱାରେନ୍ ବଫେ(Warren Buffett) ଆର୍ଟିଫିସିଆଲ ଏଆଇକୁ ନେଇ ଚିନ୍ତା ପ୍ରକଟ କରିବା ସହ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସକୁ ‌ପରମାଣୁ ବୋମା( Atom Bomb) ସହ ତୁଳନା କରିଛନ୍ତି ।

Berkshire Hathawayର ବାର୍ଷିକ ବୈଠକରେ ଏଆଇକୁ ନେଇ ଆଲୋଚନା କରିଛନ୍ତି ୱାରେନ୍ ବଫେ । ଆଲୋଚନା ସମୟରେ ତାଙ୍କ ବନ୍ଧୁ ତଥା ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କ ସହ ହୋଇଥିବା କଥା ବଖାଣିଛନ୍ତି । ତିନି ମାସ ପୂର୍ବେ ବିଲ ଗେଟସ ଏଆଇର ଚାଟଜିପିଟି ବିଷୟରେ ୱାରେନ୍ ବଫେକୁ ସୂଚନା ନେଇଥିଲେ । ଏହି ଶକ୍ତିଶାଳୀ ପ୍ରଯୁକ୍ତବିଦ୍ୟାର ଶକ୍ତି ତଥା କ୍ଷମତା ସମ୍ପର୍କରେ ଶୁଣି ସେ ଅଭିଭୂତ ହେବା ସହ ଖୁସି ହୋଇଯାଇଥିଲେ । ହେଲେ ଏହାର ବିପରୀତ ଦିଗ କଥା ଭାବି ଏବେ ସେ ଚିନ୍ତିତ ହୋଇ ପଡ଼ିଛନ୍ତି ।

ଅଧିକ ପଢ଼ନ୍ତୁ: ଆପଣ ମନରେ କିଛି ବି ଚିନ୍ତା କରନ୍ତୁ, ତାକୁ ଚଟ୍‌ କି ଧରିଦେବ AI...

ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ମହତ୍‌ ଉଦ୍ଦେଶ୍ୟ ରଖି ପରମାଣୁ ବୋମାକୁ ଉଦ୍ଭାବନ କରାଯାଇଥିଲା, ହେଲେ ଏହାର ଭୟଙ୍କର ପରିଣାମ ସମ୍ପର୍କରେ ସମସ୍ତେ ଅବଗତ । ପରମାଣୁ ବୋମାର ଉଦ୍ଭାବନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ତେଣୁ ଆମକୁ ୨୦୦ ବର୍ଷ ଆଗକୁ ଚିନ୍ତା କରି କାମ କରିବାକୁ ପଡ଼ିବ । ଏଆଇ ଦୁନିଆର ସବୁ କିଛି କାମ କରିପାରିବ । ସବୁ କିଛିର ପରିବର୍ତ୍ତନ ଏଆଇ ପାଇଁ ଅସମ୍ଭବ ନୁହେଁ । କିନ୍ତୁ ଏହି ଟେକ୍ନୋଲୋଜି ମଣିଷ ଭଳି ଚିନ୍ତା କରିପାରିବ ନାହିଁ । ହୁଏତ ବର୍ତ୍ତମାନ ଆମ ପାଖରେ କୌଣସି ବିକଳ୍ପ ନାହିଁ । କିନ୍ତୁ କିଛି ଆରମ୍ଭ କରିବା ପୂର୍ବରୁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ ।

କେବଳ ୱାରେନ୍ ବଫେ ନୁହେଁ ବହୁ ବଡ଼ ବଡ଼ ବୈଜ୍ଞାନିକ ଓ ଉଦ୍ୟୋଗୀ ଏଆଇକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ନିକଟରେ ଗୁଗଲ୍‌ ଛାଡ଼ିବା ସମୟରେ AIକୁ ନେଇ ଚେତାବନୀ ଦେଇଥିଲେ AI ର ଗଡ୍‌ଫାଦର ଜିଓଫ୍ରେ ହିଣ୍ଟନ(Geoffrey Hinton) । ଆଇକୁ ବିକଶିତ କରିବାରେ ପ୍ରାରମ୍ଭରେ ଯେଉଁମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ସେମାନଙ୍କ ମଧ୍ୟରେ ହିଣ୍ଟନ ଅନ୍ୟତମ । ଏଆଇ ପାଇଁ ଅନେକ କାର୍ଯ୍ୟ ସବୁ ପୂର୍ବ ଅପେକ୍ଷା ସହଜ ହୋଇଛି । ଗୋଟିଏପଟେ ସମସ୍ତେ AIକୁ ନେଇ ଉତ୍ସାହିତ ଥିବାବେଳେ ଅନ୍ୟପଟେ ଏହାକୁ ବଡ଼ ଭୁଲ୍‌ ବୋଲି କହିଥିଲେଜିଓଫ୍ରେ ହିଣ୍ଟନ । ଏହା ଭବିଷ୍ୟତରେ ବଡ଼ ବିପଦ ସାବ୍ୟସ୍ତ ହୋଇପାରେ ବୋଲି ସେ ଲୋକଙ୍କୁ ଚେତାଇ ଦେଇଥିଲେ ।