• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ବିଶ୍ୱରେ ଏବେ ମାନ୍ଦାବସ୍ଥା । ବଡ଼ ବଡ଼ କମ୍ପାନୀ ମାନେ କରୁଛନ୍ତି ଛଟେଇ । ଜାତୀୟ, ଅନ୍ତର୍ଜାତୀୟଠାରୁ ଆରମ୍ଭ କରି ବହୁ ରାଷ୍ଟ୍ରୀୟ କମ୍ପାନୀ ଗୁଡ଼ିକ ଆରମ୍ଭ କରିଛନ୍ତି ଛଟେଇ ପର୍ବ । ଫଳରେ କର୍ମଚାରୀଙ୍କ ମଧ୍ୟରେ ପଡ଼ିଛି ଭାଳେଣି । ଟ୍ୱିଟର ତାପରେ ମେଟା ଆଉ ତାପରେ ଆମାଜନ୍‌ ଓ ପରେ ସାମ୍ନାକୁ ଆସିଥିଲା ଜୋମାଟୋ । ଗୋଟିଏ ପରେ ଗୋଟିଏ ବଡ଼ ସଂସ୍ଥା ନିଜ କର୍ମଚାରୀଙ୍କୁ ଛଟେଇ କରିଥିଲେ । ଯାହାକି ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା ।

ତେବେ ଏହି କ୍ରମରେ ଏବେ ଯୋଡ଼ି ହୋଇଛି ଏଚ୍‌ପି । ପ୍ରିଣ୍ଟର କମ୍ପ୍ୟୁଟର ଜଗତରେ ବେଶ୍‌ ପରିଚିତ ନାଁ ହେଉଛି HP । ତେବେ ସେ ମଧ୍ୟ ନିଜ କର୍ମଚାରୀଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ କରିଛି ।ଯାହାକୁ ନେଇ ଏବେ ପୁରା ହାର୍ଡଓୟାର ତଥା ଆଇଟି କ୍ଷେତ୍ରରେ ତ୍ରାହୀ ତ୍ରାହୀ ଡାକିଲେଣୀ କର୍ମଚାରୀ । ସମସ୍ତଙ୍କ ମନରେ ସେଇ ଗୋଟିଏ ଛନକା, କାଳେ ନିଜ କମ୍ପାନୀ ବି କରିବ ଛଟେଇ । ଆଉ ଆଖିପିଛୁଳାକେ ଚାଳିଯିବ ଚାକିରି ।

ମିଳିଥିବା ସୂଚନା ଅନୁଯାୟୀ, HP ପ୍ରାୟ ୪୦୦୦ ରୁ ୬୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଯୋଜନା କରୁଛି । ତେବେ ଏହି ସଂଖ୍ୟା ହେଉଛି କମ୍ପାନୀର ପ୍ରାୟ ୭ରୁ ୧୧ ପ୍ରତିଶତ କର୍ମଚାରୀ । ତେବେ ଏହି ଛଟେଇ କାର୍ଯ୍ୟକ୍ରମ ୨୦୨୫ ଶେଷ ସୁଦ୍ଧା ସରିବ ବୋଲି HP ପକ୍ଷରୁ କୁହାଯାଇଛି । HP ପକ୍ଷରୁ ଫ୍ୟୁଚର ରେଡି ଟ୍ରାନ୍ସଫରମେସନ୍‌ ପ୍ଲାନ୍‌ର ଘୋଷଣା କରାଯାଇଛି । ଏହି ଘୋଷଣା ପରେ କମ୍ପାନୀ ଲକ୍ଷ ରଖିଛି ଯେ, ୨୦୨୫ ଶେଷ ସୁଦ୍ଧା ୧.୪ ବିଲିୟନ୍ ଡଲାର ସେଭିଂ କରିବ । ଅନ୍ୟପଟେ ପ୍ରାୟ ୧ ବିଲିୟନ ଡଲାର ଖର୍ଚ୍ଚ କାଟ କରିବ ବୋଲି ମଧ୍ୟ କମ୍ପାନୀ ଯୋଜନା ରଖିଛି ।

 

ତେବେ ଏହା ପୂର୍ବରୁ ଜୋମାଟୋ ମଧ୍ୟ ସମାନ ଢ଼ଙ୍ଗରେ ଛଟେଇ କରିବ ବୋଲି କହିସାରିଛି । ଅନଲାଇନ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋରେ ବି ଛଟେଇ ହେବେ କର୍ମଚାରୀ । ଅନଲାଇନରେ ଖାଦ୍ୟ ଡେଲିଭରି କରୁଥିବା ଜୋମାଟୋ ତାର ବିଭିନ୍ନ ବିଭାଗର କର୍ମଚାରୀଙ୍କୁ କମ୍ପାନୀ ଛାଡ଼ିବାକୁ ନୋଟିସ ଦେଇସାରିଛି । କମ୍ପାନୀର ୩ ପ୍ରତିଶତ କର୍ମଚାରୀଙ୍କୁ ଚାକିରି ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ କମ୍ପାନୀରେ ବିଭିନ୍ନ ବିଭାଗ ଏଥିପାଇଁ ପ୍ରଭାବିତ ହେବାକୁ ଯାଉଛି ।

ଜୋମାଟୋର ଏହି ପରିସ୍ଥିତିକୁ ସମ୍ମୁଖୀନ କରୁଥିବା କର୍ମଚାରୀଙ୍କ ସୂଚନା ମୁତାବକ, ବୈଷୟିକ, ପ୍ରଡକ୍ଟ ଏବଂ ମାର୍କେଟିଂ ବିଭାଗର କର୍ମଚାରୀମାନଙ୍କୁ ଚାକିରିରୁ ଇସ୍ତଫା ଦେବା ପାଇଁ ଚେତାବନୀ ଦିଆଯାଇଛି । ଦକ୍ଷତା ଚୟନ ମାପଦଣ୍ଡରେ ୩ ପ୍ରତିଶତ କର୍ମଚାରୀଙ୍କ ଛଟେଇ କରାଯାଇଛି ।