Advertisment

କେମିତି ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲା ଆତଙ୍କୀ, କହିଲେ ଆମେରକୀୟ ଅଧିକାରୀ

ସେଠାରେ ଲୋକଙ୍କ ପ୍ରବଳ ଗହଳି ଥିଲା ଏବଂ ସେମାନେ ପ୍ରଥମେ ତାଲିବାନୀ କମାଣ୍ଡରଙ୍କ ଚେକ୍‌ପଏଣ୍ଟ୍ ଦେଇ ଆବେ ଗେଟ୍ ପାଖକୁ ଆସୁଥିଲେ।ଆମେରିକୀୟ ମରିନ୍‌ର ଯବାନ ଓ ଅନ୍ୟ ଅଧିକାରୀ ସେମାନଙ୍କୁ ଚେକିଂ କରୁଥିଲେ। ତାଲିବାନ କମାଣ୍ଡର୍ ଓ ଲଢ଼ାକୁ ଭିଡ଼କୁ କାବୁ କରିବା ପାଇଁ ୨ଥର ଲୋକମାନଙ୍କୁ ଠେଲି ନେଇଯାଇଥିଲେ।

author-image
Chandan Shishu
Kabul Bomb Blast

Kabul Bomb Blast

କାବୁଲ: ଭିଡ଼ ଏକାଠି ହେବା ପାଇଁ ଶେଷ ମୁହୂର୍ତ୍ତ ଯାଏଁ ଅପେକ୍ଷା କରିଥିଲା ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବା ଆତଙ୍କୀ। ଆମେରିକା ସେନା ଠିକ୍ ଚେକିଂ କରିବା ସମୟରେ ହିଁ ସେ ବିସ୍ଫୋରଣ ଘଟାଇଥିଲା। କାବୁଲ୍ ଏୟାର୍ପୋର୍ଟର ଆବେ ଗେଟ୍‌ରେ ବିସ୍ଫୋରଣ କରିଥିବା ଆତଙ୍କୀ ସଂପର୍କରେ ଜଣେ ଆମେରିକୀୟ ଅଧିକାରୀ ଏହି ସୂଚନା ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେ କହିଛନ୍ତି ଯେ, ପୂର୍ବରୁ ଆତଙ୍କୀ ହମ୍‌ଲା ହୋଇପାରେ ବୋଲି ସତର୍କ ସୂଚନା ପାଇବା ପରେ ଅନ୍ୟ ୨ଟି ଗେଟ୍ ବନ୍ଦ କରି କେବଳ ଆବେ ଗେଟ୍ ଖୋଲାଯାଇଥିଲା।

Advertisment

ସେଠାରେ ଲୋକଙ୍କ ପ୍ରବଳ ଗହଳି ଥିଲା ଏବଂ ସେମାନେ ପ୍ରଥମେ ତାଲିବାନୀ କମାଣ୍ଡରଙ୍କ ଚେକ୍‌ପଏଣ୍ଟ୍ ଦେଇ ଆବେ ଗେଟ୍ ପାଖକୁ ଆସୁଥିଲେ। ଆମେରିକୀୟ ମରିନ୍‌ର ଯବାନ ଓ ଅନ୍ୟ ଅଧିକାରୀ ସେମାନଙ୍କୁ ଚେକିଂ କରୁଥିଲେ। ତାଲିବାନ କମାଣ୍ଡର୍ ଓ ଲଢ଼ାକୁ ଭିଡ଼କୁ କାବୁ କରିବା ପାଇଁ ୨ଥର ଲୋକମାନଙ୍କୁ ଠେଲି ନେଇଯାଇଥିଲେ, ହେଲେ ତୃତୀୟ ଥର ଭିଡ଼ ଭିତରେ ସୁଇସାଇଡ୍ ବମ୍ବର୍ ବି ଆସିଥିଲା। ୨୫ ପାଉଣ୍ଡ୍ ଅର୍ଥାତ୍ ୧୧ କିଲୋରୁ ଅଧିକ ବିସ୍ଫୋରକ ଭର୍ତ୍ତି ଜାକେଟ୍ ସହ ସେ ଆସିଥିଲା ଏବଂ ଆମେରିକୀୟ ଯବାନ ତାକୁ ଠିକ୍ ଯାଞ୍ଚ କରିବା ପାଇଁ ଉଦ୍ୟତ ହୁଅନ୍ତେ ସେ ବିସ୍ଫୋରଣ ଘଟାଇଥିଲା।

କାବୁଲ ଆନ୍ତର୍ଜାତିକ ବିମାନବନ୍ଦର ବାହାରେ ଗୁରୁବାର ସନ୍ଧ୍ୟାରେ ତିନୋଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ତେବେ ବିମାନବନ୍ଦରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ନିଜର ସମ୍ପୃକ୍ତ ଥିବା ନେଇ ଦାବି କରିଛି ଇସଲାମିକ ଷ୍ଟେଟ ଖୋରାସାନ ପ୍ରାନ୍ତ (ଆଇଏସକେପି) । ଏହା ସହିତ ଆଇଏସ୍ ପକ୍ଷରୁ ବିସ୍ଫୋରଣକାରୀର ଏକ ଛବି ମଧ୍ୟ ଜାରି କରାଯାଇଥିଲା ।

Advertisment

ଆଇଏସ୍ ଜାରି କରିଥିବା ଫଟୋ ଆତ୍ମଘାତୀ ବିସ୍ଫୋରଣକାରୀ ଅବଦୁଲ ରହମାନ ଅଲ ଲୋଗାରୀର ବୋଲି କୁହାଯାଉଛି । ସେ ଲୋଗର ପ୍ରଦେଶର ବାସିନ୍ଦା ଥିଲା ବୋଲି ଅନୁମାନ ହେଉଛି । ଆତ୍ମଘାତୀ ବିସ୍ଫୋରଣକାରୀର ଛବି ସହିତ ସେ ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି । ଯେଉଁଥିରେ ଲେଖା ଅଛି କାବୁଲ ବିମାନବନ୍ଦରରେ ଇସଲାମିକ୍ ଷ୍ଟେଟ୍ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୧୬୦ ଜଣ ଆମେରିକୀୟ ସୈନିକ ଏବଂ ସେମାନଙ୍କର ସହଯୋଗୀ ପ୍ରାଣ ହରାଇଛନ୍ତି । ISKPର ଏହି ବାର୍ତ୍ତା ଅନୁସାରେ ଏହି ବିସ୍ଫୋରଣ ଘଟାଇବାରେ ସ୍ଥାନୀୟ ଲୋକେ ସାହାଯ୍ୟ କରିଥିଲେ।

Suicide Bombing Kabul Taliban
Advertisment
Advertisment