• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏୟାରପୋର୍ଟରୁ ଜବତ ହେଲା ମଣିଷ ଖପୁରୀ । ଗୋଟିଏ କି ଦୁଇଟି ନୁହେଁ ଏକା ଥରକେ ଚାରଟି ଖପୁରୀ ଜବତ କଲା କଷ୍ଟମ ବିଭାଗ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏୟାରପୋର୍ଟରୁ ଅନେକ ଥର ଏଭଳି ବିଚିତ୍ର ସାମଗ୍ରୀ ସବୁ ଜବତ ହେବାର ନଜିର ରହିଛି । ଏଭଳି ସାମଗ୍ରୀ ଜବତ କରିବା ଦ୍ୱାରା କଷ୍ଟମ ବିଭାଗ ବି ବେଳେ ବେଳେ ଚିନ୍ତାରେ ପଡ଼େ ।

କେତେବେଳେ ନର୍କୋଟିକ୍ସ ତ କେତେବେଳେ ପଶୁ ଏବଂ କେତେବେଳେ ମଣିଷ ମୃତଦେହ ବି କଷ୍ଟମ ବିଭାଗ ଜବତ କରିବାର ନଜର ରହିଛି । ବିମାନରେ ଆସୁଥିବା ଯାତ୍ରୀ, ଏଭଳି ସାମଗ୍ରୀ ଧରି କୌଣସି ଦେଶ ବା ରାଜ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରିଥାନ୍ତି । ନଚେତ୍ କୌଣସି ଦେଶ ବା ରାଜ୍ୟ ବାହାରକୁ ଧରି ଯିବା ପାଇଁ ଚେଷ୍ଟା କରନ୍ତି । ଏତିକି ବେଳେ ଏୟାରପୋର୍ଟରେ କଷ୍ଟମ ବିଭାଗ ହାତରେ ଧରାପଡ଼ନ୍ତି । ଠିକ୍‌ ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି । ଏକ ପାର୍ସଲରେ ୪ଟି ମଣିଷ ଖପୁରୀ ଥିବା ନେଇ କଷ୍ଟମ ବିଭାଗ ଜାଣିବା ପରେ ଏହାକୁ ଜବତ କରିଛି ।

ଅଧିକ ପଢ଼ନ୍ତୁ: ବାପ୍‌ରେ ବାପ୍‌ ଏତେ ଗହଳି! ଦିଲ୍ଲୀ ଏୟାରପୋର୍ଟକୁ ଲୋକେ କହିଲେଣି କୁମ୍ଭମେଳା

ତେବେ ଏହି ମଣିଷ ଖପୁରୀଗୁଡ଼ିକୁ ସିଲ୍‌ଭର ଫଏଲ୍‌ରେ ଗୁଡ଼ାଯାଇ ଏକ ବକ୍ସ କରି ନିଆଯାଉଥିଲା । ଶୁକ୍ରବାର ମେକ୍ସିକୋର ଏକ ବିମାନବନ୍ଦରରେ ଏହି ଘଟଣା ସାମ୍ନାକୁ ଆସିଛି । ଏହି ପାର୍ସଲଟି ମେକ୍ସିକୋରୁ ୟୁନାଇଟେଡ୍‌ ଷ୍ଟେଟ୍‌ସକୁ ପଠାଯାଉଥିଲା । ହେଲେ ଏୟାରପୋର୍ଟରେ ଧରିଛି କଷ୍ଟମ ବିଭାଗ । ଏୟାରପୋର୍ଟରେ ଲାଗିଥିବା ଏକ୍ସ-ରେ ସ୍କାନରରେ ପାର୍ସଲ ଯାଞ୍ଚ ବେଳେ ଏହା ଜଣାପଡ଼ିଥିଲା ।

 

ଏହି ପାର୍ସଲଟିକୁ ମିଚୋକାନ୍‌ର ସଦର୍ଣ୍ଣ ସିଟି ଅଫ୍ ଆପାଜାତିନ୍‌ଗାନ୍‌ରୁ ଷ୍ଟେଟ୍ ଅଫ୍‌ ସାଉଥ୍‌ କାରୋଲିନାର ମାନିଂକୁ ପଠାଯାଇଥିଲା । ଏହି ପାର୍ସଲଟିକୁ ଖୋଲି ଦେଖିବା ପରେ କଷ୍ଟମ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ଆରମ୍ଭ ହୋଇଛି । କିଏ ଏବଂ କେଉଁ ଉଦେଶ୍ୟରେ ଏହାକୁ ପାର୍ସଲ କରିଥିଲା ସେନେଇ ଯାଞ୍ଚ କରାଯାଉଛି । ମେଡିକାଲ ରିସର୍ଚ୍ଚ ପାଇଁ ଏହାକୁ ପଠାଯାଇଛି ନା ଅନ୍ୟ କୌଣସି କାରଣ ପାଇଁ, ତାହା ଏବେ ବି ରହସ୍ୟ ଘେରରେ ।