• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଇସ୍ରାଏଲକୁ ସମର୍ଥନ ପରିଣାମ ଭୋଗିଲା ଆମେରିକା । ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାରୁ ଫେରିବା ପରେ ସୈନ୍ୟଙ୍କ ଉପରେ ହେଲା ଗୁଳିମାଡ଼ । ସିରିଆରେ ଆମେରିକା ସାମରିକ ବେସ କ୍ୟାମ୍ପରେ ରକେଟ ମାଡ଼ ହୋଇଛି । ଇରାକରେ ମଧ୍ୟ ଆମେରିକା ସେନାକୁ ଟାର୍ଗେଟ କରା ଯାଇଛି । 

ଗତ ୨୪ ଘଣ୍ଟା ମଧ୍ୟରେ ଇରାକରେ ଥିବା ଆମେରିକାର ଦୁଇ ଦୁଇଟି ଶିବିରରେ ଡ୍ରୋନ ମାଡ଼ ହୋଇଛି । ପଶ୍ଚିମ ଓ ଉତ୍ତର ଇରାକରେ ଥିବା ସାମରିକ ଶିବିର ଉପରେ ଡ୍ରୋନ ମାଡ଼ ହୋଇଥିବା ବେଳେ ଇରାକ ସେନାର ମଧ୍ୟ କିଛି ସୈନ୍ୟ ନିହତ ହୋଇଥିବା ଜଣା ପଡ଼ିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆହତଙ୍କ ସମ୍ବଦ୍ଧରେ କୌଣସି ସୂଚନା ମିଳି ପାରିନାହିଁ ।

ଇରାନ ସମର୍ଥିତ ଗୋଷ୍ଠୀ ଇରାକରେ ଆମେରିକାର ସାମରିକ ବେସକୁ ଟାର୍ଗେଟ କରିଥିବା ଜଣା ପଡ଼ଇଛି । ଆମେରିକାର ଅଧିକାରୀ କହିଛନ୍ତି ଯେ, ତିନୋଟି ଡ୍ରୋନ ଦ୍ବାରା ଆକ୍ରମଣ ହୋଇଛି । ଇରାକର ପଶ୍ଚିମରେ ଥିବା ଅଲ-ହରିର ଏୟାର ବେସ ଉପରେ ମଧ୍ୟ ଆକ୍ରମଣ ହୋଇଛି ।

ଇରାକରେ ଇରାନ ସମର୍ଥିତ ଗୋଷ୍ଠୀ, ଇସ୍ରାଏଲକୁ ଆମେରିକାର ସମର୍ଥନକୁ ନେଇ ପ୍ରତିବାଦ କରିଥିଲେ । ସମର୍ଥନ ପ୍ରତ୍ୟାହାର କରା ନଗଲେ କିମ୍ବା ବାଇଡେନ ନିଜ ଗସ୍ତ ବାତିଲ ନକଲେ, ଆମେରିକୀୟ ବେସ କ୍ୟାମ୍ପ ଉପରେ ଆକ୍ରମଣ କରାଯିବ ବୋଲି ଧମକ ଦେଇଥିଲେ । ପରେ ଇସଲାମିକ୍ ରେଜିଷ୍ଟେଣ୍ଟ୍ସ ନିଜର ଏକ ବିବୃତ୍ତି ଜାରି କରି ଆକ୍ରମଣ ପାଇଁ ସେମାନେ ଦାୟୀ ଥିବା କହିଛି ।

ସମର୍ଥନ ପ୍ରତ୍ୟାହାର ନହେଲେ ଆଗକୁ ଅଧିକ ଆକ୍ରମଣ କରାଯିବ ବୋଲି ଧମକ ଦେଇଛି । ଅନ୍ୟପଟେ ହିଜାବୁଲ ଓ ଇସ୍ରାଏଲ ଉପରେ ମଧ୍ୟ ଆକ୍ରମଣ କରା ଯାଇଛି । ଅକ୍ଟୋବର ୭ ରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ, ଲେବାନନରେ ଇସ୍ରାଏଲର ଉତ୍ତର ସୀମାରେ ଥିବା ହମାସର ସହଯୋଗୀ ହିଜବୁଲର ପଦକ୍ଷେପ ନେଇ ପୁରା ବିଶ୍ୱ ସମୁଦାୟର ନଜର ରହିଥିଲା ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗସ୍ତ ପରେ ଇସ୍ରାଏଲର ସୈନ୍ୟଙ୍କ ଉପରେ ମଧ୍ୟ ହିଜାବୁଲ ଆକ୍ରମଣ କରିଛି । ଅତୀତରେ ମଧ୍ୟ ଇସ୍ରାଏଲ ସେନା ଓ ହିଜାବୁଲ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । 

ଗତ ମଙ୍ଗଳବାର ରାତିରେ ଗାଜାର ଏକ ଡାକ୍ତରଖାନା ଉପରେ ହୋଇଥିବା ଅତର୍କିତ ଆକ୍ରମଣରେ ୫୦୦ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରମଣ ପାଇଁ ଇସଲାମିକ ଜିହାଦ ନିଜକୁ ଦାୟୀ କରିଛି ।