Advertisment

ନିଜ ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ପାଖକୁ ପଠେଇ ଖୁସି ହୁଅନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଖୁସି ପାଇଁ ସବୁ କିଛି କରନ୍ତି ପତ୍ନୀ। ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ପାଖକୁ ପଠେଇବା ନେଇ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ। ସେମାନଙ୍କ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସେ ଏପରି କରନ୍ତି ବୋଲି କୁହନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Wife Allows Husband To Go To Other Women

Wife allows husband to go to other women

କୁହାଯାଏ ଯେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ବିଶ୍ୱାସ ଓ ପ୍ରେମରେ ବନ୍ଧା। ଯଦି ପ୍ରେମ ଏବଂ ବିଶ୍ୱାସର ଏହି ସଂପର୍କରେ କୌଣଣସି ଅଭାବ ଥାଏ, ତେବେ ଏହା ଭାଙ୍ଗିବା ପାଇଁ ଅଧିକ ସମୟ ଲାଗେ ନାହିଁ। ପ୍ରତ୍ୟେକ ଦମ୍ପତିଙ୍କର ଇଚ୍ଛା ଯେ ସେମାନଙ୍କ ଜୀବନସାଥୀ ସେମାନଙ୍କ ପ୍ରତି ବିଶ୍ୱସ୍ତ ହୁଅନ୍ତୁ। ଏପରି ପରିସ୍ଥିତିରେ, ଯଦି ଆମେ ଆପଣଙ୍କୁ ଏପରି ଜଣେ ପତ୍ନୀଙ୍କ ବିଷୟରେ କହିବୁ, ଯିଏ ନିଜ ସ୍ୱାମୀଙ୍କୁ ଅନ୍ୟ ମହିଳାମାନଙ୍କ ନିକଟକୁ ପଠାନ୍ତି, ତେବେ ଆପଣ ବୋଧହୁଏ ବିଶ୍ୱାସ କରିବେ ନାହିଁ ନଚେତ ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଅଧିକ ପଢ଼ନ୍ତୁ: ପର ସ୍ତ୍ରୀ ସହ ସ୍ୱାମୀଙ୍କ ସଂପର୍କକୁ ନେଇ ଖୁସି ହେଲେ ପତ୍ନୀ

ତେବେ ଏହି ଅଜବ ମାମଲା ଆମ ଦେଶର ନୁହେଁ ବରଂ ଆମେରିକାର ବୋଲି ଜଣାଯାଇଛି। ଏଠାରେ ପତ୍ନୀ ଦାବି କରିଛନ୍ତି ଯେ ସେମାନଙ୍କ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସେ ନିଜ ସ୍ୱାମୀଙ୍କ ସମସ୍ତ ସୁଖ ପ୍ରତି ଯତ୍ନ ନିଅନ୍ତି। ସ୍ୱାମୀଙ୍କର ଏହିସବୁ ଖୁସି ମଧ୍ୟରେ ରହିଛି ସେ ଅନ୍ୟ ମହିଳାମାନଙ୍କ ସହିତ ଫ୍ଲର୍ଟିଂ କରିବା। ତାଙ୍କ ପତ୍ନୀ ମଧ୍ୟ ତାଙ୍କର ଏହି ଇଚ୍ଛାକୁ ପୂରଣ କରନ୍ତି ଏବଂ ସେ ତାଙ୍କ ସ୍ୱାମୀଙ୍କୁ ଅନ୍ୟ ମହିଳାମାନଙ୍କ ସହ ଶେୟାର କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ।

ଏକ ରିପୋର୍ଟ ଅନୁଯାୟୀ ମୋନିକା ହଲ୍ଟ ନାମକ ଜଣେ ମହିଳା ସୋସିଆଲ ମିଡିଆ ମାଧ୍ୟମରେ ନିଜର ଏହି ଅଜବ ବୈବାହିକ ଜୀବନ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ସେ ଜଣେ ଉତ୍ସର୍ଗୀକୃତ ପତ୍ନୀ ଏବଂ ତାଙ୍କର ଏକମାତ୍ର କାମ ହେଉଛି ସ୍ୱାମୀଙ୍କର ଯତ୍ନ ନେବା। ସେ ସବୁ କାମ କରିବାକୁ ପ୍ରସ୍ତୁତ୍, ଯେଉଁଥିରେ ତାଙ୍କ ସ୍ୱାମୀଙ୍କୁ ଖୁସି ମିଳିବ।

Advertisment

ସେ ତାଙ୍କର ସମସ୍ତ ଆବଶ୍ୟକତାର ଯତ୍ନ ନିଅନ୍ତି। ଏଭଳି ପରିସ୍ଥିତିରେ ସେ ତାଙ୍କ ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଫ୍ଲର୍ଟିଂ କରିବାରୁ ମଧ୍ୟ ରୋକ ଦିଅନ୍ତି ନାହିଁ। ସେ ଯେତେବେଳେ ଘର କାମ କରିବାରେ ବ୍ୟସ୍ତ ରୁହନ୍ତି ତାଙ୍କ ସ୍ୱାମୀଙ୍କୁ ସଉତୁଣୀ ନିକଟକୁ ପଠାଇଦିଅନ୍ତି। ଯେତେବେଳେ ପତ୍ନୀଙ୍କ ଘର କାମ ଶେଷ ହୋଇଯାଏ ସ୍ୱାମୀ ତାଙ୍କ ପାଖକୁ ଫେରି ଆସନ୍ତି। ମୋନିକା କହିଛନ୍ତି ଯେ ଯଦି ସ୍ୱାମୀ ଏଥିରେ ଖୁସି ହୁଅନ୍ତି, ତେବେ ସେ ମଧ୍ୟ ଖୁସି ହୁଅନ୍ତି।

ଏକ ସାକ୍ଷାତକାର ମୋନିକା ତାଙ୍କ ପ୍ରକୃତ ଜୀବନର କାହାଣୀ କହିଛନ୍ତି। ସେ କହିଛନ୍ତି ଯେ ଘରେ କାମ କରିବା ସମୟରେ ମଧ୍ୟ ମେକ୍ଅପ୍ ନିଅନ୍ତି ଏବଂ ସୁନ୍ଦର ପୋଷାକ ପିନ୍ଧନ୍ତି, ଯାହାଫଳରେ ତାଙ୍କ ସ୍ୱାମୀଙ୍କୁ ସେ ଆକର୍ଷଣୀୟ ଲାଗିବେ। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ମା’ଙ୍କ କଥା ମାନି ନିଜ ଶରୀରର ମଧ୍ୟ ଯତ୍ନ ନେଉଛନ୍ତି, କାରଣ କୌଣସି ସ୍ୱାମୀ ଅସୁନ୍ଦର ଏବଂ ମୋଟି ସ୍ତ୍ରୀଙ୍କୁ ପସନ୍ଦ କରନ୍ତି ନାହିଁ ବୋଲି ସେ କହିଛନ୍ତି।

Viral News Ajab Gajab Ajab Gajab News
Advertisment
Advertisment