/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646415907.jpg)
ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି
ଯୁଦ୍ଧ ବିଭୀଷିକାବେଳେ ଦେଶ ଛାଡ଼ି ପଳାଇଲେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି। ରୁଷିଆର ବାଚସ୍ପତି ଏହି ସୂଚନା ଦେଇଛନ୍ତି। ରୁଷର ସରକାରୀ ଗଣମାଧ୍ୟମ ସ୍ପୁଟନିକରେ ଏହା ପ୍ରକାଶ ପାଇଥିବା ସେ କହିଛନ୍ତି। ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନ ଛାଡି ପୋଲାଣ୍ଡ ପଳାଇଥିବା ନେଇ ରୁଷ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି।
Advertisment
ପୂର୍ବରୁ ସେ ଦେଶ ଛାଡି ଯିବେ ନାହିଁ ବୋଲି କହିଥିଲେ। ତେବେ ନିକଟରେ ଋଷ ସରକାର ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଥିବା ଜେଲେନସ୍କି କହିଥିଲେ। ଏପରିକି ୭ ଦିନ ଭିତରେ ତାଙ୍କୁ ୩ ଥର ହତ୍ୟା ଉଦ୍ୟମ କରାଯାଇଥିବା ସେ କହିଥିଲେ। ଜେଲେନସ୍କିଙ୍କ ସ୍ଥିତି ନେଇ ୟୁକ୍ରେନ ପକ୍ଷରୁ ଔପଚାରିକ ଭାବେ କୌଣସି ସୂଚନା ମିଳିନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)