Advertisment

US President Election Result 2024: ପରାଜୟ ସ୍ବୀକାର କଲେ Kamala Harris; କହିଲେ-'ଆମେରିକାର ସ୍ବପ୍ନ, ଆକାଂକ୍ଷାକୁ ପୂରା କରିବା ଦିଗରେ କାମ ଜାରି ରଖିବି'

ହାୱାର୍ଡ ବିଶ୍ବବିଦ୍ୟାଳୟରେ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ, ପରାଜୟକୁ ମାନିବା ସହ ଶାନ୍ତିପୂର୍ଣ୍ଣ ଭାବରେ ଡୋନାଲ୍ଟ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର ପ୍ରତିଶ୍ରୁତି ଦେଇଛନ୍ତି।

US President Election Result 2024

US President Election Result 2024

Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟକୁ ସ୍ବୀକାର କଲେ କମଳା ହାରିସ୍। ହାୱାର୍ଡ ବିଶ୍ବବିଦ୍ୟାଳୟରେ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ, ପରାଜୟକୁ ମାନିବା ସହ ଶାନ୍ତିପୂର୍ଣ୍ଣ ଭାବରେ ଡୋନାଲ୍ଟ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର ପ୍ରତିଶ୍ରୁତି ଦେଇଛନ୍ତି। କମଳା କହିଛନ୍ତି, ନିର୍ବାଚନ ପରାଜୟକୁ ସ୍ବୀକାର କରୁଛି। କିନ୍ତୁ ସେସବୁ ସଂଘର୍ଷ ବିରୋଧରେ ହାର ମାନିନି, ଯାହା ଏହି ଅଭିଯାନରେ ଇନ୍ଧନ ଭଳି କାମ ଦେଇଥିଲା। 

Advertisment

ପ୍ରତିଶ୍ରୁତି ଦେଇଛନ୍ତି ଏମିତି ଭବିଷ୍ୟତ ପାଇଁ କାମ ଜାରି ରଖିବେ ଯାହା ଆମେରିକା ନିଜ ସ୍ବପ୍ନ, ଆକାଂକ୍ଷାକୁ ପୂରା କରିପାରିବ। ମହିଳାଙ୍କ ଅଧିକାର ଓ ବନ୍ଧୁକ ହିଂସା ବିରୋଧରେ ଲଢ଼େଇ ଜାରି ରଖିବେ। ଦେଶବାସୀଙ୍କ ସମ୍ମାନ ପାଇଁ ଲଢ଼ିବାକୁ ସଂକଳ୍ପ ନେଇଛି। ଏଥିସହ ସେ କହିଥିଲେ, ରାଷ୍ଟ୍ରପତି ନିର୍ବାଚିତ ଟ୍ରମ୍ପଙ୍କ ସହ କଥା ହୋଇ ବିଜୟ ପାଇଁ ଅଭିନନ୍ଦନ ଜଣାଇଛି। 

ଅଧିକ ପଢ଼ନ୍ତୁ: US Election Results 2024: ଜିତିଲେ Donald Trump, ଭାରତୀୟ ସେୟାର ବଜାରରେ କ’ଣ ରହିବ ଏହାର ପ୍ରଭାବ ?

Advertisment

ସମ୍ବୋଧନ ଶେଷରେ ସମର୍ଥକଙ୍କୁ ନିରାଶ ନହେବାକୁ ପରାମର୍ଶ ଦେବା ସହ ବିଶ୍ବାସ, ସତ୍ୟ ଓ ସେବା ମନୋଭାବ ରଖି ଆଗକୁ ବଢ଼ିବାକୁ ଆହ୍ବାନ ଦେଇଛନ୍ତି କମଳା ହାରିସ। ଆମେରିକାରେ ଅବ୍ କି ବାର୍ ଟ୍ରମ୍ପ ସରକାର। ବିପୁଳ ବହୁମତ ସହ ଦ୍ବିତୀୟ ଥର ଦେଶର ରାଷ୍ଟ୍ରପତି ହେବେ। ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଜାନୁଆରୀ ୨୦ରେ ଶପଥ ନେବେ ଟ୍ରମ୍ପ। ତାଙ୍କୁ ୨୯୫ ଇଲେକ୍ଟୋରାଲ୍ ଭୋଟ୍ ମିଳିଥିବା ବେଳେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ତଥା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ମିଳିଛି ୨୨୬ ଇଲେକ୍ଟୋରାଲ୍ ଭୋଟ୍। 

ଏପଟେ ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଐତିହାସିକ ବିଜୟରେ ତାଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କହିଛନ୍ତି ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ପାଇଁ ମିଳିମିଶି କାମ କରିବା। ତେବେ ଟ୍ରମ୍ପଙ୍କ ନୂଆ ଇନିଂସରେ ଭାରତ-ଆମେରିକା ସଂପର୍କକୁ କେଉଁ ସ୍ତରକୁ ନେବ ତାକୁ ନେଇ ଚର୍ଚ୍ଚା ରହିଛି । 

Advertisment

ତେବେ ଟ୍ରମ୍ପ ବିଜୟୀ ହେବା ପରେ ଗ୍ଲୋବାଲ୍ ଅର୍ଡର ସମୀକରଣ ବଦଳିବା ସମ୍ଭାବନା ରହିଛି । କାରଣ ଆମେରିକାରେ ଯେତେବେଳେ ଯାହା ନିଷ୍ପତ୍ତି ଆସିଛି ତାର ପ୍ରଭାବ ସାରା ବିଶ୍ୱ ଉପରେ ଦେଖିବାକୁ ମିଳିଛି । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଅର୍ଥ ବ୍ୟବସ୍ଥା, ଦର ବୃଦ୍ଧି, ନିଯୁକ୍ତି, ପ୍ରବାସୀଙ୍କୁ ଅଧିକାର ଓ ମହିଳାଙ୍କୁ ଗର୍ଭପାତ ଅଧିକାର ମୁଦ୍ଦା ରହିଥିଲା ।

ଏପରି ସ୍ଥଳେ ଟ୍ରମ୍ପଙ୍କ ମୁଦ୍ଦା ରହିଥିଲା, ମେକ୍ ଆମେରିକା ଗ୍ରେଟ୍ ଆମେରିକାର ନାରା । ଦର ବୃଦ୍ଧି, ଅର୍ଥ ବ୍ୟବସ୍ଥା, ନିଯୁକ୍ତି ଭଳି ପ୍ରସଙ୍ଗକୁ ଲଗାତାର ଉଠାଇଥିଲେ ସେ । ଅର୍ଥ ବ୍ୟବସ୍ଥାକୁ ନେଇ ଟ୍ରମ୍ପଙ୍କ ଉପରେ ଲୋକଙ୍କ ଅଧିକ ଭରସା ରହିଛି । ତେବେ ଟ୍ରମ୍ପଙ୍କ ପ୍ରବାସୀ ନୀତି ଯୋଗୁ ପ୍ରବାସୀ ଭାରତୀୟଙ୍କ ପ୍ରତି ବିପଦ ଆଶଙ୍କା ରହିଛି । ଯୁଦ୍ଧ ରୋକିବା ଓ ଶାନ୍ତି ରକ୍ଷା ନେଇ ପ୍ରତିଶ୍ରୁତି ଦେବା ସହ ଏଥର ନିଜ ଛବି ବଦଳାଇବାକୁ ଭରପୁର ପ୍ରୟାସ କରିଛନ୍ତି ଟ୍ରମ୍ପ । ତୃଣମୂଳସ୍ତରରେ ନେତା ଭାବରେ ନିଜକୁ ଉପସ୍ଥାପିତ କରିଛନ୍ତି । କେତେବେଳେ ରାସ୍ତାରେ ଆବର୍ଜନା ଟ୍ରକ ଚଳାଉଥିବା ଦେଖିବାକୁ ମିଳିଥିବା ବେଳେ କେତେବେଳେ ମ୍ୟାକ ଡୋନାଲ୍ସ ଯାଇ ଲୋକଙ୍କୁ ସର୍ଭ କରିଥିଲେ ଡୋନାଲ୍ଡ ଟ୍ରମ୍ପ ।

ଅଧିକ ପଢ଼ନ୍ତୁ: US Presidential Elections 2024: ମହାକାଶରୁ ଭୋଟ୍ ଦେଲେ Sunita Williams, ଜାଣନ୍ତୁ କେମିତି ..

US President Election Donald Trump US Election Kamala Harris
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ