• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଥମୁନି ଇସ୍ରାଏଲ-ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ । ପୋକମାଛି ପରି ମରୁଛନ୍ତି ସାଧାରଣ ଲୋକେ । ଗତ ୨୪ ଘଣ୍ଟାରେ ଗାଜା ଉପରେ ଇସ୍ରାଏଲ ୪୦୦ ରକେଟ୍ ମାଡ କରିଛି । ଏଥିରେ ୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେପଟେ ପଣବନ୍ଦୀଙ୍କ ଉଦ୍ଧାର ପାଇଁ ଇସ୍ରାଏଲ ନୂଆ ଷ୍ଟ୍ରାଟେଜି କରିଛି ।

୨୨୦ ଇସ୍ରାଏଲୀଙ୍କୁ ଅପହରଣ କରି ଗାଜାରେ କେଉଁଠି ଲୁଚାଇ ରଖିଛି ହମାସ୍ । ଏହା ଜାଣିବାକୁ ଗାଜାବାସୀଙ୍କ ସହଯୋଗ ଲୋଡ଼ିଛି ଇସ୍ରାଏଲ୍ । ଗାଜାର କୌଣସି ସାଧାରଣ ନାଗରିକ ବନ୍ଧକଙ୍କ ସଂପର୍କରେ ତଥ୍ୟ ଦେଲେ, ଇସ୍ରାଏଲ୍ ତାଙ୍କୁ ଅର୍ଥ ପୁରସ୍କାର ଦେବ ବୋଲି ଘୋଷଣା କରିଛି ।

ଏଥିସହ ତାଙ୍କ ପରିଚୟ ମଧ୍ୟ ଗୋପନ ରଖାଯିବ ଏବଂ ତାଙ୍କ ସୁରକ୍ଷାର ଦାୟିତ୍ବ ନିଆଯିବ ବୋଲି ମଧ୍ୟ ଇସ୍ରାଏଲ ପ୍ରତିଶ୍ରୁତି ଦେଇଛି । ଏ ସଂପର୍କରେ ଗାଜାବାସୀଙ୍କୁ ଅବଗତ କରିବାକୁ ଆକାଶମାର୍ଗରୁ ହଜାର ହଜାର ଲିଫଲେଟ୍ ବଣ୍ଟାଯାଇଛି ଗାଜାପଟ୍ଟିରେ । ଇସ୍ରାଏଲୀ ବିମାନ ଗାଜା ଆକାଶରେ ଉଡ଼ି ଏହିସବୁ ଲିଫଲେଟ୍ ଫିଙ୍ଗିଛି ।

ଏନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ବା IDF ପକ୍ଷରୁ ମଧ୍ୟ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ତେବେ ଅକ୍ଟୋବର ୭ ରୁ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ପର୍ଯ୍ୟନ୍ତ ଥମିବାର ନାଁ ନେଉ ନାହି । ଅନ୍ୟପଟେ ଗାଜାରେ ଭୋକ ଉପାସରେ ସାଧାରଣ ଲୋକେ ଛଟପଟ ହେଲେଣି । ଯୁଆଡ଼େ ଚାହିଁବ ଖାଲି ଧୂଳି ଆଉ ଧୂଳି ।

ପରିସ୍ଥିତି ଏପରି ଯେ, ଉଭୟ ଦେଶ ଧୂଳିର ଧ୍ବଂସସ୍ତୁପରେ ଛିଡ଼ା ହେବା ପରି ଦେଖା ଯାଉଛି । ଖାଇବାକୁ ଖାଦ୍ୟ ନାହିଁ । ପିଇବାକୁ ପାଣି ନାହିଁ । ଇସ୍ରାଏଲ୍-ହମାସ୍ ଯୁଦ୍ଧରେ ବଳି ପଡ଼ୁଛନ୍ତି ସାଧାରଣ ଲୋକେ । ଧ୍ୱଂସସ୍ତୁପ ତଳେ କେତେ ଯେ ପରିବାର ନିଶ୍ଚିହ୍ନ ହୋଇସାରିଛି, ତାର କଳନା ନାହିଁ । 

ଲୋକଙ୍କ ଅର୍ଥନୈତିକ ମାନଦଣ୍ତ ଠାରୁ ଆରମ୍ଭ କରି ମାନସିକ ପର୍ଯ୍ୟନ୍ତ ଦୋହଲି ଯାଇଛି । କେତେ କେତେ ପରିବାର ନିଶ୍ଚିହ୍ନ ହୋଇ ଗଲେଣି ତାର କଳନା ନାହିଁ । କେତେ ଯେ ଶିଶୁ ଅନାଥ ହେଲେଣି ତା’ର ମଧ୍ୟ କଳନା ନାହିଁ । ତେବେ ଆତଙ୍କବାଦୀ ଓ ସେନାର ଯୁଦ୍ଧରେ ସବୁଠାରୁ ଅଧିକ କ୍ଷତି ନୀରିହ ଜନ ସାଧାରଣ ହିଁ ଭୋଗିଛନ୍ତି, ଏହା କହିବା ଠିକ ହେବ ।