Advertisment

ବିଶ୍ୱର ୭୦ ଦେଶରେ ୧୬ ହଜାର ମଙ୍କିପକ୍ସ ରୋଗୀ ଚିହ୍ନଟ

ଯେହେତୁ ଅଳ୍ପ ଦିନ ଭିତରେ ଏହା କେରଳ ଓ ଦିଲ୍ଲୀକୁ ମଙ୍କିପକ୍ସ ଛୁଇଁଲାଣି, ଓଡ଼ିଶାକୁ ଆସିବନି ବୋଲି କହିହେବନି।

author-image
Chandan Shishu
MonkeyPox

MonkeyPox

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ମଙ୍କିପକ୍ସକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କରିବା ପରେ ଏହାକୁ ନେଇ ଲୋକଙ୍କ ମନରେ ଖେଳିଲାଣି ଆତଙ୍କ।  ଯେହେତୁ ଅଳ୍ପ ଦିନ ଭିତରେ ବିଶ୍ୱର ୭୦ ଦେଶର ୧୬ ହଜାର ମଙ୍କିପକ୍ସ କେସ ଚିହ୍ନଟ ହୋଇଛି ଓ ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏଣୁ WHO ମୁଖ୍ୟ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିଛନ୍ତି। 

Advertisment
  • ମଙ୍କିପକ୍ସ ଭୂତାଣୁ ମିଳିମିଳା ଭୂତାଣୁ ଭଳି ପ୍ରାୟତଃ ସମାନ। 
  • ଏହି ଭୂତାଣୁ ସଂକ୍ରମଣ ହେଲେ ପ୍ରଥମେ ଦିନେ ଦୁଇଦିନ ଫ୍ଲୁ ଭଳି ଭୀଷଣ ଜ୍ୱର କରାଇଥାଏ। 
  • ଏହାସହ ଲିମ୍ଫ ନୋଡ ବଢିଯିବ। 
  • ୪ ଦିନ ଭିତରେ ହାତ, ଗୋଡ଼, ପାଟି ଓ ମଳଦ୍ୱାର ଭିତରେ ରାସେସ ବା ଫୋଟକା ଭଳି ଫଳିଯିବ।
  • ରୋଗୀର ଶରୀରରେ ହୋଇଥିବା ଫୋଟକାରୁ ବାହାରୁଥିବା ଫ୍ଲୁଇଡ଼, ରୋଗୀର ଲାଳ ସଂସ୍ପର୍ଶରେ ଆସିଲେ କିମ୍ବା ହୋମୋ ସେକ୍ସ ଦ୍ୱାରା କିମ୍ବା ରୋଗୀର ନିକଟ ସଂସ୍ପର୍ଶରେ ଆସିଲେ ହିଁ ଏହି ରୋଗ ବ୍ୟାପିଥାଏ।

ଏହି ରୋଗ ଭଲ ହେବାକୁ ୪ରୁ ୧୦ ସପ୍ତାହ ଲାଗୁଛି। ତେଣୁ ଏଭଳି ଲକ୍ଷଣ ଦେବା ମାତ୍ରେ ରୋଗୀଙ୍କୁ ଆଇସୋଲେଟ କରି ରଖିବା ଉଚିତ।  ତାହେଲେ ଯାଇ ଅନ୍ୟକୁ ସଂକ୍ରମଣକୁ ରୋକା ଯାଇପାରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। କାରଣ ଏହାର କୌଣସି ନିର୍ଦ୍ଧିିଷ୍ଟ ଚିକିତ୍ସା ନାହିଁ।  ନିଜେ ସଚେତନ ରହିଲେ ହିଁ ମଙ୍କିପକ୍ସକୁ ରୋକାଯାଇପାରିବ। 

Advertisment

ଏବେ ମଙ୍କି ପକ୍ସ ଲାଗି କେବଳ ଡେନମାର୍କର ଏକ କମ୍ପାନି ଟିକା ର୍ନିମାଣ କରୁଛି।ଭାରତରେ ଏବେ ଏହାର କୌଣସି ଟିକା ନାହିଁ। ଯେହେତୁ ଅଳ୍ପ ଦିନ ଭିତରେ ଏହା କେରଳ ଓ ଦିଲ୍ଲୀକୁ ମଙ୍କିପକ୍ସ ଛୁଇଁଲାଣି, ଓଡ଼ିଶାକୁ ଆସିବନି ବୋଲି କହିହେବନି। ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Monkeypox Small Pox
Advertisment
Advertisment