• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଅପରେସନ୍ ଗଙ୍ଗା ଅଧୀନରେ ଘରକୁ ଫେରିଥିବା ଡାକ୍ତରୀ ଛାତ୍ରମାନଙ୍କୁ ଭାରତରେ ଇଣ୍ଟର୍ଣ୍ଣସିପ୍‌ କରିବାର ସୁଯୋଗ ମିଳିବ । କେନ୍ଦ୍ର ସରକାର ଏ ସମ୍ପର୍କରେ ବୈଦେଶିକ ମେଡିକାଲ ଗ୍ରାଜୁଏଟ୍ ଲାଇସେନ୍ସ ଆକ୍ଟ (Foreign Medical Graduate Licensing Act)ରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଫଳରେ ୟୁକ୍ରେନରୁ ଫେରିଥିବା ଛାତ୍ର ଓ ଛାତ୍ରମାନଙ୍କର ଭବିଷ୍ୟତ ନଷ୍ଟ ହେବ ନାହିଁ ।

Russia-Ukraine War Day-10: LIVE UPDATE

ବର୍ତ୍ତମାନ ନିମୟ ଅନୁସାରେ ବିଦେଶର ମେଡିକାଲ୍ କଲେଜରୁ ପଢ଼ା ଶେଷ କରିବା ପରେ ଛାତ୍ରଛାତ୍ରୀମାନଙ୍କୁ ଭାରତ ବାହାରେ ତାଲିମ ନେବା ସହ ଇଣ୍ଟର୍ନସିପ୍ କରିବାକୁ ପଡ଼ିଥାଏ । ଏପରି ସ୍ଥିତିରେ ୟୁକ୍ରେନରୁ ଫେରିବା ତଥା ଅତୀତରେ ଚୀନରୁ ଫେରିଥିବା ଛାତ୍ରମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର କିଛି ପରିବର୍ତ୍ତନ କରିଛନ୍ତି ।

ଏବେ ବିଦେଶରେ ପାଠପଢ଼ି ଆସୁଥିବା ଡାକ୍ତରୀ ଛାତ୍ରମାନେ ଭାରତରେ ସେମାନଙ୍କ ଇଣ୍ଟର୍ନସିପ୍ ସମାପ୍ତ କରିପାରିବେ । ଏହାପୂର୍ବରୁ ବିଦେଶରେ ପଢ଼ୁଥିବା ଛାତ୍ରମାନଙ୍କୁ ଭାରତୀୟ ମେଡିକାଲ କଲେଜ କିମ୍ବା ଅନୁଷ୍ଠାନରେ ଇଣ୍ଟର୍ନସିପ୍ କରିବାକୁ ଅନୁମତି ପ୍ରଦାନ କରାଯାଉନଥିଲା ।

ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଏ ସମ୍ପର୍କରେ ଏକ ସର୍କୁଲାର ଜାରି କରିଛି । ଦେଶରେ ଅନେକ ଏପରି ବିଦେଶୀ ମେଡିକାଲ୍ ସ୍ନାତକ ଅଛନ୍ତି, ଯେଉଁମାନେ ଏପରି ବ୍ୟବସ୍ଥା ଯୋଗୁଁ ଦେଶରେ ଇଣ୍ଟର୍ନସିପ୍ କରିପାରୁ ନାହାନ୍ତି । ବର୍ତ୍ତମାନ କୋଭିଡ -19 ମହାମାରୀ ଏବଂ ଯୁଦ୍ଧ ପରି ବିପର୍ଯ୍ୟୟ ସ୍ଥିତି ନିୟନ୍ତ୍ରଣ ବାହାରେ। ଏଭଳି ସ୍ଥିତିରେ ସେମାନଙ୍କ ମାନସିକ ଚାପକୁ ଧ୍ୟାନରେ ରଖି ଭାରତରେ ଇଣ୍ଟର୍ନସିପ୍ ସମାପ୍ତ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।