• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗର୍ଭବତୀ ମହିଳାଙ୍କୁ ଚାକିରିରୁ ତଡ଼ିଦେଲା ଟେକ୍‌ କମ୍ପାନୀ ଗୁଗୁଲ୍‌ । ଦିନ ରାତି ଏକ କରି ଯେଉଁ କମ୍ପାନୀ ପାଇଁ କାମ କରୁଥିଲେ, ଆଜି ସେ ଦରକାରୀ ସମୟରେ ହାତ ଛାଡ଼ି ଦେଇଛି । ସାରା ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ସହିତ ଯୁଝୁଥିବା ବେଳେ ବଡ଼ ବଡ଼ କମ୍ପାନୀ ଗୁଡିକ କର୍ମଚାରୀଙ୍କୁ ଛଟେଇ କରି ଏଥିରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହି ଧାରାରେ ସାମିଲ ହୋଇଛି ଗୁଗଲ ।

ନିକଟରେ ନିଜର ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ଘୋଷଣା କରିଛି । ଆଉ ଧୀରେ ଧୀରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆମେରିକାର ଜଣେ ଗର୍ଭବତୀ କର୍ମଚାରୀ ଏଥିରେ ସାମିଲ ଅଛନ୍ତି । ତାଙ୍କ ପେଟରେ ଆଠ ମାସର ଥିବାବେଳେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । ଆଉ ଏନେଇ ମହିଳା ଜଣକ ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କଡଇନରେ ନିଜର ଦୁଃଖ ବାଣ୍ଟିଛନ୍ତି । ସୋସିଆଲ ମିଡିଆରେ ମହିଳାଙ୍କ ପୋଷ୍ଟ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ମହିଳାଙ୍କ ନାମ ହେଉଛି କ୍ୟାଥରିନ୍ ୱଙ୍ଗ (Katherine Wong) । ମହିଳା ଜଣକ ଗୁଗଲରେ ଜଣେ ପ୍ରୋଗ୍ରାମ ମ୍ୟାନେଜର ଭାବରେ କାମ କରନ୍ତି । ସେ ବର୍ତ୍ତମାନ ୩୪ ସପ୍ତାହ ଗର୍ଭବତୀ ଅଛନ୍ତି । ଅର୍ଥାତ୍ ପ୍ରାୟ ଏକ ସପ୍ତାହ ପରେ ତାଙ୍କର ପିଲାପିଲି ହୋଇପାରନ୍ତି । ସେ ଲିଙ୍କଡଇନ୍ ପୋଷ୍ଟରେ ଲେଖିଛନ୍ତି, ଆଉ ମାତ୍ର ୭ ଦିନ ପରେ ମୁଁ ମୋ ପିଲାକୁ ଦେଖି ପାରିବି । ଆସନ୍ତା ସପ୍ତାହରୁ ମୁଁ ମାତୃତ୍ୱ ଛୁଟି (Maternity leave) ରେ ରହିଥାଆନ୍ତି ।

ଅଧିକ ପଢ଼ନ୍ତୁ: କ୍ଷତି ସହୁଛି ଜୋମାଟୋ!! ବିଦା ହେବେ ଶହଶହ କର୍ମଚାରୀ

ହେଲେ ହଠାତ୍‌ ଗୋଟେ ଦିନ କ୍ୟାଥରିନ୍‌ଙ୍କ ମୋବାଇଲକୁ ଏକ ମେସେଜ୍‌ ଆସିଲା । ଆଉ ମେସେଜ୍‌ ଦେଖିବା ପରେ ତାଙ୍କ ହୃଦସ୍ପନ୍ଦନ ବଢ଼ିଯାଇଥିଲା । ସେ ତାଙ୍କ ଆଖିକୁ ବିଶ୍ୱାସ କରିପାରୁନଥିଲେ । ଗୁଗୁଲ ଦ୍ୱାରା ଛଟେଇ ହୋଇଥିବା ୧୨,୦୦୦ କର୍ମଚାରୀଙ୍କ ମଧ୍ୟରେ ତାଙ୍କର ମଧ୍ୟ ନାମ ଥିଲା ।

କ୍ୟାଥରିନ୍ ଲିଙ୍କଡଇନ ପୋଷ୍ଟରେ ଲେଖିଛନ୍ତି, ପ୍ରଥମେ ମନକୁ ଚିନ୍ତା ଆସିଲା, ମୋ ସହିତ ଏପରି କାହିଁକି ହେଲା ? ସେହି ୧୨୦୦୦ କର୍ମଚାରୀଙ୍କ ସହ ମୁଁ କିପରି ସାମିଲ ହୋଇଗଲି । କାରଣ ଜଣେ ପ୍ରୋଗ୍ରାମ ମ୍ୟାନେଜର ଭାବରେ ମୋର ପ୍ରଦର୍ଶନ ଖୁବ୍‌ ଭଲ ଥିଲା । ଟିମ୍‌ ଆଗକୁ ବଢ଼ୁଥିଲା ବେଳେ କମ୍ପାନୀ ମଧ୍ୟ ମୋର ପ୍ରଦର୍ଶନକୁ ନେଇ ଖୁସି ଥିଲା । ହେଲେ ଏପରି କଠିନ୍‌ ସମୟରେ କମ୍ପାନୀ ହାତ ଛାଡ଼ିଦେଲା ।

ଏପରି ଅବସ୍ଥାରେ ବର୍ତ୍ତମାନ ମୁଁ କଣ କରିବି ଚିନ୍ତା କରିପାରୁ ନାହିଁ । ତେବେ ତାଙ୍କ ଭିତରେ ଥିବା ନକାରାତ୍ମକ ଭାବନା ପିଲା ଉପରେ କୌଣସି ପ୍ରକାର କୁପ୍ରଭାବ ପକାଉ ସେ ଚାହୁଁ ନାହାନ୍ତି । ହେଲେ ବି କମ୍ପାନୀର ଏପରି ନିଷ୍ପତ୍ତିରେ ତାଙ୍କ ହୃଦୟ ଭାଙ୍ଗିଯାଇଛି । ନିଜକୁ ସମ୍ଭାଳିବାକୁ ସେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ।