• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ପ୍ରାୟତଃ ବିଦେଶ ବୁଲିବାକୁ ଯାଆନ୍ତି । ଖାଲି ବିଦେଶ ବୁଲିବା କଥା କହିଲେ ହେବନି । ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିୟମିତ ଭାବେ ଫ୍ଲାଇଟ୍‌ରେ ଯିବାଆସିବା କରିଥାନ୍ତି । ସେମାନଙ୍କ ପାଇଁ ତ ଫ୍ଲାଇଟ୍‌ରେ ଯିବା ଆସିବା କରିବା ସାଧାରଣ କଥା ।ସେମାନେ ସେତେଟା ଦ୍ୱନ୍ଦ୍ୱରେ ପଡ଼ିନଥାନ୍ତି ଯେ, କେଉଁ ଫ୍ଲାଇଟ୍‌ରେ ଗଲେ ଭଲ ହେବ । କିନ୍ତୁ ଯେଉଁମାନେ ଅଦିନିଆ ଯିବା ଆସିବା କରନ୍ତି ତେବେ ସେମାନେ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି କେଉଁ ଫ୍ଲାଇଟ୍‌ରେ ଗଲେ ସୁବିଧା ହେବ । କେଉଁ ଫ୍ଲାଇଟ୍‌ରେ ବାଟ ଖର୍ଚ୍ଚ କମ୍‌ ପଡ଼ିବ ଆଉ ଭଲ ସେବା ମିଳିବ ।

ଏହି ସବୁ ସମସ୍ୟାର ସମାଧାନ ପାଇଁ ଗୁଗୁଲ ଆଣିଛି ଏକ ନୂଆ ଫିଚର । ଗୁଗୁଲର ଏହି ନୂଆ ଫିଚର ଦ୍ୱାରା ଆପଣ ଖୁବ୍‌ ସହଜରେ ସିଧାସଳଖ ଫ୍ଲାଇଟ୍‌ ଟିକଟ ବୁକ୍‌ କରିପାରିବେ । ଖାଲି ସେତିକି ନୁହେଁ ଆପଣ କେଉଁ ଫ୍ଲାଇଟ୍‌ରେ କେତେ ଟଙ୍କାର ତାହା ମଧ୍ୟ ତୁଳନା କରିପାରିବେ । ଯାହାଦ୍ୱାରା ଯେଉଁ ଫ୍ଲାଇଟ୍‌ରେ ଟିକଟ ଦର କମ୍‌ ରହିଥିବ ସେଥିରେ ଆପଣ ଟିକଟ ବୁକ୍‌ କରିପାରିବେ । ତେବେ ଖାଲି ଫ୍ଲାଇଟ୍‌ ନୁହେଁ ଗୁଗୁଲର ଏହି ନୂଆ ଫିଚର ଦ୍ୱାରା ଆପଣ ହୋଟେଲ ମଧ୍ୟ ଖୁବ୍‌ ସହଜରେ ସିଧାସଳଖ ବୁକ୍‌ କରିପାରିବେ।

ଅଧିକ ପଢ଼ନ୍ତୁ: ଗୁଗୁଲ୍‌ରୁ ପର୍ସନାଲ ଡାଟା ରିମୁଭ କରିବା ପାଇଁ ଆସିଲା ନୂଆ ଟୁଲ୍‌

ମୋବାଇଲ ଜରିଆରେ ଲୋକଙ୍କୁ ସୁବିଧା ଯୋଗାଇବା ପାଇଁ ଗୁଗୁଲ ପକ୍ଷରୁ ଏହି ପ୍ରୟାସ କରାଯାଇଥିବା କୁହାଯାଉଛି । ଆପଣ ମୋବାଇଲରେ ଗୁଗୁଲକୁ ଯାଇ ଫ୍ଲାଇଟ୍‌ସ ଅପ୍‌ସନ୍‌ରେ ଫ୍ଲାଇଟ୍‌ ଏବଂ ହୋଟେଲ ଆଦି ବୁକ୍‌ କରିପାରିବେ । ଏହି ଫିଚର ଦ୍ୱାରା ବୁକ୍‌ କଲେ ଆପଣଙ୍କୁ ଦର କମ୍‌ ରହିବ ବୋଲି ମଧ୍ୟ ଗୁଗୁଲ ପକ୍ଷରୁ ଦାବି କରାଯାଇଛି । ଖାଲି ସେତିକି ନୁହେଁ, ଯଦି ଗୁଗୁଲ ଫ୍ଲାଇଟ୍‌ସ ଆପଣଙ୍କ ବୁକିଂ ଦର ଅଧିକ ନେଇଥାଏ, ଆଉ ଏନେଇ ଯଦି ଆପଣ କ୍ଲେମ୍‌ କରନ୍ତି ତେବେ ଗୁଗୁଲ ଆପଣଙ୍କଠାରୁ ଯେତିକି ଟଙ୍କା ଅଧିକ ନେଇଥିବ ତାକୁ ଫେରାଇବାର ବ୍ୟବସ୍ଥା ମଧ୍ୟ ରଖିଛି ।

ଗୁଗୁଲ ଫ୍ଲାଇଟ୍‌ସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଗୁଗୁଲ ଫ୍ଲାଇଟ୍‌ସରେ ଦର ବଜାର ଅନୁସାରେ ଉପର ତଳ ହୋଇଥାଏ । କିନ୍ତୁ ଗୁଗୁଲ ଫ୍ଲାଇଟ୍ସସ ଆପଣଙ୍କୁ ସବୁଠାରୁ ଶସ୍ତାରେ ଫ୍ଲାଇଟ୍‌ ଟିକେଟ୍‌ ଯୋଗାଇବ ବୋଲି ଦାବି କରିଛି । ଏକ ପାଇଲଟ ପ୍ରୋଗ୍ରାମ ଭାବେ ୟୁଏସ୍‌ରେ ଗୁଗୁଲ ପକ୍ଷରୁ ଏହି ଗୁଗୁଲ ଫ୍ଲାଇଟ୍‌ସ ଲଞ୍ଚ କରାଯାଇଛି ।

ଫ୍ଲାଇଟ୍‌ ବୁକିଂ ଦର ବଜାର ଅନୁସାରେ ଉପର ତଳ ହୋଇଥାଏ । ଯଦି ଆପଣ ବୁକ୍‌ କରିବା ପରେ ବି ଦର କମୁଛି ତେବେ ଗୁଗୁଲ ଫ୍ଲାଇଟ୍‌ସ ପକ୍ଷରୁ ଯେତିକି ଟଙ୍କା ଅଧିକ ନିଆଯାଇଥିବ ତାକୁ ଫେରାଇ ଦିଆଯିବ । ତେବେ ଏଥିପାଇଁ ଆପଣଙ୍କର ବିଲିଂ ଆଡ୍ରେସ୍‌ ୟୁଏସ୍‌ରେ ରହିଥିବା ଆବଶ୍ୟକ । କାରଣ ଏହି ପ୍ରୋଜେକ୍ଟକୁ ପରୀକ୍ଷାମୁଳକ ଭାବେ କେବଳ ୟୁଏସ୍‌ରେ ହିଁ ଗୁଗୁଲ ଲଞ୍ଚ କରିଛି । ଏହି ସୁବିଧା ଏବେ କେବଳ ଫ୍ଲାଇଟ୍‌ ବୁକିଂ କ୍ଷେତ୍ରରେ ଉପଲବ୍ଧ।