Advertisment

ଗୁଗୁଲ ପାଇଁ ମାତ୍ର ଘଣ୍ଟାଏ କାମ କରୁଛନ୍ତି, ହେଲେ ଏତେ ରୋଜଗାର କେମିତି...!

ବାସ୍, ସେହି ଘଣ୍ଟାଏ ଭିତରେ ସେ କମ୍ପାନୀ ପାଇଁ ଯାହା ଦରକାର ସେ କାମ କରି ଦେଉଛନ୍ତି। ଦିନର ବାକି ସମୟ ସେ ତାଙ୍କର ଷ୍ଟାର୍ଟଅପ୍‌ରେ ଲଗାଉଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Google

Google

ଗୁଗୁଲ ଦେଉଛି ଏମିତି ଚାକିରି । ମାତ୍ର ଘଣ୍ଟାଏ କାମ କର, ୧.୨ କୋଟି ଟଙ୍କା ଦରମା ନିଅ । ଆପଣ ଟିକେ ଆଶ୍ଚର୍ଯ୍ୟ ହେଉଥିବେ । ଭାବୁଥିବେ ଏତେ ଟଙ୍କା ଦରମା, ପୁଣି ମାତ୍ର ଘଣ୍ଟାଟେ କାମ । ଆଜ୍ଞା ହଁ, ଏହା ଶତପ୍ରତିଶତ ସତ । ଦିନକୁ ମାତ୍ର ଘଣ୍ଟାଟେ କାମ କରୁଥିବା ଭଳି କିଛି କର୍ମଚାରୀଙ୍କୁ ଗୁଗୁଲ ବାର୍ଷିକ ୧ ଲକ୍ଷ ୫୦ ହଜାର ଡଲାର ବା ୧ କୋଟି ୨୦ ଲକ୍ଷ ଟଙ୍କା ଦରମା ଦେଉଛି । ଏଭଳି ଦରମା ପାଉଛନ୍ତି ଜଣେ ସଫ୍ଟ ଓୟାର ଇଞ୍ଜିନିୟର ।

Advertisment

ଏକ ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସଫ୍ଟୱେୟାର ଇଞ୍ଜିନିୟରଙ୍କ ଛଦ୍ମନାମ ହେଉଛି ଡେଭୋନ। ସେ ଦିନକୁ ମାତ୍ର ୧ ଘଣ୍ଟା ଗୁଗଲକୁ ଦେଉଛନ୍ତି। ବାସ୍ ସେହି ଘଣ୍ଟାଏ ଭିତରେ ସେ କମ୍ପାନୀ ପାଇଁ ଯାହା ଦରକାର ସେ କାମ କରି ଦେଉଛନ୍ତି। ଦିନର ବାକି ସମୟ ସେ ତାଙ୍କର ଷ୍ଟାର୍ଟଅପ୍‌ରେ ଲଗାଉଛନ୍ତି।

ରିପୋର୍ଟରେ କୁହାଯାଉଛି ଯେ ଡେଭୋନ ଯେତେବେଳେ ଅଫର ଗ୍ରହଣ କଲେ ସେତେବେଳେ ଭଲ ଭାବେ ଜାଣିଥିଲେ ଯେ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ସେ ଗୁଗଲରେ ସ୍ଥାୟୀ ଚାକିରି କରିବା ପୂର୍ବରୁ ଇଣ୍ଟର୍ଣ୍ଣ ଭୂମିକାରେ ଥିଲେ। ସେତେବେଳେ ସେ ଦୈନିକ ଦୁଇ ଘଣ୍ଟା କାମ କରୁଥିଲେ ଓ ସପ୍ତାହକୁ ୨ ହଜାର ଡଲାର ଦରମା ଆକାରରେ ପାଉଥିଲେ।

Advertisment

ଡେଭୋନ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ସେ ଇଣ୍ଟର୍ଣ୍ଣଶିପ କରିବା ସମୟରେ ଆବଶ୍ୟକ ଥିବା ସମସ୍ତ କୋଡ୍‌କୁ ଯଥାଶୀଘ୍ର ଶେଷ କରି ଦେଉଥିଲେ। ଗୁଗଲର ନୀତି ଅନୁସାରେ ଜଣେ କର୍ମଚାରୀଙ୍କୁ ପୂରା ଡ୍ୟୁଟି କରିବାକୁ ପଡ଼ିବ । କିନ୍ତୁ ଡେଭୋନ ତାଙ୍କର ସବୁ କାମ ଏବେ ୧ ଘଣ୍ଟା ଭିତରେ ସାରି ଦେଉଛନ୍ତି । ତେବେ ସେ ୧ ଘଣ୍ଟା କାମ କରୁଥିଲେ ହେଁ ଏକଥା କାହାକୁ ମଧ୍ୟ ଜଣାନାହିଁ । ଏମିତିକି ସେ କାହାକୁ ଜଣାଉନାହାନ୍ତି ମଧ୍ୟ । 

ସେ ସ୍ୱଳ୍ପ ସମୟ ମଧ୍ୟରେ କମ୍ପାନୀ ପାଇଁ ଆବଶ୍ୟକ ଗୁଣବତ୍ତାର କାମ କରି ଦେଉଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେତେବେଳେ କେହି ସେ ପୂରା ଡ୍ୟୁଟି ସମୟରେ କାମ କରୁ ନଥିବା ସନ୍ଦେହ କରନ୍ତି ସେତେବେଳେ ସେ ଆଉ ଗୋଟିଏ ଲାଇନର କୋଡ୍‌କୁ ଦାଖଲ କରି ଦିଅନ୍ତି । ଏହାଦ୍ୱାରା ସେ ସବୁ ସପ୍ତାହ ଓ ସବୁ ସମୟରେ କାମ କରୁଥିବା ସମସ୍ତେ ଭାବନ୍ତି । ତାଙ୍କ ମ୍ୟାନେଜର ମଧ୍ୟ ବହୁତ ଭଲ ଓ ସେ ମଧ୍ୟ ତାଙ୍କୁ ଅଫିସ ଆସିବାକୁ କୁହନ୍ତି ନାହିଁ ବୋଲି ଡେଭୋନ କହିଛନ୍ତି ।

ସପ୍ତାହର କେତେ ଦିନ ଜଣେ କର୍ମଚାରୀ ଅଫିସ ଆସିବେ, ସେକଥା ଗୁଗଲ ଧାର୍ଯ୍ୟ କରିଛି । କିନ୍ତୁ ଏହାର ଚୂଡ଼ାନ୍ତ ନିଷ୍ପତ୍ତି କର୍ମଚାରୀଙ୍କ ରିପୋର୍ଟିଂ ମ୍ୟାନେଜର ହିଁ ନେବେ । ତେଣୁ ଏହାର ଫାଇଦା ଉଠାଇ ଡେଭୋନ ମାତ୍ର ଘଣ୍ଟାଏ ଭିତରେ ସବୁ କିଛି ଆବଶ୍ୟକ କୋଡ କମ୍ପାନୀ ପାଇଁ ପ୍ରସ୍ତୁତ କରି ଦିଅନ୍ତି। ହେଲେ ସେ ପୂରା ସମୟ କାମ କରୁଥିବା ଦର୍ଶାଇ ଥାଆନ୍ତି।

Google
Advertisment
Advertisment