Advertisment

ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇ ବିଶ୍ୱର ସବୁଠୁ ବଡ଼ ଧନୀ ତାଲିକାରେ ଆଉ ପାଦେ ଆଗେଇଲେ ଗୌତମ ଆଦାନୀ

ବିଲ୍‌ ଗେଟ୍‌ସ ଏବେ ଗୋଟିଏ ପାହାଚ ତଳକୁ ଖସି ୫ ନମ୍ବର ସ୍ଥାନରେ ରହିଛନ୍ତି । ବିଲ୍‌ ଗେଟ୍‌ସଙ୍କ ନେଟ୍‌ ୱର୍ଥ ଖସି ଆସି ଏବେ ୧୦୩ ଆରବ ଡଲାରରେ ପହଞ୍ଚିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Gautam Adani - Bill Gates

Gautam Adani - Bill Gates

ବିଶ୍ୱର ସବୁଠୁ ବଡ଼ ଧନୀ ତାଲିକାରେ ଭାରତୀୟଙ୍କ ଦବ୍‌ଦବା ଏବେ ବି ଜାରି ରହିଛି । ଏସିଆ ମହାଦେଶର ସବୁଠୁ ବଡ଼ ଧନୀ ବୋଲାଉଥିବା ଗୌତମ ଆଦାନୀ ଏବେ ବିଶ୍ୱ ଧନୀ ତାଲିକାର ୪ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି । ନିକଟରେ ତାଲିକାରେ ପରିବର୍ତ୍ତନ କରାଯାଇଛି । ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ରାଙ୍କ ବୃଦ୍ଧି ପାଇଛି । ଏବେ ସେ ବିଶ୍ୱର ଟପ୍ -୧୦ ଧନୀ ତାଲିକାର ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି ।

Advertisment

ଫୋର୍ବସର ରିୟଲ ଟାଇମ୍‌ ସୂଚି ଅନୁଯାୟୀ, ଗୌତମ ଆଦାନୀ ୧୧୨.୬ ଆରବ ଡଲାର ନେଟ୍ ୱର୍ଥ ସହ ଟପ୍‌-୧୦ ଧନୀ ତାଲିକାର ଗୋଟିଏ ପାହାଚ ଆଗକୁ ଯାଇ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ତେବେ ପୂର୍ବରୁ ଏହି ସ୍ଥାନରେ ମାଇକ୍ରୋସଫ୍ଟର ବିଲ୍‌ ଗେଟ୍‌ସ ରହିଥିଲେ । ସେ ଏବେ ଗୋଟିଏ ପାହାଚ ତଳକୁ ଖସି ୫ ନମ୍ବର ସ୍ଥାନରେ ରହିଛନ୍ତି । ବିଲ୍‌ ଗେଟ୍‌ସଙ୍କ ନେଟ୍‌ ୱର୍ଥ ଖସି ଆସି ଏବେ ୧୦୩ ଆରବ ଡଲାରରେ ପହଞ୍ଚିଛି ।

ଶ୍ରେଷ୍ଠ ୧୦ ଧନୀ ତାଲିକାରେ ଥିବା ଦ୍ୱିତୀୟ ଭାରତୀୟ ଶିଳ୍ପପତି ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ସେ ଏହି ତାଲିକାର ୧୦ ନମ୍ବର ସ୍ଥାନରେ ରହିଛନ୍ତି । ତାଙ୍କର ନେଟ୍‌ ୱର୍ଥ ହେଉଛି ୮୭.୧ ଆରବ ଡଲାର । ଏବେ ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମଧ୍ୟରେ ବ୍ୟବଧାନ ଆହୁରି ଅଧିକ ବଢ଼ିଯାଇଛି ।

Advertisment

ଅନ୍ୟପଟେ ଟେସଲା ଏବଂ ସ୍ପେସ୍‌ ଏକ୍ସ ସିଇଓ ଏଲୋନ୍ ମସ୍କ ଏବେ ବି ଧନୀ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ୨୩୦.୪ ଆରବ ଡଲାରର ନେଟ୍‌ୱର୍ଥ ସହିତ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ଏଲନ୍‌ ମସ୍କ । ଏଥିସହିତ ଫ୍ରାନ୍ସର ସବୁଠୁ ବର୍ଣ୍ଣାଡ ଆର୍ନଲ୍ଟ ୧୪୮.୪ ଆରବ ଡଲାର ନେଟ୍‌ୱର୍ଥ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଏବଂ ଆମାଜନର ଜେଫ ବେଜୋସ ୧୩୯.୨ ଆରବ ଡଲାର ନେଟ୍‌ୱର୍ଥ ସହ ଧନୀ ତାଲିକର ତୃତୀୟ ସ୍ଥାନରେ ରହିଛନ୍ତି ।

ବିଶ୍ୱର ଟପ୍ -୧୦ ଧନୀ ତାଲିକାରେ ଥିବା ଅନ୍ୟ ବ୍ୟକ୍ତିଙ୍କ ବିଷୟରେ ଯଦି କହିବା, ତେବେ ଲ୍ୟାରି ଏଲିସନ୍ ୯୭.୩ ଆରବ ଡଲାର ନେଟ୍‌ୱର୍ଥ ସହ ଷଷ୍ଠ ସ୍ଥାନରେ ଥିବାବେଳେ ଭେଟେରାନ୍ ନିବେଶକ ୱାରେନ୍ ବଫେଟ୍ ୯୬.୯ ଆରବ ଡଲାର ନେଟ୍‌ୱର୍ଥ ସହ ସପ୍ତମ ସ୍ଥାନରେ ରହିଛନ୍ତି । ଲାରି ପେଜ ୯୬.୭ ଆରବ ଡଲାର ନେଟ୍‌ୱର୍ଥ ସହ ବିଶ୍ୱର ଅଷ୍ଟମ ଧନୀ । ସେହିଭଳି ସର୍ଗେଇ ବ୍ରିନ୍ ୯୩ ଆରବ ଡଲାର ନେଟ୍‌ୱର୍ଥ ସହ ବିଶ୍ୱ ଧନୀ ତାଲିକାର ୯ ନମ୍ବର ସ୍ଥାନରେ ରହିଛନ୍ତି ।

ଏହା ସହ ପଢ଼ନ୍ତୁ..  ମୁଁ ଆଉ ଧନୀ ହେବାକୁ ଚାହୁଁନି, ଏବେ ସବୁ ସମ୍ପତ୍ତି ବାଣ୍ଟିଦେବି: ବିଲ୍‌ ଗେଟ୍‌ସ 

Bill Gates Gautam Adani
Advertisment
Advertisment