• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଏଲିଅନ୍‌ଙ୍କୁ ନେଇ ବଢ଼ିଲା ଚର୍ଚ୍ଚା । ଆମେରିକାର ଜଣେ ପୂର୍ବତନ ସେନା ଅଧିକାରୀ ତଥା ପାଇଲଟଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା । ସେ ସିଧା ସଳଖ ଭାବେ କହିଛନ୍ତି, ‘ମୁଁ ଏଲିଅନ୍‌ଙ୍କୁ ଭେଟିଛି । ମୁଁ ସେମାନଙ୍କ ସହ କଥା ବି ହୋଇଛି । ଦୀର୍ଘ ୩ ଘଣ୍ଟା ଧରି ଆମର ମିଟିଂ ଚାଲିଥିଲା ।’

ଆମେରିକାର ପୂର୍ବତନ ସେନା ଅଧିକାରୀ ଆଲେକ୍ସ କୋଲିୟର ଦାବି କରିଛନ୍ତି ଯେ, ସେ ୧୯୮୦ ମସିହାରେ ଦୁଇଟି ନୀଳ ରଙ୍ଗର ଏଲିଏନ୍‌ଙ୍କୁ ଭେଟିଥିଲେ । ସେତେବେଳେ ଆଲେକ୍ସ କୋଲିୟର ଜଣେ ଭଲ ପାଇଲଟ ଥଲେ । ସେ ସେନା ହେଲିକପ୍ଟର ଉଡ଼ାଉଥିଲେ । ‘ଡେଲି ଷ୍ଟାର’ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ‘ଆଲେକ୍ସ କୋଲିୟର କହିଛନ୍ତି ଯେ ଏଲିଅନ୍‌ମାନଙ୍କ ସହ ତାଙ୍କର ସମ୍ପର୍କ ଅତ୍ୟନ୍ତ ଚମତ୍କାର ଥିଲା, ସେମାନେ କୋଲିୟରଙ୍କୁ ସ୍ପେସ୍‌ ସିପ୍‌ରେ ବସି ଏକ ସ୍ୱତନ୍ତ୍ର ବେଲ୍ଟ ପିନ୍ଧିବାକୁ ବାଧ୍ୟ କରିଥିଲେ । ଯାହାଫଳରେ ତାଙ୍କ ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିହେବ । କୋଲିୟର ଆହୁରି କହିଛନ୍ତି ଯେ, ସେହି ଏଲିୟନ୍‌ମାନେ ବିସିୟସ୍‌ ଓ ମୋରୋନେୟ ନାମକ ଏଣ୍ଡ୍ରୋମିଡିଅନ୍‌ ଭାବେ ଜଣାଶୁଣା ।

ଏଲିୟନ-ମଣିଷ ସମ୍ପର୍କରେ ଆଲୋଚନା

କୋଲିୟରଙ୍କ କହିବାନୁସାରେ, ଆଲୋଚନା ବେଳେ ଏଲିୟନ୍‌ମାନେ ତାଙ୍କ ସହିତ ଏଲିୟନ୍‌-ମଣିଷ ସମ୍ପର୍କ ବିଷୟରେ କଥା ହୋଇଥିଲେ । ଏହା ବ୍ୟତୀତ ଏଲିୟନ୍‌ ମାନେ ତାଙ୍କୁ ମାନବଜାତି ଓ ବ୍ରହ୍ମାଣ୍ଡରେ ଜୀବନ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ କଥା କହିଥିଲେ ।

ଏଲିୟନ୍‌ଙ୍କୁ କେମିତି ଭେଟିଲେ ?

କୋଲିୟରଙ୍କ କହିବାନୁସାରେ, ଏଲିୟନ୍‌ମାନେ ତାଙ୍କୁ କହିଥିଲେ ଯେ ୨୧ ବିଲିଅନ୍ ବର୍ଷ ପୂର୍ବେ ବ୍ରହ୍ମାଣ୍ଡ ତିଆରି ହୋଇଥିଲା ଏବଂ ଏଥିରେ ୧୩୫ ବିଲିଅନ୍‌ରୁ ଅଧିକ ମଣିଷ ଅଛନ୍ତି । କୋଲିୟର ଆହୁରି କହିଛନ୍ତି ଯେ, ସେ ପ୍ରଥମ ଥର ପାଇଁ ଏଲିୟନମାନଙ୍କୁ ସେତେବେଳେ ଦେଖିଥିଲେ ଯେତେବେଳେ ସେ ଲୁଚକାଳି ଖେଳୁଥିଲେ । ସେମାନଙ୍କୁ ଦେଖିବା ପରେ ସେହିଠାରେ ହିଁ ସେ ଶୋଇପଡ଼ିଥିଲେ, ନିଦ ଭାଙ୍ଗିଲା ବେଳକୁ ସେ ଏକ ଟେବୁଲ ଉପରେ ନିଜକୁ ପାଇଥିଲେ । ସେ କହିଥିଲେ, 'ମୁଁ ଟେବୁଲ ଉପରେ ଶୋଇଥିଲି ଏବଂ ମୁଁ ହାଲୁକା ନୀଳ ଚର୍ମ ଥିବା ଜଣେ ବ୍ୟକ୍ତିଙ୍କୁ ଦେଖିଲି, ଯିଏ ଶାରୀରିକ ଭାବରେ ପରଫେକ୍ଟ ଥିଲା । ମୁଁ ସଙ୍ଗେ ସଙ୍ଗେ ସେମାନଙ୍କୁ ଚିହ୍ନି ସାରିଥିଲି ସେମାବେ କିଏ ।

ସେନା ଅଧିକାରୀ କହିଛନ୍ତି ଯେ, ‘ଏଲିୟନ୍‌ଙ୍କ ସହ ମୋ ପରିବାରର ଜେନେଟିକ୍ ସାମଞ୍ଜସ୍ୟ ରହିଛି । ଯେଉଁଥିପାଇଁ ସେମାନେ ମୋତେ ଭେଟିବାକୁ ଆସିଥିଲେ । ସେମାନେ ମୋତେ କହିଥିଲେ ଯେ ମୁଁ ୬୨ ହଜାର ବର୍ଷ ପୂର୍ବେ ଏକ ଆଉଟପୋଷ୍ଟରେ କାମ କରୁଥିଲି । ସେଠାରେ ମୁଁ ଅନ୍ୟ ଦୁଇ ଜଣ ଏଲିୟନ୍‌ଙ୍କ ମଧ୍ୟରେ ଚାଲିଥିବା ଝଗଡ଼ାକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲି, ହେଲେ ସେଥିରେ ବିଫଳ ହୋଇଥିଲି । ସେମାନେ ମୋର ହତ୍ୟା କରିଥିଲେ । ଯାହା ପରେ ମୁଁ ପୃଥିବୀରେ ଜନ୍ମ ନେଇଥିଲି ।’