• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasan Subudhi

ଫୋର୍ବସ୍ ପକ୍ଷରୁ ପ୍ରକାଶିତ ଟପ୍ ଟେନ୍ ଧନୀ ତାଲିକାରେ ଦୁଇ ଭାରତୀୟ । ତାଲିକାରେ ମୁକେଶ ଅମ୍ବାନୀଙ୍କୁ ଏବଂ ଗୌତମ ଆଦାନୀ । ତେବେ ମୁକେଶ ଅମ୍ବାନୀଙ୍କୁ ଟପି ଯାଇଛନ୍ତି ଗୌତମ ଆଦାନୀ ା ଫୋର୍ବସ୍ର ଧନୀ ତାଲିକାର ଷଷ୍ଠ ସ୍ଥାନରେ ଆଦାନୀ ଥିବା ବେଳେ ଦଶମରେ ରହିଛନ୍ତି ଲାଏନ୍ସର ମୁଖ୍ୟ ମୁକେଶ ଅମ୍ବାନୀ  ା ତେବେ ବିଶ୍ୱର ଟପ୍ ଟେନ୍ ଧନୀମାନଙ୍କ ମଧ୍ୟରେ ସ୍ଥାନ ପାଇଥିବା ଦୁଇ ଭାରତୀୟ ଆଦାନୀ ଓ ଅମ୍ବାନୀଙ୍କୁ ନେଇ ଚର୍ଚ୍ଚା ହେଉଛି ।

ଦୁନିଆର ବହୁ ବଡ଼ ବଡ଼ ଧନୀକଙ୍କୁ ପଛରେ ପକାଇ ଦେଇଛନ୍ତି ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ । ଟପ୍ ଟେନ୍ ମହାଧନୀକଙ୍କ ତାଲିକାରେ ଲମ୍ବା ଲମ୍ଫ ମାରି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି ଆଦାନୀ । ଫୋର୍ବସ ପତ୍ରିକା ପକ୍ଷରୁ ପ୍ରକାଶିତ ଶୀର୍ଷ 10 ଧନୀଙ୍କ ତାଲିକାରେ ଗୌତମ ଆଦାନୀ ସ୍ଥାନ ପାଇଥିବା ବେଳେ ସେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଦେଇଛନ୍ତି । ତେବେ ତାଙ୍କର ମୋଟ୍ ସମ୍ପତ୍ତିର ମୂଲ୍ୟ 117 ଦଶମିକ 8 ବିଲିୟନ୍ ଡଲାର ଥିବା ଜଣାପଡ଼ିଛି ା ଆଉ ଏବେ ଆଦାନୀ ଗ୍ରୁପର ପ୍ରତିଷ୍ଠାତା ଏବଂ ଚେୟାରମ୍ୟାନ  ଗୌତମ ଆଦାନୀଙ୍କୁ ନେଇ ଚର୍ଚ୍ଚା ହେଉଛିା 

ଫୋର୍ବସ୍ ପତ୍ରିକାର ଧନୀ ତାଲିକାରେ ଆଦାନୀ ଷଷ୍ଠ ସ୍ଥାନରେ ପହଞ୍ଚିଥିବା ବେଳେ ତାଙ୍କର ପର୍ସନାଲ୍ ନେଟ୍ ଓ୍ୱର୍ଥରେ ପ୍ରାୟ 9 ବିଲିୟନ୍ ଡଲାରର ଲାଭ ହୋଇଛି । ଏହା ସହ ସେ ଗୁଗଲ୍ର କୋ-ଫାଉଣ୍ଡର ଲାରି ପେଜ୍ ଏବଂ ସର୍ଗେଇ ବ୍ରିନ୍ଙ୍କୁ ପଛରେ ପକାଇଦେଇଛନ୍ତି ା ସେପଟେ ଆଦାନୀ ଗ୍ରୁପ୍ର 3ଟି କମ୍ପାନୀରେ ଦୁବାଇର ଏକ କମ୍ପାନୀ 15 ହଜାର କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛି । ଏହା ପରେ ପରେ ଆଦାନୀ ଗ୍ରୁପର ସମସ୍ତ କମ୍ପାନୀର ଶେୟାର ମୂଲ୍ୟ ବୃଦ୍ଧିପାଇଥିବା କୁହାଯାଉଛି । ତେବେ ଫୋର୍ବସ ତାଲିକା ଅନୁସାରେ ଏସିଆର ସବୁଠୁ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ଉପରେ, ଏଲନ୍ ମସ୍କ, ଜେଫ୍ ବେଜସ୍, ବର୍ଣ୍ଣାଡ୍ ଆର୍ଣ୍ଣଲଟ୍, ବିଲ୍ ଗେଟ୍ସ ଏବଂ ଓ୍ୱାରେନ୍ ବଫେଟଙ୍କ ନଁା ରହିଛି ।

ସେପଟେ 2008ରେ ବିଲେନିୟର କ୍ୟାମ୍ପରେ ସାମିଲ ହୁଅନ୍ତି ଗୌତମ ଆଦାନୀ । ସେତେବେଳେ ତାଙ୍କ ସମ୍ପତ୍ତିର ମୂଲ୍ୟ ଥିଲା 9.3 ବିଲିୟନ୍ ଡଲାର । ତା ପରେ ପରେ ତାଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଥିବା ନେଇ ଫୋର୍ବସ ରିପୋର୍ଟରୁ ଜଣାଯାଏ ା ଆଉ ଏବେ ନିଜର ସମ୍ପତ୍ତି 100 ବିଲିୟନ୍ ଅତିକ୍ରମ କରିଥିବା ବେଳେ ଆଦାନୀ ଇଲାଇଟ୍-ବିଲେନିୟର କ୍ଲବ୍ରେ ସାମିଲ୍ ହୋଇଛନ୍ତି । 24 ଜୁନ୍ 1962ରେ ଅହମଦାବାଦରେ ଜନ୍ମ ଗ୍ରହଣ କରନ୍ତି ଗୌତମ । 1988ରେ ସେ ଆଦାନୀ ଗ୍ରୁପର ପ୍ରତିଷ୍ଠା କରନ୍ତି । ଶକ୍ତି, କୃଷି, ବନ୍ଦର ଭଳି ବିଭିନ୍ନ କ୍ଷେତ୍ରରେ ତାଙ୍କ କଂପାନୀ ଦକ୍ଷତାର ସହ କାଯ୍ୟ କରୁଛି । ଭାରତର ଅନ୍ୟତମ ସଫଳ ଉଦ୍ୟୋଗପତି ହେଉଛନ୍ତି ଗୌତମ ଆଦାନୀ ା ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସି ଆଜି ସେ ସଫଳତାର ଶିଖରରେ ପହଞ୍ଚି ପାରିଛନ୍ତି । ତେବେ ଅନେକ ସମୟରେ ବିଭିନ୍ନ କାରଣ ଯୋଗୁଁ ବିବାଦ ଘେରକୁ ମଧ୍ୟ ଟାଣି ହୋଇ ଆସିଥାନ୍ତି ବିଶ୍ୱ ତଥା ଭାରତର ଏହି ଧନୀ ବ୍ୟକ୍ତି ।

ସେପଟେ ଫୋର୍ବସ ପତ୍ରିକା ଅନୁସାରେ ବିଶ୍ୱର 10 ନମ୍ବର ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀା ଫୋର୍ବସ ପତ୍ରିକା ପକ୍ଷରୁ ପ୍ରକାଶିତ ବିଶ୍ୱର ଧନୀ ତାଲିକାରେ ଦଶମ  ସ୍ଥାନରେ ରହିଛନ୍ତି ମୁକେଶ ଅମ୍ବାନୀ। ମୁକେଶଙ୍କ ସଂପତ୍ତିର ପରିମାଣ ହେଉଛି 98.6 ବିଲିୟନ୍ ଡଲାର୍ । 
ତେବେ ଭାରତର ସବୁଠୁ ବଡ଼ ପ୍ରାଇଭେଟ୍ ସେକ୍ଟର କମ୍ପାନୀ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍...। ଆଉ ଏହାର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି ମୁକେଶ ଅମ୍ବାନୀ...। 1957 ଏପ୍ରିଲ 19 ତାରିଖରେ ବମ୍ବେରେ ଜନ୍ମ ନେଇଥିଲେ ମୁକେଶ...। ତାଙ୍କ ବାପା ଧୀରୁଭାଇ ଅମ୍ବାନି ସେତେବେଳେ ଥିଲେ ଜଣେ କ୍ଷୁଦ୍ର ବ୍ୟବସାୟୀ.. ଏବଂ ପରେ ସେ ଗଢ଼ିଲେ ବିଶାଳ ରିଲାଏନ୍ସ ଶିଳ୍ପ ଶୃଙ୍ଖଳ...। 1981ରେ ରିଲାଏନ୍ସରେ ଯୋଗ ଦିଅନ୍ତି ମୁକେଶ...।

ପ୍ରଥମେ ବୟନ ଓ ପରେ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ବେଶ୍ ସଫଳତାର ସହ କାଯର୍ୟ କରନ୍ତି ମୁକେଶ...। ପିତାଙ୍କ ମୃତୁ୍ୟ ପରେ ସମ୍ପତ୍ତି ଦୁଇଭାଗ ହୋଇଯାଏ...। ରିଲାଏନ୍ସ ଇନ୍ଫୋକମ୍ ଚାଲିଯାଏ ଅନୀଲ ଅମ୍ବାନିଙ୍କ ପାଖକୁ...। ମୁକେଶଙ୍କ ଭାଗରେ ପଡ଼େ ପେଟ୍ରୋକେମିକାଲ୍ସ, ଅଏଲ୍ ଆଣ୍ଡ୍ ଗ୍ୟାସ୍ ବ୍ୟବସାୟା ଏନର୍ଜି, ପେଟ୍ରୋଲ ଏବଂ ଟେଲିକମ୍ କ୍ଷେତ୍ରରେ ତାଙ୍କ କଂପାନୀ ସଫଳତାର ସହ କାମ କରୁଛି ।  ଅଧ୍ୟବସାୟ ବଳରେ ନିଜ ବ୍ୟବସାୟ ସାମ୍ରାଜ୍ୟକୁ ବଢ଼ାଇ ଚାଲିଛନ୍ତି ମୁକେଶ...। ବର୍ତ୍ତମାନ ସେ ହେଉଛନ୍ତି ଭାରତର ଦ୍ବିତୀୟ ବଡ଼ ଧନୀ ବ୍ୟକ୍ତି...। କେବଳ ଭାରତ ନୁହେଁ ବିଶ୍ୱର ବଡ଼ ବଡ଼ କୁବେରଙ୍କ ମଧ୍ୟରେ ରହିଛି ମୁକେଶ ଅମ୍ବାନୀଙ୍କ ନାମା ଫୋର୍ବସ୍ ପତ୍ରିକା ପକ୍ଷରୁ 2010ରେ ପ୍ରକାଶିତ ବିଶ୍ୱର କୋଟିପତି ତାଲିକାର 4ର୍ଥ ସ୍ଥାନରେ ଥିଲେ ମୁକେଶ, ହେଲେ 2011ରେ ଖସି ଆସିଥିଲେ 9ମ ସ୍ଥାନକୁ..। କିନ୍ତୁ ଭାରତର ଏକ ନମ୍ବର ଧନୀର ମାନ୍ୟତା ପାଇଆସିଥିବା ମୁକେଶ ଅମ୍ବାନୀଙ୍କୁ ଚଳିତ ବର୍ଷ ଟପିଯାଇଛନ୍ତି ଗୌତମ ଆଦାନୀ ।