Advertisment

ଚୀନରେ ପ୍ରଳୟଙ୍କରୀ ବନ୍ୟା: ମୁଣ୍ଡରେ ହାତ ଦେଲେଣି ଜିନ୍‌ପିଙ୍ଗ୍ !

୨୪ ଘଣ୍ଟାରେ ଝେଙ୍ଗଜୋ ପ୍ରଦେଶରେ ୫୫୨.୫ ମିଲିମିଟର ବର୍ଷା ହୋଇଛି। ଏଠାରେ ବର୍ଷକୁ ଯେତେ ବୃଷ୍ଟିପାତ ହୁଏ। ଏହା ତାର ୮୭ ପ୍ରତିଶତ। କାର ଓ ଅନ୍ୟ ଯାନବାହାନ ପାଣିରେ ଭାସୁଥିବା ବେଳେ ଘରଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
ଚୀନରେ ପ୍ରଳୟଙ୍କରୀ ବନ୍ୟା: ମୁଣ୍ଡରେ ହାତ ଦେଲେଣି ଜିନ୍‌ପିଙ୍ଗ୍ !

Flood in china

ହେନାନ୍: ଚୀନର ମଧ୍ୟଭାଗରେ ଅବସ୍ଥିତ ହେନାନ୍ ପ୍ରଦେଶରେ ପ୍ରଳୟଙ୍କରୀ ବନ୍ୟା। ବାଦଲଫଟା ବର୍ଷା ଯୋଗୁଁ ପ୍ରଦେଶର ରାଜଧାନୀ ଝେଙ୍ଗଜୋ ସମେତ ଅନ୍ୟ ସହରଗୁଡିକ ଜଳମଗ୍ନ ହୋଇଛି। ଏଥିରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି। ସୋସିଆଲ ମିଡିଆରେ ପ୍ରଳୟଙ୍କରୀ ବନ୍ୟାର ଭିଡିଓ ଘୁରି ବୁଲିବା ପରେ ଏଠାକାର ଅଭୂତପୂର୍ବ ସ୍ଥିତି ସଂପର୍କରେ ବାହାର ଦୁନିଆ ଜାଣିବାକୁ ପାଇଛି।

Advertisment

କାର ଓ ଅନ୍ୟ ଯାନବାହାନ ପାଣିରେ ଭାସୁଥିବା ବେଳେ ଘରଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୨୪ ଘଣ୍ଟାରେ ଝେଙ୍ଗଜୋ ପ୍ରଦେଶରେ ୫୫୨.୫ ମିଲିମିଟର ବର୍ଷା ହୋଇଛି। ଏଠାରେ ବର୍ଷକୁ ଯେତେ ବୃଷ୍ଟିପାତ ହୁଏ। ଏହା ତାର ୮୭ ପ୍ରତିଶତ। ସେହିପରି ଏପ୍ରିଲରୁ ଅକ୍ଟୋବର ଅର୍ଥାତ୍ ୭ ମାସରେ ପ୍ରଦେଶରେ ଯେତେ ବର୍ଷା ହୁଏ ୨୪ ଘଣ୍ଟାରେ ତାଠାରୁ ଅଧିକ ବର୍ଷା ହୋଇଥିବା ଚୀନ୍ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ପ୍ରବଳ ବର୍ଷା ଯୋଗୁ କିଛି ଡ୍ୟାମ ପ୍ରତି ବିପଦ ସୃଷ୍ଟି ହୋଇଛି। ମାତ୍ରାଧିକ ପାଣିଯୋଗୁ କେତେକ ଡ୍ୟାମ ଭାଙ୍ଗି ଯିବାର ଆଶଙ୍କା ବଢିଯାଇଛି। ଯାହା ସ୍ଥିତିର ଗମ୍ଭୀରତାକୁ ଆହୁରି ବଢାଇ ଦେଇଛି। ଝେଙ୍ଗଜୋ ସମେତ ଅନେକ ସହର ପାଣିରେ ବୁଡି ରହିଥିବା ବେଳେ ବର୍ଷା ଲାଗି ରହିଥିବାରୁ ବନ୍ୟା ନିୟନ୍ତ୍ରଣ ସମ୍ଭବ ହେଉନଥିବା ରାଷ୍ଟ୍ରପତି ସି. ଜିନପିଙ୍ଗ କହିଛନ୍ତି। ସ୍ଥିତି ମୁକାବିଲା ଲାଗି ସେନା ଓ ଅର୍ଦ୍ଧ ସାମିରୀକ ବାହିନୀ ମୁତୟନ ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। 

Weather China Heavy Rainfall Natural Disaster
Advertisment
Advertisment