Advertisment

ମହଙ୍ଗା ହେବ ଫ୍ଲିପକାର୍ଟ ସପିଂ; ‘କ୍ୟାସ ଅନ ଡେଲିଭରି’ ପାଇଁ ଦେବେ ଅଧିକ ଟଙ୍କା

ଅନ ଲାଇନ କାରବାର ଏଣିକି ମହଙ୍ଗା ପଡିବ। ଫ୍ଲିପ୍‌କାର୍ଟରୁ ଯଦି ଅନଲାଇନ ସପିଂ କରୁଥାନ୍ତି ତେବେ ଆପଣଙ୍କୁ ଡେଲିଭରି ଫି ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିବ। ବିଶେଷ କରି କ୍ୟାସ ଅନ ଡେଲିଭରି ଉପରେ ଫ୍ଲିପ୍‌କାଟ୍‌ ଅଧିକ ଫି ଦାବି କରିବ।

author-image
Minati Mishra
ଅଦ୍ୟତନ ହୋଇଛି
Flipkart's Cash on Delivery Option

Flipkart delivery become expensive

ଅନ ଲାଇନ କାରବାର ଏଣିକି ମହଙ୍ଗା ପଡିବ। ଫ୍ଲିପ୍‌କାର୍ଟରୁ ଯଦି ଅନଲାଇନ ସପିଂ କରୁଥାନ୍ତି ତେବେ ଆପଣଙ୍କୁ ଡେଲିଭରି ଫି ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିବ। ବିଶେଷ କରି କ୍ୟାସ ଅନ ଡେଲିଭରି ଉପରେ ଫ୍ଲିପ୍‌କାଟ୍‌ ଅଧିକ ଫି ଦାବି କରିବ। ଯେତେବେଳେ ଜଣେ ୟୁଜର୍ସ ମୋବେଇଲ୍‌ରେ କ୍ୟାସ ଅନ ଡେଲିଭରି ଅପ୍‌ସନ ଦବାଇବେ ସେତେବେଳେ ତାଙ୍କୁ ନୋମିନିଆଲ ଫି ବାବଦରେ ଅଧିକ ୫ ଟଙ୍କା ଦେବାକୁ ପଡ଼ିବ ବୋଲି ଫ୍ଲିପ୍‌କାର୍ଟ ପକ୍ଷରୁ କୁହାଯାଇଛି ।

Advertisment

କୌଣସି ଆଇଟମ ଉପରେ ଫ୍ଲିପ୍‌କାର୍ଟ ପ୍ରାଇସ୍‌ ରେଞ୍ଜକୁ ଦେଖି ସିପିଂ ଚାର୍ଜ ରଖିଥାଏ। ଫ୍ଲିପ୍‌କାର୍ଟ ତାର ୫୦୦ ଟଙ୍କା ଭିତରେ ଥିବା ପ୍ରଡକ୍ଟ ଉପରେ ଡେଲିଭରି ‍ଫି ୪୦ ଟଙ୍କା ରଖିଥାଏ। ହେଲେ ୫୦୦ରୁ ଅଧିକ ଫି ଉପରେ ସିପିଂ ଚାର୍ଜ ନଥାଏ। କିନ୍ତୁ ଏବେ ଫ୍ଲିପ୍‌କାର୍ଟ ତାର ନିୟମ ବଦଳାଇଛି। ପ୍ରତି ପ୍ରଡକ୍ଟର ଡେଲିଭରି ଅର୍ଡର ଉପରେ ଅଧିକ ୫ ଟଙ୍କା ଫି ରଖିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏପରିକି ସେହି ପ୍ରଡକ୍ଟ ଉପରେ ଡେଲିଭରି ଫି ଥାଉ ବା ନ ଥାଉ, ନୋମିନିଆଲ ଫି ବାବଦ ୫ ଟଙ୍କା ଗ୍ରାହକଙ୍କୁ ଦେବାକୁ ପଡ଼ିବ।

ତେବେ ଏଠି କହିରଖିବୁ, ସବୁ ଗ୍ରାହକଙ୍କୁ ଏହି ଅଧିକା ଫି ଦେବାକୁ ପଡ଼ିବ ନାହିଁ। ଯେଉଁମାନେ କେବଳ କ୍ୟାସ ଅନ ଡେଲିଭରି କରୁଥିବେ ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ। ତେଣୁ ଏହି ନୋମିନିଆଲ ଫି ନ ଦେବା ପାଇଁ ଅନଲାଇନ ପେ କରିବାକୁ ଫ୍କିପ୍‌କାର୍ଟ ପକ୍ଷରୁ କୁହାଯାଇଛି। ଯାହା ବି ହେଉ, ଅନଲାଇନ ପ୍ଲାଟଫର୍ମ କ୍ୟାସ ଅନ ଡେଲିଭରି ଅପସନ କମାଇବା ପାଇଁ ଚେଷ୍ଟା କରୁଛି ଏବଂ ଏହା ବଦଳରେ ଅନ୍‌ଲାଇନ ପେ’କୁ ପ୍ରୋତ୍ସାହନ ଦେଉଛି।

Advertisment
Online Shopping Flipkart
Advertisment
Advertisment