iran
ଇରାନରେ ୩ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ପଞ୍ଜାବର ଏହି ୩ ଯୁବକଙ୍କୁ ମେ ୧ ତାରିଖରେ ଅପହରଣ କରାଯାଇଥିଲା। ପରିବାର ଲୋକଙ୍କ ପକ୍ଷରୁ ଭାରତୀୟ ଦୂତାବାସ ସହିତ ସମ୍ପର୍କ କରାଯାଇଥିବା ବେଳେ ଭାରତୀୟ ରାଷ୍ଟ୍ରଦୂତ ବର୍ତ୍ତମାନ ମିଶନ ମୋଡରେ ରହିଛନ୍ତି। ନିଖୋଜ ଭାରତୀୟଙ୍କୁ ଖୋଜି ଦେବା ପାଇଁ ଭାରତୀୟ ଏମ୍ବାସୀ ପକ୍ଷରୁ ଇରାନ ଉପରେ ଚାପ ପକାଯାଉଛି।
ଭାରତରେ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକ ଦୂତାବାସ ନିକଟରେ ଅଭିଯୋଗ କରିଥିଲେ। ଭାରତୀୟ ଦୂତାବାସ ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଇ ଚାପ ପକାଇବା ଆରମ୍ଭ କରିଛି। ନିଖୋଜ ଥିବା ୩ ଭାରତୀୟଙ୍କୁ ତୁରନ୍ତ ଖୋଜି ଦେବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଇରାନକୁ କୁହାଯାଇଛି। ଏହା ସହିତ ଏହି ୩ ନିଖୋଜ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଚାପ ପକା ଯାଇଛି।
ଅଧିକ ପଢ଼ନ୍ତୁ: ବଢ଼ିଲା ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଖର୍ଚ୍ଚ
ତେହରାନରେ ଚାଲିଥିବା ମିଶନ ସମ୍ପର୍କରେ ନିଖୋଜ ବ୍ୟକ୍ତିଙ୍କ ପରିବାରକୁ ନିୟମିତ ଅପଡେଟ ଦିଆଯାଉଛି ବୋଲି ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ମିଳିଛି। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ମା’ ଅପହରଣ ଅଭିଯୋଗ ଆଣିଛନ୍ତି। ମେ ୧ ତାରିଖରେ ସେମାନଙ୍କୁ ଅପହରଣ କରାଯାଇଥିବା ନେଇ ସେ କହିଛନ୍ତି। ଏହା ସହିତ ଛାଡିବା ପାଇଁ ଅର୍ଥ ମଧ୍ୟ ଦାବି କରାଯାଇଥିଲା। ସଙ୍ଗରୁର, ନୱାନସହର ଓ ହୋସିୟାରପୁରର ଏହି ୩ ଯୁବକ ୱାର୍କ ପରମିଟରେ ଅଷ୍ଟ୍ରେଲିଆ ଯିବାର ଥିଲା।
ଏପରିକି ସେମାନେ ଦିଲ୍ଲୀରୁ ବିମାନ ମଧ୍ୟ ଧରିଥିଲେ। ତେବେ ଏଜେଣ୍ଟ ମାନେ ସେମାନଙ୍କ ଇରାନ ନେଇଥିଲେ। ସେଠାରେ କିଛି ସମୟ ରହିବା ପରେ ଅଷ୍ଟ୍ରେଲିଆ ଯିବେ ବୋଲି ସେମାନଙ୍କୁ କୁହାଯାଇଥିଲା। ଇରାନରେ ପହଞ୍ଚିବା ପରେ ସେମାନଙ୍କୁ ଅପହରଣ କରାଯାଇଥିବା ଜଣା ପଡିଥିଲା। ସଙ୍ଗରୁର ବାସିନ୍ଦା ହୁସନପ୍ରୀତଙ୍କ ମା’ଙ୍କ କହିବା ଅନୁସାରେ ଏଜେଣ୍ଟ ସେମାନଙ୍କ ଠାରୁ ପଇସା ନେଇଥିଲେ ମଧ୍ୟ ଡଙ୍କି ରୁଟ ଦେଇ ବେଆଇନ ଭାବେ ଇରାନକୁ ପଠାଇଥିଲେ।
୩ ଜଣଙ୍କୁ କିଡନାପ କରାଯାଇଥିବା ବେଳେ ସେମାନଙ୍କ ଫଟୋ ଓ ଭିଡିଓ ଶେୟାର କରାଯାଇଥିଲା। ସେମାନଙ୍କ ହାତକୁ ବନ୍ଧା ଯାଇଥିବା ବେଳେ ଶରୀରରେ ମାଡ ଓ କଟା ଦାଗ ଦେଖିବାକୁ ମିଳିଥିଲା। ପ୍ରଥମେ ଅପହର୍ତ୍ତା ମାନେ ପରିବାର ଲୋକଙ୍କ ସହ କଥ ହେଉଥିଲେ ମଧ୍ୟ ମେ ୧୧ ତାରିଖ ପରଠାରୁ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ। ହୋସିୟାରପୁରର ଯେଉଁ ଏଜେଣ୍ଟ ସେମାନଙ୍କୁ ପଠାଇଥିଲେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ କୁଲଦୀପ ସିଂ ଧଲିୱାଲ ଓ ହୋସିୟାରପୁର ସାଂସଦ ଡ. ରାଜକୁମାରଙ୍କୁ ଭେଟିଛନ୍ତି ନିଖୋଜ ଯୁବକଙ୍କ ପରିବାର ଲୋକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/iran_1748440840.jpg)