Advertisment

ଅଚଳ ପରେ ସ୍ୱାଭାବିକ ହେଲା ଫେସବୁକ୍, ହ୍ୱାଟ୍ସଆପ୍

୬ ଘଣ୍ଟାରୁ ଅଧିକ ସମୟ ଧରି ୟୁଜର୍ସଙ୍କ ମଧ୍ୟରୁ ନା କେହି ମେସେଜ୍ ପଠାଇ ପାରୁଥିଲେ ନା କୌଣସି ୟୁଜର୍ସଙ୍କ ପାଖକୁ ମେସେଜ ଆସିପାରୁଥିଲା। ଭାରତ, ଆମେରିକା ସମେତ ବିଶ୍ୱର ବହୁ ଦେଶରେ ଏଭଳି ସର୍ଭର ଡାଉନ୍ ହୋଇ ପଡିଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Social Media

Social Media

ନୂଆଦିଲ୍ଲୀ: ୬ ଘଣ୍ଟାରୁ ଅଧିକ ସମୟ ଅଚଳ ପରେ ଧୀରେଧୀରେ ସ୍ୱାଭାବିକ ହେଉଛି ସୋସିଆଲ ମିଡିଆ ଫେସବୁକ, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମ୍। ଏଥିଯୋଗୁଁ ସାରା ବିଶ୍ୱର ୧୦୦କୋଟିରୁ ଅଧିକ ୟୁଜର ପ୍ରଭାବିତ ହୋଇଥିଲେ। ଗତକାଲି  ଦୀର୍ଘ ସମୟ ଧରି ସୋସିଆଲ୍ ମିଡ଼ିଆର ସର୍ଭର ଡାଉନ୍। ହ୍ୱାଟ୍ସଆପଠୁ ଆରମ୍ଭ କରି ଇନଷ୍ଟାଗ୍ରାମ, ଫେସବୁକ ଆଦି ସୋସିଆଲ୍ ମିଡ଼ିଆକ ସର୍ଭର ଦୀର୍ଘ ସମୟ ଡାଉନ ରହିଥିଲା।

Advertisment

ଏଥିଯୋଗୁଁ  ୟୁଜର୍ସଙ୍କ ମଧ୍ୟରୁ ନା କେହି ମେସେଜ୍ ପଠାଇ ପାରୁଥିଲେ ନା କୌଣସି ୟୁଜର୍ସଙ୍କ ପାଖକୁ ମେସେଜ ଆସିପାରୁଥିଲା। ଭାରତ, ଆମେରିକା ସମେତ ବିଶ୍ୱର ବହୁ ଦେଶରେ ଏଭଳି ସର୍ଭର ଡାଉନ୍ ହୋଇ ପଡିଥିଲା।

ସର୍ଭର ସମସ୍ୟାକୁ ନେଇ ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି ହ୍ବାଟ୍ସଆପ୍ ଏବଂ ଫେସବୁକ୍ କର୍ତ୍ତୃପକ୍ଷ। ଯେଉଁ ୟୁଜରମାନେ ହ୍ୱାଟସ୍ ଆପ୍ ବ୍ୟବହାର କରିପାରି ନାହାନ୍ତି। ସେମାନଙ୍କୁ କ୍ଷମା ମାଗିଛି ହ୍ୱାଟସଆପ୍। ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଛି ବୋଲି ହ୍ୱାଟସ ଆପ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି।

Advertisment
WhatsApp Facebook Instagram Social Media
Advertisment
Advertisment