Advertisment

ବଡ଼ ଧରଣର ବୈଷୟିକ ତ୍ରୁଟି: ଘଣ୍ଟା ଘଣ୍ଟା ଧରି ଆମେରିକାରେ ବନ୍ଦ ହୋଇଗଲା ବିମାନ ସେବା

ଆମେରିକାରେ ବିମାନ ସେବା ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। ଘଣ୍ଟା ଘଣ୍ଟା ଧରି ବନ୍ଦ ପରେ ଏବେ ଏୟାର ସର୍ଭିସ୍ ସିଷ୍ଟମ ଧୀରେଧିରେ ଠିକ୍ ହେଉଥିବା ନେଇ ଫେଡରାଲ୍ ଆଭିଏସନ୍ ଆଡମିନ୍‌ଷ୍ଟ୍ରେସନ୍ ଟ୍ୱିଟ୍ କରି ସୂଚନା ଦେଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
US FAA System Outage

FAA System Outage Causes Thousands Of Flight Delays In US

ଆମେରିକାରେ ବିମାନ ସେବା ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। ହେଲେ ୫ ହଜାରରୁ ଅଧିକ ବିମାନ ବିଳମ୍ବରେ ଚାଲିଛି। ଏଥିଯୋଗୁ ଲକ୍ଷ ଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ଘଣ୍ଟା ଘଣ୍ଟା ଧରି ବନ୍ଦ ପରେ ଏବେ ଏୟାର ସର୍ଭିସ୍ ସିଷ୍ଟମ ଧୀରେଧିରେ ଠିକ୍ ହେଉଥିବା ନେଇ ଫେଡେରାଲ୍ ଆଭିଏସନ୍ ଆଡମିନ୍‌ଷ୍ଟ୍ରେସନ୍ ଟ୍ୱିଟ୍ କରି ସୂଚନା ଦେଇଛି।

Advertisment

ଉଡ଼ାଣରେ ଏବେ କୌଣସି ସମସ୍ୟା ନଥିବା ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ସୂଚନା ଦେଇଛି। କମ୍ପ୍ୟୁଟରରେ ବଡ଼ ଧରଣର ତ୍ରୁଟି ଯୋଗୁ  ଆମେରିକାରେ ଘଣ୍ଟା ଘଣ୍ଟା ଧରି ବିମାନ ସେବା ଅଚଳ ହୋଇପଡ଼ିଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲର କମ୍ପ୍ୟୁଟରରେ ତ୍ରୁଟି ଯୋଗୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖା ଦେଇଥିଲା। ପ୍ରାୟ ୪୫୦ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନକୁ ରଦ୍ଦ କରାଯାଇଥିଲା। ବୈଷୟିକ ତ୍ରୁଟି ପରେ ସବୁ ବିମାନ ଗ୍ରାଉଣ୍ଡରେ ରହିଥିଲା।

ଅଧିକ ପଢ଼ନ୍ତୁ: ମଝି ଆକାଶରେ ଖୋଲିଗଲା ବିମାନର ଡୋର୍, ବିପଦରେ ୩୧ ଜୀବନ! ଦେଖନ୍ତୁ ଭିଡିଓ

Advertisment

ଫେଡେରାଲ୍ ଆଭିଏସନ୍ ଆଡମିନ୍‌ଷ୍ଟ୍ରେସନ୍ ଅନୁଯାୟୀ, ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ନୋଟିସ୍ ଟୁ ଏୟାର ମିସନ୍ ବା NOTAMରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା। NOTAM ଜରିଆରେ ଫ୍ଲାଇଟ୍ ଟେକ୍‌ ଅଫ ଏବଂ ଲ୍ୟାଣ୍ଡିଂର ସୂଚନା ମିଳିଥାଏ।

ସେପଟେ ଘଟଣାକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ ଜରୁରୀ ବୈଠକ ଡକାଇ ସ୍ଥିତିର ସମୀକ୍ଷା କରିବା ସହ ଫେଡେରାଲ୍ ଆଭିଏସନ୍ ଆଡମିନ୍‌ଷ୍ଟ୍ରେସନ୍‌କୁ ରିପୋର୍ଟ ମାଗିଛନ୍ତି। ଆମେରିକା ଇତିହାସରେ ପ୍ରଥମ ଥର ଲାଗି ଏତେବଡ଼ ଟେକ୍ନିକାଲ୍ ତ୍ରୁଟି ସାମ୍ନାକୁ ଆସିବା ପରେ ହ୍ୱାଇଟ୍ ହାଉସ୍ ପକ୍ଷରୁ ବୟାନ ଜାରି ହୋଇଛି। ଏହା ସାଇବର ଆଟାକ୍ ସମ୍ବନ୍ଧୀୟ ମାମଲା ନୁହେଁ ବୋଲି ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛି। ତେବେ ଘଟଣାକୁ ଗମ୍ଭୀରତାର ସହ ନେଇ ଏହାର ତଦନ୍ତ ପାଇଁ ବାଇଡେନ୍ ନିର୍ଦ୍ଦେଶ ଦେଇଛନ୍ତି। 

Airlines
Advertisment
Advertisment