Advertisment

ହସିନାଙ୍କୁ ନେଇ ବଡ଼ ବୟାନ ଦେଲେ ତସ୍‌ଲିମା; କହିଲେ ମୋତେ ବାହାର କରିଥିଲ, ଏବେ...

ଜଳୁଛି ବାଂଲାଦେଶ। ଏହାରି ଭିତରେ ଶେଖ ହସିନାଙ୍କୁ କଡ଼ା ସମାଲୋଚନା କରିଛନ୍ତି ତସ୍‌ଲିମା । ନିର୍ବାସିତ ବାଂଲାଦେଶୀ ଲେଖକ ତସ୍‌ଲିମା ନସ୍‌ରିନ୍‌ । ଶେଖ ହସିନାଙ୍କ ଦେଶରୁ ପଳାୟନକୁ ଏକ ବିଡ଼ମ୍ବନା ବୋଲି ସେ କହିଛନ୍ତି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Taslima Nasreen

Taslima Nasreen

ଜଳୁଛି ବାଂଲାଦେଶ। ସାରା ଦେଶରେ ଅସମ୍ଭାଳ ସ୍ଥିତି। ଚାରିଆଡ଼େ ପୋଡ଼ାଜଳା, ଅରାଜକତା। ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ଭଙ୍ଗ ଘୋଷଣା କରିଛନ୍ତି ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ । ଏହାରି ଭିତରେ ଶେଖ ହସିନାଙ୍କୁ କଡ଼ା ସମାଲୋଚନା କରିଛନ୍ତି ନିର୍ବାସିତ ବାଂଲାଦେଶୀ ଲେଖକ ତସ୍‌ଲିମା ନସ୍‌ରିନ୍‌ । ଶେଖ ହସିନାଙ୍କ ଦେଶରୁ ପଳାୟନକୁ ଏକ ବିଡ଼ମ୍ବନା ବୋଲି କହିଛନ୍ତି ।

Advertisment

ଅଧିକ ପଢନ୍ତୁ : ବାଂଲାଦେଶରେ ବଡ଼ ହଲଚଲ, PMଙ୍କ ଘରେ ପଶି ବିରିଆନୀ ଖାଇଲେ.. ଖଟରେ ଶୋଇଲେ..

ନସରିନ୍ କହିଛନ୍ତି ଯେ, ଇସଲାମବାଦୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ହସିନା ମୋତେ ବାଂଲାଦେଶରୁ ବାହାର କରିଦେଇଥିଲେ । ଏମିତିରେ ୧୯୯୯ରେ ମୋ ମାଆଙ୍କୁ ଶେଷଥର ଦେଖା କରିବାକୁ ବି ଛାଡ଼ିନଥିଲେ । ବର୍ତ୍ତମାନ ଛାତ୍ର ଆନ୍ଦୋଳନରେ ଜଡ଼ିତ ଥିବା ସେହି ସମାନ ଇସଲାମବାଦୀ ହାସିନାଙ୍କୁ ଦେଶ ଛାଡି ଚାଲିଯିବାକୁ ବାଧ୍ୟ କରିଛନ୍ତି । 

Advertisment

ତସ୍‌ଲିମା ନାସିରିନ୍ ଏହା ପୂର୍ବରୁ ଆଉ ଏକ ପୋଷ୍ଟରେ ଲେଖିଥଲେ ଯେ ଶେଖ ହାସିନା ଇସଲାମ ଧର୍ମ ବଢାଇବା ଓ ଦୁର୍ନୀତିରେ ଜଡିତ ଲୋକଙ୍କୁ ସାହାଯ୍ୟ କରୁଥିଲେ । ତସଲିମା କହିଛନ୍ତି ଯେ  " ଆଜି ହସିନାଙ୍କୁ ଇସ୍ତଫା ଦେଇ ଦେଶ ଛାଡି ଚାଲିଯିବାକୁ ପଡିବ। ସେ ଏଭଳି ପରିସ୍ଥିତି ପାଇଁ ନିଜେ ଦାୟୀ । ସେ ଇସଲାମବାଦୀମାନଙ୍କୁ ବଢ଼ିବାକୁ ଅନୁମତି ଦେଇଥିଲେ। ସେ ତାଙ୍କ ଲୋକଙ୍କୁ ଦୁର୍ନୀତିରେ ଲିପ୍ତ ରହିବାକୁ ଅନୁମତି ଦେଇଥିଲେ। ବର୍ତ୍ତମାନ ବାଂଲାଦେଶ ପାକିସ୍ତାନ ଭଳି ହେବା ଉଚିତ ନୁହେଁ। ରାଜନୈତିକ ଦଳଗୁଡ଼ିକ ଗଣତନ୍ତ୍ର ଓ ଧର୍ମନିରପେକ୍ଷତାକୁ ଫେରାଇ ଆଣିବା ଉଚିତ୍ । ”

ଅଧିକ ପଢନ୍ତୁ : ପୋଡ଼ାଜଳା, ଅହିଂସା, ଅରାଜକତା; ଭାରତ-ବାଂଲାଦେଶ ସୀମାରେ ହାଇ-ଆଲର୍ଟ

୧୯୯୪ ମସିହାରେ ତାଙ୍କ ପୁସ୍ତକ "ଲାଜ୍ଜା" ଉପରେ ମୌଳିକବାଦୀ ସଂଗଠନର ମୃତ୍ୟୁ ଧମକ ପାଇବା ପରେ ନସ୍‌ରିନ୍‌ଙ୍କୁ ବାଂଲାଦେଶ ଛାଡିବାକୁ ପଡିଥିଲା। ତାଙ୍କ ପୁସ୍ତକ "ଲଜ୍ଜା"କୁ ବାଂଲାଦେଶରେ ନିଷେଧ କରାଯାଇଥିଲା, କିନ୍ତୁ ଅନ୍ୟ ସ୍ଥାନରେ ତାଙ୍କ ବହି ବିକ୍ରି ହୋଇଥିଲା ।

କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ?

ବାଂଲାଦେଶ ଅସ୍ଥିରତା ପରେ କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ପଦ ଓ ଦେଶ ଛାଡ଼ିବା ପରେ କିଏ ନେବେ ଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ଦାୟିତ୍ବ। କାହା ହାତରେ ନ୍ୟସ୍ତ ହେବ ଦେଶର ଶାସନ ଭାର। ଏମିତି ପ୍ରଶ୍ନ ଏବେ ଉଙ୍କି ମାରୁଥିବା ବେଳେ ସାମ୍ନାକୁ ଆସୁଛି ଅନେକ ନେତାଙ୍କ ନାଁ। ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ମଧ୍ୟବର୍ତ୍ତୀକାଳିନ ସରକାର ନେତୃତ୍ବ ନେବାକୁ ପ୍ରସ୍ତାବ ଦେଇଛି ସରକାର ବିରୋଧୀ ଛାତ୍ର ସଂଗଠନର ନେତା।

ସେପଟେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି। ହାସିନା ଦେଶ ଛାଡ଼ିବା ପରେ ଖଲିଦା ଜିୟାଙ୍କୁ ଜେଲରୁ ମୁକ୍ତି ଆଦେଶ ଦେଇଛନ୍ତି ରାଷ୍ଟ୍ରପତି। ୧୯୯୧ରେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ ଖାଲିଦା। ୨୦୧୮ରେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଜେଲ୍ ଦଣ୍ଡାଦେଶ ଦିଆଯାଇଥିଲା। ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇଥିଲେ ଖାଲିଦା ଜିୟା। ତାଙ୍କ ବ୍ୟତୀତ ରେସରେ ଅଛନ୍ତି ଶଫିକୁର ରେହମାନ। ବର୍ତ୍ତମାନ ବାଂଲାଦେଶ ଜମାତ-ଏ-ଇସଲାମି ମୁଖ୍ୟ ଅଛନ୍ତି। ଆଉ ଜଣେ ଦାବିଦାର ହେଉଛନ୍ତି ଜିଏମ୍ କାଦର। ବର୍ତ୍ତମାନ ସେ ବାଂଲାଦେଶ ସଂସଦରେ ବିରୋଧୀ ଦଳ ନେତା ଅଛନ୍ତି। ପୂର୍ବରୁ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବାଣିଜ୍ୟ, ବେସାମରିକ ବିମାନ ଚଳାଚଳ ଓ ପର୍ଯ୍ୟଟନ ମନ୍ତ୍ରୀ ଥିଲେ । 

ଏମାନଙ୍କ ସହ ଚର୍ଚ୍ଚାରେ ଅଛନ୍ତି ଖାଲିଦା ଜିୟାଙ୍କ ବଡ଼ ପୁଅ ତାରିକ୍ ରେହମାନ। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି। ସେହିପରି ଶେଖ ହସିନାଙ୍କ ବଡ଼ ପୁଅ ସଜିବ ୱାଜେଦଙ୍କ ନାଁକୁ ନେଇ ବି କଳ୍ପନାଜଳ୍ପନା ହେଉଛି। ସେ ବିଦେଶରୁ ତାଙ୍କ ପ୍ରଶାସନକୁ ସମର୍ଥନ କରନ୍ତି। ଜଣେ ଡିଜିଟାଲ ପରାମର୍ଶଦାତା ଭାବରେ ଦେଶରେ ଇଣ୍ଟରନେଟ ସେବାକୁ ଆଗକୁ ବଢ଼ାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। 

Bangladesh Sheikh Hasina
Advertisment
Advertisment