Advertisment

Russian Minister Suicide: ପଦରୁ ବହିଷ୍କାର ହେଲେ ମନ୍ତ୍ରୀ, କିଛି ଘଣ୍ଟା ପରେ ହାରିଲେ ଜୀବନ

ଋଷର ପୂର୍ବତନ ପରିବହନ ମନ୍ତ୍ରୀ ରୋମାନ ଷ୍ଟାରୋଭୋୟଟଙ୍କୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପଦରୁ ବହିଷ୍କାର କରିବାର କିଛି ଘଣ୍ଟା ପରେ ସେ ଆତ୍ମହତ୍ୟା କରିଛନ୍ତି ।

ଅଦ୍ୟତନ ହୋଇଛି
Roman

Roman

Advertisment

ଋଷର ଜଣେ ପୂର୍ବତନ ପରିବହନ ମନ୍ତ୍ରୀ ରୋମାନ ଷ୍ଟାରୋଭୋୟଟଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯିବାର କିଛି ଘଣ୍ଟା ପରେ ସେ ଆତ୍ମହତ୍ୟା କରିଛନ୍ତି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ । ଏ ନେଇ ଋଷର ତଦନ୍ତକାରୀ କମିଟି କହିଛି ଯେ, ମସ୍କୋର ଓଡିଣ୍ଟସୋଭୋ ଜିଲ୍ଲାରେ ରୋମାନ ଷ୍ଟାରୋଭୋୟଟଙ୍କୁ ତାଙ୍କ କାରରେ ଗୁଳି ବାଜିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଆତ୍ମହତ୍ୟା ଜନିତ ମୃତ୍ୟୁକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ବୋଲି କମିଟିର ଜଣେ ଅଧିକାରୀ କହିଛନ୍ତି । 

Advertisment

ଅଧିକ ପଢନ୍ତୁ: ନୋବେଲ ଶାନ୍ତି ପୁରସ୍କାର ପାଇବେ କି ଟ୍ରମ୍ପ? ପାକିସ୍ତାନ ପରେ ସୁପାରିସ୍ କଲେ ନେତାନ୍ୟାହୁ

ଷ୍ଟାରୋଭୋୟଟଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଥିବା କ୍ରେମଲିନର ୱେବସାଇଟରେ କୁହାଯାଇଛି । କିନ୍ତୁ କେଉଁ କାରଣରୁ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଥିଲା ତାହା ସ୍ପଷ୍ଟ ହୋଇନଥିଲା । ତେବେ ଋଷର ବିଜନେସ ନ୍ୟୁଜପେପର ଭେଦୋମୋସ୍ତିରେ ଉଲ୍ଲେଖ କରାଯାଇଥିଲା ଯେ, ଷ୍ଟାରୋଭୋୟଟଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପାଇଁ କିଛି ମାସ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା । 

Advertisment

ଷ୍ଟାରୋଭୋୟଟଙ୍କୁ ଗତ ୨୦୨୪ ମେ ମାସରେ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିଲା । ଏହା ପୂର୍ବରୁ ସେ ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ଦକ୍ଷିଣପଶ୍ଚିମ କର୍ସ୍କର ଗଭର୍ଣ୍ଣର ଥିଲେ । ତେବେ ୨୦୨୪ରେ କର୍ସ୍କରେ ୟୁକ୍ରେନ ସୀମାର ଅନୁପ୍ରବେଶ ପରେ ତାଙ୍କ ଉପରେ ନଜର ରଖାଯାଇଥିଲା । ସୀମା ଅଞ୍ଚଳରେ କିଛି ତ୍ରୁଟି ପରିଲକ୍ଷିତ ଥିବା ଅନୁମାନ କରାଯାଇଥିଲା । ସୀମାରେ ଦୁର୍ଗ ନିର୍ମାଣରେ ଅର୍ଥ ଅତ୍ମସାତ କରିବା ଅଭିଯୋଗ ରହିଥିଲା । ତେଣୁ ସେହି ଘଟଣାରେ ଷ୍ଟାରୋଭୋୟଟଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଥିବା କମରସାଣ୍ଟ ନ୍ୟୁଜପେପରରେ ପ୍ରକାଶିତ ହୋଇଥିଲା । ଷ୍ଟାରୋଭୋୟଟଙ୍କୁ ବହିଷ୍କାର କରିବା ପରେ ଆଣ୍ଡ୍ରି ନିକିଟିନଙ୍କୁ କାମଚଳା ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି । 

ଅଧିକ ପଢନ୍ତୁ: ଜିନପିଙ୍ଗଙ୍କ ଯୁଗ ଶେଷ, ଚୀନରେ ପଟ୍ଟ ପରିବର୍ତ୍ତନର ଆଭାସ !

Russia Russian President Vladimir Putin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: