• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜିକାଲିର ସମୟରେ ଗାଡ଼ି ତ ସାଧରଣ କଥା । ପ୍ରାୟ ସମସ୍ତଙ୍କ ଘରେ କାର୍ କିମ୍ୱା ବାଇକ୍ ନିଶ୍ଚୟ ରହିଥିବ । ହେଲେ ଅପଣ ଜାଣନ୍ତି କି ? ଏମିତି ବି ଗାଁ ରହିଛି ଯେଉଁଠି କାର୍‌ କି ବାଇକ୍‌ ନୁହେଁ ପ୍ରତିଟି କାମ ପାଇଁ ଉଡ଼ାଜାହାଜରେ ଯାତାୟାତ କରାଯାଏ । ଆଉ ସମସ୍ତଙ୍କ ଘରେ ଏରୋପ୍ଲେନ୍‌ ରହିଛି ।

ଖାଲି ସେତିକି ନୁହେଁ, ଏମିତିକି ଅଫିସ ସହ ପରିବା ଓ ରାସନ କିଣିବା ପାଇଁ ମଧ୍ୟ ଏରୋପ୍ଲେନ୍‌ରେ ଯାଆନ୍ତି ଏଠାର ଲୋକମାନେ । ତେବେ ଆସନ୍ତୁ ଜାଣିବା ଏହି ଗାଁ ଓ ସେଠାର ଲୋକଙ୍କ ବିଷୟରେ ।

ଆମେରିକାର କାର୍ଲିଫର୍ନିଆରେ ରହିଛି ଏମିତି ଏକ ଗାଁ । ଯେଉଁ ଗାଁର ରାସ୍ତା ଅନେକ ଚଉଡ଼ା । ଏପରିକି ଉଡ଼ାଜାହାଜ ରନୱେ ଠାରୁ ମଧ୍ୟ ଅନେକ ବଡ଼ । କାରଣ ଉଡ଼ାଜାହାଜ ଗୁଡ଼ିକୁ ଅତି ସହଜରେ ଉଡାଣ କରାଯିବା ନେଇ ଗାଁର ରାସ୍ତାକୁ ଚଉଡା କରାଯାଇଛି ।

ଅଧିକ ପଢ଼ନ୍ତୁ: ଏହି ଗାଁରେ ବର୍ଷୁଛି ଟଙ୍କା ! ସବୁ ପରିବାର କୋଟିପତି; ଜାଣନ୍ତୁ, କ’ଣ କରନ୍ତି ଗାଁ ଲୋକେ...

କାଲିଫର୍ଣ୍ଣିଆର ଏହି ଗାଁ ‘କ୍ୟାମରନ ଏୟାର ପାର୍କ’ ଭାବେ ବେଶ ଜଣାଶୁଣା । ଏହି ଗାଁର ପ୍ରତ୍ୟେକ ଘର ବାହାରେ ବିମାନ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥାଏ । ଏଠିକାର ଲୋକମାନେ ଅଫିସ ବ୍ୟତୀତ ଦୈନନ୍ଦିନ କାର୍ଯ୍ୟରେ ବିମାନକୁ ବ୍ୟବହାର କରିଥାଆନ୍ତି ।

ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ୍ୟ । ସବୁଠାରୁ ବଡ଼ କଥା ହେଉଛି ଏହି ଗାଁର ଅଧିକାଂଶ ଲୋକ ପାଇଲରଟ । ଯେଉଁଥିପାଇଁ ସେହି ଅଞ୍ଚଳରେ ବିମାନ ସେବା ଅତି ସାଧାରଣ କଥା ।

ତାଛଡ଼ା ଏହି ଗାଁରେ ଓକିଲ ଓ ଡାକ୍ତରଙ୍କ ଭଳି ବଡ଼ ବଡ଼ ଲୋକ ରହିଛନ୍ତି, ଯେଉଁ ମାନଙ୍କର ଉଡ଼ାଜାହାଜ ରଖିବା ସଉକ୍ ରହିଛି । ବିମାନ ହେଉଛି ଏହି ଗାଁର ପ୍ରଥମ ପସନ୍ଦ ।