Advertisment

Russia Ukrain War: ମିଠା କଥା କହି ବୋମା ବର୍ଷଣ କରୁଛନ୍ତି ପୁଟିନ୍‌; ଟ୍ରମ୍ପ ଦେଲେ ବଡ ଚେତାବନୀ, ଯୁଦ୍ଧ ବନ୍ଦ ନ କଲେ...

ଯଦି ରୁଷ ୫୦ ଦିନ ଭିତରେ ଯୁଦ୍ଧ ବିରତି ନ କରେ, ତାହାଲେ ରୁଷ ଉପରେ ଆମେରିକା ୧୦୦ ପ୍ରତିଶତ ଟାରିଫ୍ ଲଗାଇବ । ୟୁକ୍ରେନକୁ ପାଟ୍ରିଅଟ କ୍ଷେପଣାସ୍ତ୍ର ପଠାଇବ ଆମେରିକା ।

Trump

Trump

Advertisment

ରୁଷିଆକୁ ଟାରିଫ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବାରମ୍ବାର ଚେତାବନୀ ସତ୍ତ୍ବେ ୟୁକ୍ରେନ ଉପରେ ଯୁଦ୍ଧ ବନ୍ଦ କରୁନଥିବାରୁ ଏବେ ରୁଷକୁ ଟାରିଫ୍ ଧମକ ଦେଇଛନ୍ତି ଟ୍ରମ୍ପ । ଟ୍ରମ୍ପ କହିଛନ୍ତି, ଯଦି ରୁଷ ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନ କରେ, ତାହାଲେ ରୁଷ ଉପରେ ୧୦୦ ଟାରିଫ୍ ଲଗାଇବ ଆମେରିକା ।

Advertisment

ଅଧିକ ପଢ଼ନ୍ତୁ: ପ୍ରଥମେ ‘ସବୁଠୁ ଖରାପ ବ୍ୟକ୍ତି’ ବୋଲି କହିଲେ, ପରେ ବିବାଦରେ ଫସିବା ଜାଣି ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ

ହ୍ୱାଇଟ ହାଉସରେ ସାମ୍ବାଦିକମାନଙ୍କ ସହିତ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି, ଆମେ ରୁଷ ଉପରେ ଦ୍ୱିତୀୟ ଶୁଳ୍କ ଲାଗୁ କରିବାକୁ ଯାଉଛୁ । ଯଦି ଯୁଦ୍ଧ ବିରତି ନେଇ ୫୦ ଦିନ ମଧ୍ୟରେ ରୁଷ କୌଣସି ଚୁକ୍ତି ସ୍ୱାକ୍ଷର ନ କରେ, ତାହାଲେ ରୁଷ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲାଗିବ । 

Advertisment

ଟ୍ରମ୍ପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଅସନ୍ତୋଷ ଝାଡି କହିଛନ୍ତି, ପୁଟିନ୍ ଦିନରେ ମିଠା କଥା କହୁଛନ୍ତି, କିନ୍ତୁ ରାତିରେ ସମସ୍ତଙ୍କ ଉପରେ ବୋମା ବର୍ଷଣ କରୁଛନ୍ତି । ଏହା ସହ ୟୁକ୍ରେନକୁ ପାଟ୍ରିଅଟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବା କ୍ଷେପଣାସ୍ତ୍ର ପଠାଇବ । ଯଦିଓ କେତେ ସଂଖ୍ୟକ ପାଟ୍ରିଅଟ କ୍ଷେପଣାସ୍ତ୍ର ପଠାଇବେ, ସେ ନେଇ ନିଷ୍ପତ୍ତି ନିଆ ଯାଇନଥିବା ବେଳେ ୟୁକ୍ରେନର ସୁରକ୍ଷା ପାଇଁ ଆବଶ୍ୟକତା ଥିବାରୁ ପାଟ୍ରିଅଟ କ୍ଷେପଣାସ୍ତ୍ର ପଠାଯିବ । ତେବେ ଏହା ସିଧାସଳଖ ୟୁକ୍ରେନକୁ ପଠାଯିବ ନାହିଁ । ଏସବୁ ଯୁଦ୍ଧାସ୍ତ୍ର ନାଟୋକୁ ଦିଆଯିବ । ନାଟୋ ରାଷ୍ଟ୍ରମାନେ ୧୦୦ ପ୍ରତିଶତ ଅର୍ଥ ପଇଠ କରିବେ ଏବଂ ପରେ ପାଟ୍ରିଅଟ କ୍ଷେପଣାସ୍ତ୍ର ୟୁକ୍ରେନକୁ ପ୍ରଦାନ କରିବେ ।

ଏହି ଆଲୋଚନା ବେଳେ ଟ୍ରମ୍ପଙ୍କ ସହ ଉପସ୍ଥିତ ଥିଲେ ନାଟୋ ମହାସଚିବ ମାର୍କ ରୁଟେ ମଧ୍ୟ ଉପସ୍ଥିତ ଥିଲେ । ରୁଷ ୟୁକ୍ରେନ ଉପରେ ଯୁଦ୍ଧ ବନ୍ଦ କରୁନଥିବାରୁ ଟ୍ରମ୍ପ କ୍ରମାଗତ ଭାବେ ନିଜ ଅସନ୍ତୋଷ ଜାହିର କରିଛନ୍ତି । ପୂର୍ବରୁ ଯୁଦ୍ଧ ବିରତି ପାଇଁ ଆଲୋଚନା ହୋଇଥିଲେ ହେଁ ରୁଷ ୟୁକ୍ରେନ ଉପରେ ମିଜାଇଲ୍ ଆକ୍ରମଣ ଜାରି ରଖିଛି । ଟ୍ରମ୍ପ ରୁଷ ଲିଡରଙ୍କ ଉପରେ କ୍ଷୋଭ ପ୍ରକାଶ କରି ରୁଷ ଉପରେ ନୂଆ କଟକଣା ଲାଗୁ କରାଯିବ ବୋଲି କହିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ଆମେରିକା ରାଜନୀତିରେ ହଲ୍‌ଚଲ୍, ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ ଏଲନ ମସ୍କ !

Russia Russian President Vladimir Putin US President Donald Trump Ukraine Russia Ukran War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ