Advertisment

Trump Cabinet: ଶପଥ ପୂର୍ବରୁ ଟିମ୍‌ ଗଢିବାରେ ବ୍ୟସ୍ତ ଟ୍ରମ୍ପ; ଏଲନ ମସ୍କଙ୍କୁ ଦେଲେ ବଡ଼ ଦାୟିତ୍ୱ

ଏଲନ ମସ୍କ ଓ ବିବେକ ରାମସ୍ୱାମୀଙ୍କୁ ନିଜ ଟିମ୍‌ରେ ସାମିଲ କରିଛନ୍ତି ଟ୍ରମ୍ପ। ଅଫିସର୍‌ ରାଜ ସମାପ୍ତ କରିବା ନେଇ ଉଭୟ କାମ କରିବେ ବୋଲି ସେ ଆଶାବାଦୀ ଅଛନ୍ତି। ଏନେଇ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

Elon Musk

Elon Musk

Advertisment

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ​​ଜିତିବା ପରଠାରୁ ଆକ୍ସନ ମୋଡ୍‌ରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ। ଶପଥ ନେବା ପୂର୍ବରୁ ଏବେ ଟିମ୍‌ ଗଢିବାରେ ଲାଗିପଡିଛନ୍ତି। ଗତକାଲି ମାଇକ୍ ୱାଲ୍ଟଜଙ୍କୁ ତାଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତି ଦେବା ପରେ ଆଜି ଆଉ ୨ଜଣଙ୍କୁ ନିଜ କ୍ୟାବିନେଟ୍‌ରେ ସ୍ଥାନ ଦେଇଛନ୍ତି। ଏଲନ ମସ୍କ ଓ ବିବେକ ରାମସ୍ୱାମୀଙ୍କୁ ନିଜ ଟିମ୍‌ରେ ସାମିଲ କରିଛନ୍ତି ଟ୍ରମ୍ପ। ଅଫିସର୍‌ ରାଜ ସମାପ୍ତ କରିବା ନେଇ ଉଭୟ କାମ କରିବେ ବୋଲି ସେ ଆଶାବାଦୀ ଅଛନ୍ତି। ଏନେଇ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

Advertisment

ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଏଲନ୍ ମସ୍କ ଓ ବିବେକ ରାମସ୍ୱାମୀ 'ସରକାରୀ ଦକ୍ଷତା ବିଭାଗ'ର ନେତୃତ୍ୱ ନେବେ । ଏନେଇ ଟ୍ରମ୍ପ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ସୂଚନା ଦେଇଥିଲେ। ଟ୍ରମ୍ପ ଏକ ବିବୃତ୍ତିରେ କହିଛନ୍ତି, "ଏହି ଦୁଇ ଆମେରିକୀୟ ମୋର ପ୍ରଶାସନ ପାଇଁ ଅଫିସର୍‌ ରାଜ ସମାପ୍ତ କରିବା, ଅଦରକାରୀ ନିୟମାବଳୀ ହ୍ରାସ, ବଦଖର୍ଚ୍ଚ କମାଇବା ଏବଂ ଫେଡେରାଲ୍ ଏଜେନ୍ସିଗୁଡିକର ପୁନର୍ବିନ୍ୟାସ କରିବା ନେଇ ବାଟ ଦେଖାଇବେ। ଯାହାକି 'Save America’ ଆନ୍ଦୋଳନର ଲକ୍ଷ୍ୟ ପାଇଁ ନିତାନ୍ତ ଆବଶ୍ୟକ।" ସେ କହିଛନ୍ତି ଯେ, ଅଫିସର୍‌ ରାଜ ସମାପ୍ତ କରିବା ସହ ଦକ୍ଷତା ଉପରେ ଧ୍ୟାନ ଦେବା ଓ ସମସ୍ତ ଆମେରିକୀୟଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଉଭୟ ନିଶ୍ଚିତ ରୂପେ କାମ କରିବେ। ଯାହାକୁ ମୁଁ ଅପେକ୍ଷା କରିଛି।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ ପରେ ସାରା ବିଶ୍ୱରେ କେବଳ ଗୋଟିଏ ବ୍ୟକ୍ତିର ଚର୍ଚ୍ଚା । ସେ ହେଉଛନ୍ତି ଏଲନ୍ ମସ୍କ । କୁହାଯାଉଛି, ଟ୍ରମ୍ପଙ୍କ ବିଜୟରେ କେବଳ ଏଲନ୍ ମସ୍କଙ୍କ ଭୂମିକା ହିଁ ସର୍ବାଧିକ ଥିଲା । ସେ ହିଁ ଏକା ଟ୍ରମ୍ପକୁ ବିଜୟୀ କରିଛନ୍ତି । ଏପରି ଅବିଶ୍ୱସନୀୟ ଭାବେ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ କିପରି ହେଲା, ତାହା ଏକ ବଡ଼ ପ୍ରଶ୍ନ ଭାବେ ପୂରା ବିଶ୍ୱ ସମୁଖରେ ଛିଡ଼ା ହୋଇଛି । ଆଉ ଏହା ପଛରେ ମସ୍କଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରମ୍ପଙ୍କ ପାଇଁ ଖୋଲାଖୋଲି ପ୍ରଚାର କରିଥିଲେ ଏଲନ୍ । କେବଳ ସାମାଜିକ ଗଣମାଧ୍ୟମ ନୁହେଁ, ବିଭିନ୍ନ ଜରିଆରେ ଟ୍ରମ୍ପଙ୍କ ବିଗିଡ଼ି ଥିବା ଭାବମୂର୍ତ୍ତି ସୁଧାରି ଥିଲେ ।

Advertisment

ଅଧିକ ପଢ଼ନ୍ତୁ: Kamala Harris: ନିର୍ବାଚନ ହାରିଗଲେ କମଳା; ଆଗକୁ କରିବେ କ’ଣ, ଜାଣନ୍ତୁ...

ଟ୍ରମ୍ପଙ୍କ ସମର୍ଥନରେ ସେ ଏକାଧିକ ଟ୍ୱିଟ୍ କରିବା ସହ ଅଜସ୍ର ଅର୍ଥ ମଧ୍ୟ ଲଗାଇଥିବା ଜଣାପଡ଼ିଛି । ଏପରିକି ବ୍ୟକ୍ତିଗତ ଭାବରେ ମଧ୍ୟ ତାଙ୍କୁ ଟ୍ରମ୍ପଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ବିଜୟ ପରେ ମଧ୍ୟ ନିଜର ନିର୍ବାଚନୀ ଅଭିଭାଷଣରେ ଏଲନ୍ ମସ୍କଙ୍କୁ ଆଇ ଲଭ୍ ୟୁ କହିଥିଲେ । ଏହା ହିଁ ମସ୍କଙ୍କ ସହ ଟ୍ରମ୍ପଙ୍କ ନିବିଡ଼ତା ସୂଚାଉଛି । କିଛି ରିପୋର୍ଟ ଅନୁସାରେ, ନିର୍ବାଚନରେ ଏଲନ୍ ପ୍ରାୟ ହଜାରେ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ସହ ଟ୍ରମ୍ପଙ୍କ ସମର୍ଥନରେ ସେ ଏକ ପଲିଟିକାଲ ଆକ୍ସନ କମିଟି ମଧ୍ୟ ଗଢ଼ିଥିଲେ, ଯାହା ତାଙ୍କୁ ନିର୍ବାଚନରେ ସାହାଯ୍ୟ କରିଥିଲା । ୨୦୨୦ରେ ଟ୍ୱିଟର୍‌ରୁ ବ୍ୟାନ୍ ହୋଇଥିବା ଟ୍ରମ୍ପଙ୍କ ପାଇଁ ଏଲନ୍ ହିଁ ପ୍ରଚାର କରିଥିଲେ । ପରେ ଟ୍ରମ୍ପ ପୁଣି ଥରେ ଟ୍ୱିଟର୍‌କୁ ଫେରିପାରିଥିଲେ । ଏଣୁ ସେ ଯେ ଟ୍ରମ୍ପଙ୍କର ପୁରୁଣା ବନ୍ଧୁ ଏଥିରେ ଅତ୍ୟୁକ୍ତି ନାହିଁ।

Advertisment

ଅଧିକ ପଢ଼ନ୍ତୁ: US Election Result 2024: ଟ୍ରମ୍ପଙ୍କ ବିଜୟ ପରେ ଏଲନ ମସ୍କଙ୍କ ଟ୍ରାନ୍ସଝିଅ ଦେଲେ ବଡ଼ ବୟାନ, କହିଲେ...

Donald Trump Elon Musk US Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ