Advertisment

ଏଲନଙ୍କ ଘରକୁ ଆସିଲା ନୂଆ ଅତିଥି; ଏଥର...

ଏଲନ ମସ୍କଙ୍କ ପତ୍ନୀ ଶିଭନ ଜିଲିସ ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଏହାକୁ ମିଶାଇ ମସ୍କ ମୋଟ୍ ୧୨ଜଣ ସନ୍ତାନର ପିତା ହୋଇଛନ୍ତି। ଶିଶୁର ନାମ ଏବଂ ଲିଙ୍ଗ ବିଷୟରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ଅଦ୍ୟତନ ହୋଇଛି
Elon Musk Quietly Welcomed Baby No 12

Elon Musk Quietly Welcomed Baby No. 12

Advertisment

ପୁଣି ବାପା ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି। ଦ୍ୱାଦଶଥର ପାଇଁ ବାପା ହୋଇଛନ୍ତି ମସ୍କ।କିନ୍ତୁ ଏଥର ସେ ଏହି ଖୁସି ଖବରକୁ ଲୁଚାଇ ରଖିଥିଲେ। ମାତ୍ର ବ୍ଲୁମବର୍ଗ ସାମ୍ବାଦିକମାନେ ଏହି ଖବରକୁ ପର୍ଦ୍ଦାଫାଶ କରିଛନ୍ତି। ଏଲନ ମସ୍କଙ୍କ ଦ୍ୱାଦଶ ସନ୍ତାନର ମା’ ହେଉଛନ୍ତି ନ୍ୟୁରାଲିଙ୍କର ଟପ ମ୍ୟାନେଜର ଶିଭନ ଜିଲିସ।

Advertisment

ଏଲନ ମସ୍କଙ୍କ ପତ୍ନୀ ଶିଭନ ଜିଲିସ ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଏହାକୁ ମିଶାଇ ମସ୍କ ମୋଟ୍ ୧୨ଜଣ ସନ୍ତାନର ପିତା ହୋଇଛନ୍ତି। ଶିଶୁର ନାମ ଏବଂ ଲିଙ୍ଗ ବିଷୟରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଶିଭନ ଜିଲିସ ଏହା ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ଏବଂ ଏଲନ ମସ୍କ ମଧ୍ୟ ଏଯାଏ ଚୁପ୍‌ ରହିଛନ୍ତି। ବ୍ଲୁମବର୍ଗ ଅନୁଯାୟୀ, ଏଲନ ମସ୍କ ୧୨ଟି ସନ୍ତାନର ପିତା।ଏହି ପିଲାମାନଙ୍କ ମଧ୍ୟରୁ ୬ ଜଣ ଗତ ପାଞ୍ଚ ବର୍ଷ ମଧ୍ୟରେ ଜନ୍ମ ହୋଇଛନ୍ତି ।ତିନିଜଣ ଗାୟିକା ଗ୍ରିମ୍ସ ଏବଂ ତିନିଜଣ ଶିଭନ ଜିଲିସଙ୍କ ଠାରୁ ଜନ୍ମ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ୨୦୩୨ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବ AI...ହ୍ୱାଇଟହାଉସରେ କରିବ ରାଜ୍ !

Advertisment

ଏଲନ୍ ମସ୍କଙ୍କ ପରିବାର ବିଷୟରେ ଏହି ନୂତନ ସୂଚନା ଏବେ ସାମ୍ନାକୁ ଆସିଛି। ଏଲନ ମସ୍କଙ୍କର ପୂର୍ବରୁ ଦୁଇଟି ଯାଆଁଳା ପୁଅ ଅଛନ୍ତି, ଯାହାଙ୍କ ମା’ ଶିଭନ ଜିଲିସ। ନଭେମ୍ବର ୨୦୨୧ରେ ସେମାନେ ଜନ୍ମ ନେଇଥିଲେ । ସେମାନଙ୍କର ନାମ ହେଉଛି ଅଜୁର ଏବଂ ଷ୍ଟ୍ରାଇଡର। ଏହି ଘଟଣା ପୁଣି ଥରେ ଏଲନ ମସ୍କଙ୍କ ବ୍ୟକ୍ତିଗତ ଜୀବନରେ ରହସ୍ୟ ଏବଂ ଆଲୋଚନାର ବିଷୟ ପାଲଟିଛି। ଏଲନ ମସ୍କର ଦ୍ୱାଦଶ ସନ୍ତାନ କିଏ ଏବଂ ତାଙ୍କ ନାମ କ’ଣ ଜାଣିବାକୁ ବିଶ୍ୱ ଚାହିଁ ବସିଛି।

ରିପୋର୍ଟ ଅନୁଯାୟୀ, ଏଲନ୍ ମସ୍କଙ୍କର ଏକ ପୁତ୍ର ସନ୍ତାନ ୨୦୨୦ରେ ହଲିଉଡ୍ ଗାୟିକା ଗ୍ରିମସ୍‌ଙ୍କଠାରୁ ଜନ୍ମ ହୋଇଥିଲେ। ସେହି ସନ୍ତାନ ବିଷୟରେ ସବୁକିଛି ଗୁପ୍ତ ରଖାଯାଇଥିଲା, କିନ୍ତୁ ଏଲନ୍ ମସ୍କ ତାଙ୍କ ଜୀବନୀରେ ଏବିଷୟରେ ଉଲ୍ଲେଖ କରିଥିଲେ। ପୂର୍ବରୁ ଦୁହେଁ ଏକ କନ୍ୟା ସନ୍ତାନର ବାପା-ମା' ହୋଇଥିଲେ। ଏଲନ୍‌ ଏବଂ ଗ୍ରିମ୍ସ ସରୋଗେସି ଜରିଆରେ ଝିଅକୁ ଜନ୍ମ ଦେଇଥିଲେ। ଏଲନ୍ ମସ୍କଙ୍କର ପୂର୍ବରୁ ଆଉ ୬ ସନ୍ତାନ ଅଛନ୍ତି।

Advertisment

ସେମାନଙ୍କର ପ୍ରଥମ ପୁଅ ନେଭାଡା ଆଲେକ୍ସଜାଣ୍ଡାର୍ ୨୦୦୨ ରେ ଜନ୍ମ ହୋଇଥିଲେ ମଧ୍ୟ ୧୦ ସପ୍ତାହ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତା’ପରେ ସେମାନଙ୍କର ଯାଆଁଳା ପୁଅ ଜାଭିଅର୍ (ଟ୍ରାନ୍ସଜେଣ୍ଡର) ଏବଂ ଡାମିନ୍ ଥିଲେ। ଏହା ପରେ ତାଙ୍କର ୩ ପୁଅ କାଇ, ସାକ୍ସନ୍ ଏବଂ ଡାମିଆନ୍ ଥିଲେ। ଟ୍ରାନ୍ସଜେଣ୍ଡର ଜାଭିୟର୍ ୨୦୨୨ ମସିହାରେ ମସ୍କଙ୍କ ନାମକୁ ତାଙ୍କ ନାମରୁ ହଟାଇ ଦେଇଥିଲେ ଏବଂ କହିଥିଲେ ଯେ ସେ ତାଙ୍କର ପିତାଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁନାହାନ୍ତି।

ଅଧିକ ପଢ଼ନ୍ତୁ: ମସ୍କଙ୍କ ବଡ଼ ବୟାନ: ୨୦୨୬ ସୁଦ୍ଧା ମଣିଷଠୁ ଅଧିକ ବୁଦ୍ଧିମାନ ହେବ AI

Elon Musk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ