Advertisment

Trump-Musk Clash: ବିବାଦ ଚରମ ସୀମାରେ...କାହା ମୁଣ୍ଡ ଖରାପ, ଟ୍ରମ୍ପ ନା ମସ୍କ ?

ଜଣେ କହୁଛନ୍ତି, ମୋ ପାଇଁ ସେ ନିର୍ବାଚନ ଜିତିଛନ୍ତି । ଆଉ ଜଣେ କହୁଛନ୍ତି, ତାଙ୍କ ମାନସିକ ଅବସ୍ଥା ଭଲ ନାହିଁ । ଦୁଇ ମିତ୍ର ଏବେ ପାଲଟି ଯାଇଛନ୍ତି ଶତ୍ରୁ । ସୋସିଆଲ୍ ମିଡିଆରେ ହେଉଛି ଯୁଦ୍ଧ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Donald Trump

Donald Trump

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଶିଳ୍ପପତି ଏଲନ ମସ୍କଙ୍କ ମଧ୍ୟରେ ବାକଯୁଦ୍ଧ ଥମୁନାହିଁ । ବଢ଼ି ବଢ଼ି ଚାଲିଛି । ଏହା ଭିତରେ ଟ୍ରମ୍ପ କହିଛନ୍ତି, ଏଲନ ମସ୍କଙ୍କ ମୁଣ୍ଡ ଠିକ୍ ନାହିଁ । ମୁଁ ଏବେ ତାଙ୍କ ସହ କଥା ହେବାକୁ ଚାହୁଁନାହିଁ । କଥା ହେବାକୁ ଇଚ୍ଛା ବି ନାହିଁ । ଗଣମାଧ୍ୟମର ଜଣେ ପ୍ରତିନିଧି ତାଙ୍କୁ ପଚାରିଥିଲେ, ଆପଣଙ୍କର ମସ୍କଙ୍କ ସହ କଥାବାର୍ତ୍ତା ପାଇଁ ସମୟ ସ୍ଥିର ହୋଇଛି । ଚଟାପଟ୍ ଉତ୍ତର ଦେଇଥିଲେ ଟ୍ରମ୍ପ, ନା ନା ସେମିତି କିଛି ହୋଇନାହିଁ । ମୁଁ ତାଙ୍କ ସହ ଏବେ କଥା ହେବିନି ।

Advertisment

ପୁଣି କହିଥିଲେ, ସେ (ମସ୍କ) କଥା ହେବାକୁ ଚାହୁଁଛନ୍ତି କିନ୍ତୁ ମୁଁ ଚାହୁଁନି । ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପୂର୍ବତନ ଉପଦେଷ୍ଟା ଏଲନ ମସ୍କଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଆମେରିକାରେ ଏହା ହାଟରେ ପଡି ଦାଣ୍ଡରେ ଗଡୁଛି । ଟ୍ରମ୍ପଙ୍କ ଏକ ପଲିସୀକୁ ମସ୍କ ଖୋଲାଖୋଲି ସମାଲୋଚନା କରିଥିଲେ ।

ଏଲନ ମସ୍କ ସୋସିଆଲ ମିଡିଆରେ ନିଜର ମତ ରଖିଥିଲା ବେଳେ ଟ୍ରମ୍ପ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିଲା । ତେଣୁ ଦୁଇଜଣଙ୍କ ମଧ୍ୟରେ ଆଉ ବୁଝାମଣା ହେବାର ସମ୍ଭାବନା କମିଯାଇଛି । ଦୁଇ ବନ୍ଧୁ ଏବେ ପରସ୍ପର ଶତ୍ରୁ ପାଲଟିବାକୁ ଯାଉଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଏଲନ୍ ମସ୍କ କରିବେ ନୂଆ ରାଜନୈତିକ ପାର୍ଟି ? ସାମ୍ନାକୁ ଆସିଲା ଦଳ ନାଁ !

ପ୍ରଶାସନର ସେଣ୍ଟରପିସ୍ ଟ୍ୟାକ୍ସ ଓ ସ୍ପେଣ୍ଡିଂ ବିଲକୁ ମସ୍କଙ୍କ ସମାଲୋଚନାରେ ସେ ବ୍ୟଥିତ ବୋଲି କହିଥିଲେ ଟ୍ରମ୍ପ । ଏଇଥିରୁ ସଂପର୍କ ତୁଟିଯାଇପାରେ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ ।

ଏହାର ଜବାବରେ ଏଲନ୍ ମସ୍କ କହିଥିଲେ, ସେ ଜଣେ କୃତଘ୍ନ । ମୋ ବିନା ସେ ନିର୍ବାଚନ ହାରି ଯାଇଥାଆନ୍ତେ ।

ଆମେରିକା ହାଉସରେ ସ୍ପେଣ୍ଡିଂ ବିଲ୍ ଗୃହୀତ ହୋଇଛି । ଏହି ବିଲକୁ ବିରୋଧ କରିଛନ୍ତି ମସ୍କ । ଏହା ଏବେ ସିନେଟରେ ଭୋଟଗ୍ରହଣ କରାଯିବାର ଅଛି ।

ଗଭର୍ଣ୍ଣମେଣ୍ଟ ଅଫ୍ ଏଫିସିଏନସି ( DOGE ) ରେ ୧୨୯ ଦିନ କାମ କରିବା ପରେ ପଦ ଛାଡିଥିଲେ ମସ୍କ । ଏହା ପରେ ସେ ତାଙ୍କ ‘x’ ରେ ଲେଖିଥିଲେ, ଏହା ଅତ୍ୟନ୍ତ ଘୃଣିତ । ଯେଉଁମାନେ ଭୋଟ ଦେଇଛନ୍ତି, ଏହା ସେମାନଙ୍କ ପାଇଁ ଲଜ୍ଜା । ତୁମେ ଜାଣିଛ, ତୁମେ ଭୁଲ୍ କରିଛ । ଏହି ବିଲ୍ ଦ୍ୱାରା ଦେଶର ଋଣ ବଢ଼ିବ ଲୋଲି ଯୁକ୍ତି କରିଛନ୍ତି ମସ୍କ । ଏହାକୁ ବିରୋଧ କରିବାକୁ ସେ ତାଙ୍କ ଫଲୋୟର୍ ମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ ।

ଅଧିକ ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ୧୨ ଦେଶର ଲୋକଙ୍କୁ ଆମେରିକାରେ ଏଣ୍ଟ୍ରି ନାହିଁ

Donald Trump USA Elon Musk
Advertisment
Advertisment