/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749290794.jpg)
ମସ୍କ କରିବେ ନୂଆ ପାର୍ଟି !
ଆମେରିକାରେ ଏକ ନୂଆ ରାଜନୈତିକ ପାର୍ଟି ଗଢ଼ିପାରନ୍ତି ଟେସଲା ଏବଂ ସ୍ପେସ୍ଏକ୍ସ ସିଇଓ ଏଲନ୍ ମସ୍କ । ଏମିତିକି ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ମସ୍କ ଏହି ପାର୍ଟିର ନାମ ବିଷୟରେ ମଧ୍ୟ ଇଶାରା ଦେଇଛନ୍ତି । ମସ୍କ ତାଙ୍କ ପୋଷ୍ଟରେ ‘ଦି ଆମେରିକା ପାର୍ଟି’ ବୋଲି ଉଲ୍ଲେଖ କରିଛନ୍ତି । ଯଦିଓ ଏପର୍ଯ୍ୟନ୍ତ ଏଲନ୍ ମସ୍କ ସ୍ପଷ୍ଟ ଭାବେ କହିନାହାନ୍ତି ଯେ ସେ ଏକ ରାଜନୈତିକ ଦଳ ଗଠନ କରିବେ ଏବଂ ତା’ର ନାଁ ‘ଦି ଆମେରିକା ପାର୍ଟି’ ରହିବେ । କିନ୍ତୁ ସେ ଗୋଟିଏ ପରେ ଗୋଟିଏ କରୁଥିବା ପୋଷ୍ଟ ହିଁ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି ।
The America Party https://t.co/hO5S8Kjb5O
— Elon Musk (@elonmusk) June 6, 2025
ସେପଟେ ମସ୍କ ‘X’ରେ କରିଥିବା ପୋଷ୍ଟର ସମୟ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । କାହିଁକି ନା ଏବେ ଏଲନ୍ ମସ୍କ ଏବଂ ତାଙ୍କର ପୁରୁଣା ରାଜନୈତିକ ସାଥୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ତିକ୍ତତା ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି । ମସ୍କ ଏବଂ ଟ୍ରମ୍ପ ସୋସିଆଲ ମିଡିଆରେ ପରସ୍ପର ବିରୁଦ୍ଧରେ କଟୁ ମନ୍ତବ୍ୟ ମଧ୍ୟ ରଖିଛନ୍ତି । ଯାହାକି ଆମେରିକୀୟ ରାଜନୀତିରେ ଏକ ନୂତନ ମୋଡ଼ ଆଣିଛି । ଯାହା ଆଗାମୀ ନିର୍ବାଚନରେ ​​ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ ।
ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପୋଲ ମାଧ୍ୟମରେ ପଚାରିଥିଲେ ଯେ ଆମେରିକାକୁ ଏକ ନୂତନ ରାଜନୈତିକ ଦଳର ଆବଶ୍ୟକତା ଅଛି କି? ମସ୍କ କହିଛନ୍ତି ଯେ ଏହି ପୋଲରେ ୮୦ ପ୍ରତିଶତ ବ୍ୟବହାରକାରୀ 'ହଁ' ଉତ୍ତର ଦେଇଛନ୍ତି ।
ଏହାର ଜବାବରେ ଜଣେ ୟୁଜର୍ସ ଏକ ଫଟୋ ପୋଷ୍ଟ କରି ଆମେରିକା ପାର୍ଟି ଲେଖିଥିଲେ। ଏହାର ଜବାବରେ ମସ୍କ କହିଥିଲେ, 'ଆମେରିକା ପାର୍ଟି ନାମଟି ବହୁତ ଭଲ ଶୁଭୁଛି। ଏହି ପାର୍ଟି ଯାହା ପ୍ରକୃତରେ ଆମେରିକାକୁ ପ୍ରତିନିଧିତ୍ୱ କରେ । ଏହା ପରେ, ମସ୍କ ଆଉ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ କେବଳ ଲେଖିଥିଲେ - 'ଦି ଆମେରିକା ପାର୍ଟି' । ତେବେ ସୋସିଆଲ ମିଡିଆରେ ମସ୍କଙ୍କ ଏହି ସବୁ ପୋଷ୍ଟ ଦେଖି ଅନୁମାନ କରାଯାଉଛି କି ମସ୍କ ଆମେରିକାରେ ଆଉ ଏକ ନୂଆ ରାଜନୈତିକ ଦଳ ଗଢ଼ିବାକୁ ଯାଉଛନ୍ତି ।
ଏଲନ୍ ମସ୍କ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଥିବା ଦୃଢ଼ ସମ୍ପର୍କ ହଠାତ୍ ତିକ୍ତ ହୋଇଛି । ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟ୍ ବୈଠକରେ ମସ୍କ ଅଂଶଗ୍ରହଣ କରିଥିଲେ । ଏମିତିକି ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ମସ୍କ ତାଙ୍କ ପଛରେ ଠିଆ ହୋଇଥିବାର ଦେଖାଯାଇଥିଲା। ତାଙ୍କୁ DOGE ବିଭାଗର ମୁଖ୍ୟ ଭାବରେ ମଧ୍ୟ ନିଯୁକ୍ତ କରାଯାଇଥିଲା। ମସ୍କ ମଧ୍ୟ ଟ୍ରମ୍ପଙ୍କ ପାଇଁ ପ୍ରବଳ ପ୍ରଚାର କରିଥିଲେ, କିନ୍ତୁ ଏବେ ଏହି ବନ୍ଧୁତାରେ ଫାଟ ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ: ଏ ବର୍ଷ ହେବନି ବାଂଲାଦେଶ ନିର୍ବାଚନ; ସ୍ପଷ୍ଟ କଲେ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍
Bangladesh Election: ଏ ବର୍ଷ ହେବନି ବାଂଲାଦେଶ ନିର୍ବାଚନ; ସ୍ପଷ୍ଟ କଲେ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍

Trump-Musk Controversy: ପଦାରେ ପଡ଼ିଲା ଟ୍ରମ୍ପ୍ ଓ ମସ୍କଙ୍କ କଳି; ମସ୍କ କହିଲେ- ମୋ ବିନା ଟ୍ରମ୍ପ୍ ନିର୍ବାଚନ ଜିତିପାରି ନଥାନ୍ତେ

America Entry Ban: ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ୧୨ ଦେଶର ଲୋକଙ୍କୁ ଆମେରିକାରେ ଏଣ୍ଟ୍ରି ନାହିଁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)