Advertisment

ଦୁଷ୍କର୍ମ ଅଭିଯୋଗରେ କାଟୁଥିଲା ସଜା; କାମୁଡ଼ି ମାରିଦେଲେ କୀଟ-ଓଡ଼ଶ

କୋର୍ଟରେ ମାମଲାର ଶୁଣାଣି ସମୟରେ ବିଚାରପତି ଅଭିଯୁକ୍ତକୁ ମାନସିକ ସ୍ତରରେ ଅସୁସ୍ଥ ବୋଲି ରାୟ ଦେବା ପରେ ତାଙ୍କୁ ଜେଲର ମାନସିକ ରୋଗ ଗୃହରେ ରଖାଯାଇଥିଲା । ସେଠାରେ ତାଙ୍କୁ ପଶୁ ପରି ଖରାପ ବ୍ୟବହାର କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Man Found Dead Eaten By Bed Bugs In Atlanta Jail

US Man Found Dead

ଦୁନିଆରେ ଏମିତି କିଛି ଖବର ବେଳେବେଳେ ସାମ୍ନାକୁ ଆସିଥାଏ ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦିଏ । କେହି କେହି ସେହି ଘଟଣାକୁ ବିଶ୍ୱାସ ମଧ୍ୟ କରିପାରନ୍ତିନାହିଁ । କିଛି ଲୋକ ଘଟଣାଟିକୁ ମିଛ ବୋଲି ଧରିନିଅନ୍ତି । ଆଉ ସେହିପରି ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ଆପଣଙ୍କୁ ନିଶ୍ଚୟ ଚକିତ କରିଦେବ । ଜଣେ କଏଦୀଙ୍କୁ କିଛି କୀଟ ଓ ଓଡ଼ଶ କାମୁଡିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି ।

Advertisment

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଅନ୍ତେବାସୀଙ୍କ ନାମ ଲାଶନ୍ ଥମ୍ପସନ୍ । ଅଭିଯୁକ୍ତ ଜଣକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିଲେ । ଦଣ୍ଡାଦେଶ ପରେ ଥମ୍ପସନଙ୍କୁ କିଛି ଦିନ ସାଧାରଣ ଜେଲରେ ରଖାଯାଇଥିଲା ହେଲେ କିଛି ଦିନ ପରେ ତାଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା ।

କୋର୍ଟରେ ମାମଲାର ଶୁଣାଣି ସମୟରେ ବିଚାରପତି ଅଭିଯୁକ୍ତକୁ ମାନସିକ ସ୍ତରରେ ଅସୁସ୍ଥ ବୋଲି ରାୟ ଦେବା ପରେ ତାଙ୍କୁ ଜେଲର ମାନସିକ ରୋଗ ଗୃହରେ ରଖାଯାଇଥିଲା । ସେଠାରେ ତାଙ୍କୁ ପଶୁ ପରି ଖରାପ ବ୍ୟବହାର କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏପରି ଏକ ଖବର ଆମେରିକାର ଅଟଲାଣ୍ଟା ଜେଲ୍‌ରୁ ଆସିଛି । ଯେଉଁଠି କିଛି କୀଟ ଓ ଓଡ଼ଶ କାମୁଡ଼ିବା ଫଳରେ ଜଣେ କଏଦୀର ମୃତ୍ୟୁ ହୋଇଥିବା ଦାବି କରାଯାଇଛି ।

Advertisment

ଘଟଣାକୁ ନେଇ ମୃତ ଅଭିଯୁକ୍ତର ଓକିଲ ପ୍ରତିକ୍ରିୟା ରଖିଛନ୍ତି । ଓକିଲ ମାଇକେଲ ଡି ହାରପର୍‌ଙ୍କ ଦାବି କରିଛନ୍ତି କି, କଏଦୀ ଜଣଙ୍କୁ ପଶୁ ଠାରୁ ଖରାପ ବ୍ୟବହାର କରାଯାଇଥିଲା । କଏଦୀ ରହିଥିବା ଗୃହରେ କୌଣସି ପଶୁ ମଧ୍ୟ ରହିପାରିବ ନାହଁ ବୋଲି ସେ କହିଛନ୍ତି ।

ଏଥିସହିତ କଏଦୀଙ୍କ ମୃତ୍ୟୁ ପାଇଁ ଓକିଲ ଜଣକ ଜେଲ୍‌ ପ୍ରଶାସନକୁ ଦାୟୀ କରିଛନ୍ତି । ପ୍ରଶାସନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ମୃତ କଏଦୀଙ୍କ ଶରୀରର ଫଟୋ ସେୟାର କରିଛନ୍ତି ଓକିଲ । କଏଦୀଙ୍କ ମୃତଦେହରେ ଲକ୍ଷ ଲକ୍ଷ କୀଟ ଏବଂ ଓଡ଼ଶର କାମୁଡ଼ିବାର କ୍ଷତଚିହ୍ନ ଦେଖାଯାଇଥିଲା ।

ଘଟଣାକୁ ନେଇ ଜେଲ୍‌ ପ୍ରଶାସନ ସ୍ପଷ୍ଟୀକରଣ ରଖିଛି । ଜେଲ୍‌ ପ୍ରଶାସନ କହିଛି, ଥମ୍ପସନଙ୍କୁ ତିନିମାସ ପୂର୍ବରୁ ଗିରଫ କରାଯାଇଥିଲା । ଜେଲର ବ୍ୟାରେଜରେ ସେ ଚେତାଶୂନ୍ୟ ହୋଇପଡିଥିଲେ । ଡାକ୍ତରୀ ରିପୋର୍ଟ ଅନୁଯାୟୀ ଥମ୍ପସନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ମୃତ କଏଦୀ ଜଣକ ରହୁଥିବା ଗୃହରେ କୀଟ ଏବଂ ଓଡ଼ଶ ରହିଥିବା ଜେଲ ପ୍ରଶାସନ ସ୍ୱୀକାର କରିଛି ।

Jail
Advertisment
Advertisment