• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ତଲାଉଡ୍‌ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ରିପୋର୍ଟ କରିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୭ ରହିଛି । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିପାରିନାହିଁ ।

ଏନସିଏସ୍ ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୮୦ କିଲୋମିଟର ଗଭୀରତାରେ ହୋଇଛି । ସେହିପରି ଗତ ସପ୍ତାହରେ ଅର୍ଥାତ୍‌ ନୂଆବର୍ଷର ପ୍ରଥମ ସପ୍ତାହରେ ଜାପାନରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୬ ରେକର୍ଡ କରାଯାଇଥିଲା । ବର୍ଷ ଆରମ୍ଭରୁ ଜାପାନରେ ବଡ଼ ଭୂକମ୍ପ ହୋଇଥିବାରୁ ବ୍ୟାପକ ସମ୍ପତ୍ତି ନଷ୍ଟ ହେବାସହ କିଛି ଲୋକଙ୍କ ଜୀବନ ଯାଇଥିଲା ।

ପ୍ରାୟ ୮ ବର୍ଷ ପରେ ଦେଶରେ ବଡ଼ଧରଣ ଭୂମିକମ୍ପ ହୋଇଥିବା ସୂଚନା ଦିଆଯାଇଥିଲା । ସେହି ଭୂମିକମ୍ପରେ ୨ଶହରୁ ଅଧିକ ଲୋକ ନିଖୋଜ ହୋଇଥିଲେ । ୧୦୦ ଜଣଙ୍କ ମୃତ୍ୟୁ ଘଟିଥିଲା । ଜାପାନର ପଶ୍ଚିମ ଉପକୂଳରେ ହୋଇଥିବା ଏହି ଭୂକମ୍ପରେ ହୋକୁରିକୁ ଅଞ୍ଚଳର ୨୩,୦୦୦ ଘର ବିଦ୍ୟୁତ୍ ସଂଯୋଗ ନଷ୍ଟ ହୋଇଥିଲା ।