/odishatv-khabar/media/post_attachments/uploadimage/library/16_9/16_9_0/Earthquake_1678938205.jpg)
Earthquake
ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡର ଉତ୍ତର ପଟେ ଥିବା କେର୍ମାଡେକ୍ ଦ୍ୱୀପରେ ଭୂକମ୍ପ ଝଟକା ଅନୂଭତ ହୋଇଛି । ୭.୧ ତ୍ରୀବତାରେ ଭୂମିକମ୍ପ ହୋଇଥିବା ୟୁନାଇଟେଡ୍ ଷ୍ଟେଟ୍ ଜିଓଲୋଜିକାଲ୍ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି । ସମୁଦ୍ର ଭିତରେ ଭୂକମ୍ପ ହୋଇଥବାରୁ ଏବେ ଏହାକୁ ନେଇ ସୁନାମୀ ଆଲର୍ଟ ଜାରି ହୋଇଛି । ୧୦ କିଲୋମିଟର ସମୁଦ୍ର ଗଭୀର ଭିତରେ ଆସିଥିବା ଏହି ଭୂମିକମ୍ପ ଯୋଗୁଁ ୩୦୦ କିଲୋମିଟର ଭିତରେ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି ।
Advertisment
ପୂର୍ବରୁ ତୁର୍କୀ ଓ ସିରିୟାରେ ଫେବ୍ରୁଆରୀ ୬ ରେ ଭୟଙ୍କର ଭୂକମ୍ପ ହୋଇଥିଲା। ପ୍ରଳୟଙ୍କାରୀ ଭୂକମ୍ପରେ ଛାରଖାର ହୋଇଯାଇଛି ତୁର୍କୀ ଓ ସିରିୟା । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)