Advertisment

ଇଣ୍ଡୋନେସିଆର ସୁମାତ୍ରାରେ ଭୂମିକମ୍ପ, ପଦାକୁ ଦୌଡ଼ିଲେ ଲୋକେ

ଭୂକମ୍ପର କେନ୍ଦ୍ରସ୍ଥଳ ଆଚେ ପ୍ରଦେଶର ସିଙ୍ଗକିଲ ସହରଠାରୁ ୪୮ କିମି ଦୂର।

author-image
Chandan Shishu
ଅଦ୍ୟତନ ହୋଇଛି
Indonesia Earthquake Today

Earthquake Hits Off The Coast Of Indonesia

ଜାକର୍ତ୍ତା: ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ଭୂମିକମ୍ପ ଝଟକା ଅନୁଭୂତ। ଭୂକମ୍ପ ଜୋନ୍‌ ଇଣ୍ଡୋନେସିଆର ସୁମାତ୍ରା ଆଜି ପୁଣିଥରେ ଥରି ଉଠିଛି। ଭୂକମ୍ପ ଝଟକା ସୁମାତ୍ରା ଦ୍ୱୀପପୁଞ୍ଜକୁ ଏକ ପ୍ରକାର ଆତଙ୍କିତ କରିଦେଇଛି। ଆଜି ଏଠାରେ ବଡ଼ଧରଣର ଭୂକମ୍ପକୁ ସାମ୍ନା କରିଛନ୍ତି ଲୋକେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ତେବେ ଏଯାଏ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ସେହିପରି ସୁନାମୀ ନେଇ କୌଣସି ସତର୍କ ସୂଚନା ମଧ୍ୟ ଜାରି କରାଯାଇ ନାହିଁ।

Advertisment

ଆମେରିକା ଜିଓଲଜିକାଲ ସର୍ଭେର ରିପୋର୍ଟ ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଆଚେ ପ୍ରଦେଶର ସିଙ୍ଗକିଲ ସହରଠାରୁ ୪୮ କିମି ଦୂର। ଏହା ଭୂପୃଷ୍ଠରୁ ୩୭ କିମି ଗଭୀରରେ ସୃଷ୍ଟି ହୋଇଛି। ସକାଳ ୬.୩୦ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ପ୍ରାଥମିକ ଭାବେ ଏହାର ତୀବ୍ରତା ୬.୦ କୁହାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି।

ଅଧିକ ପଢ଼ନ୍ତୁ: ଭୂକମ୍ପ ପୂର୍ବରୁ ଏମାନଙ୍କୁ ଆଗୁଆ ମିଳେ ଆଭାସ, ହେଲେ କାହିଁକି ?

ଦେଶର ବିପର୍ଯ୍ୟୟ ଏଜେନ୍ସି କହିଛି ଯେ ଏଯାଏ ମୃତାହତ କିମ୍ବା କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ “ଭୂକମ୍ପ ଝଟକା ପରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ୪ଟି ଜିଲ୍ଲାରେ ୩ରୁ ୧୦ ସେକେଣ୍ଡ ଧରି ଝଟକା ଅନୁଭବ ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନି। ଝଟକା ପରେ ଲୋକମାନେ ବେଶ କିଛି ସମୟ ଖୋଲା ସ୍ଥାନରେ ଆଶ୍ରୟ ନେଇଥିଲେ। ଧୀରେଧୀରେ ସ୍ଥିତି ସ୍ୱାଭାବିକ ହେଉଛି।”

Advertisment
Earthquake
Advertisment
Advertisment