• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଶ୍ୱ ଜନସଂଖ୍ୟା ଆଜି ୮ଶହ କୋଟିକୁ ଟପିଯିବ । ଜାତିସଂଘ ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ, ନଭେମ୍ବର ୧୫ ତାରିଖ ସୁଦ୍ଧା ସାରା ବିଶ୍ୱର ଜନସଂଖ୍ୟା ୮ଶହ କୋଟି ପାର କରିବ । ୪୮ ବର୍ଷ ମଧ୍ୟରେ ବିଶ୍ୱର ଜନସଂଖ୍ୟା ଦୁଇ ଗୁଣା ହୋଇଛି । ୧୯୭୪ ମସିହାରେ ବିଶ୍ୱର ଜନସଂଖ୍ୟା ୪ଶହ କୋଟି ଥିଲା । ୨୦୨୨ ପରେ ବିଶ୍ୱର ଜନସଂଖ୍ୟା ଆଉ ଦୁଇ ଗୁଣା ହେବା ସମ୍ଭାବନା ନାହିଁ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ।

ଅଧିକ ପଢ଼ନ୍ତୁ:୨୦୨୨ ନଭେମ୍ବର ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିବ ଭାରତ

ଆଗାମୀ କିଛି ଦଶନ୍ଧିରେ ବିଶ୍ୱର ଜନସଂଖ୍ୟା ବୃଦ୍ଧି ପାଇବ କିନ୍ତୁ ଦୁଇ ଗୁଣା ହେବା ସମ୍ଭାବନା ନାହିଁ । ଜନସଂଖ୍ୟା ମୃତ୍ୟୁ ହାର ହ୍ରାସ ସହ ମଣିଷର ହାରାହାରୀ ବୟସ ହାର ବୃଦ୍ଧି ପାଇଥିବାରୁ ଜନସଂଖ୍ୟା ବୃଦ୍ଧି ହେବା ସମ୍ଭାବନା ରହିଛି ବୋଲି ୟୁଏନ୍ ପପୁଲେସନ୍ ଡାଟା ତଥ୍ୟ ଦେଇଛି । ସେହିପରି ଆସନ୍ତା ବର୍ଷ ସୁଦ୍ଧା ଭାରତର ଜନସଂଖ୍ୟା ପଡୋଶୀ ଚୀନକୁ ଟପିଯିବ । ଜାତିସଂଘ ପକ୍ଷରୁ ଜନସଂଖ୍ୟା ଆକଳନକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି ।

୨୦୨୦ ମସିହାରେ ଜନସଂଖ୍ୟା ବୃଦ୍ଧି ୧ ପ୍ରତିଶତରୁ କମ ଥିବା ଜାତିସଂଘ ରିପୋର୍ଟରେ କୁହାଯାଇଛି । ୨୦୫୦ ସୁଦ୍ଧା ବିଶ୍ୱର ଜନସଂଖ୍ୟାର ଅଧା ଲୋକ ମାତ୍ର ୮ଟି ଦେଶର ଥିବେ । ଭାରତ, ପାକିସ୍ତାନ, ଫିଲିପିନ୍ସ, କଂଗୋ, ଇଜି, ଇଥିଓପିଆ, ନାଇଜେରିଆ ଏବଂ ତାଂଜାନିଆ ଏହି ଦେଶ ଗୁଡ଼ିମ ମଧ୍ୟରେ ଅଛନ୍ତି ।

ଜାତିସଂଘ ଜନସଂଖ୍ୟା ଆକଳନ ଅନୁସାରେ ବିଶ୍ୱର ମୋଟ ଜନସଂଖ୍ୟା ୨୦୩୦ ସୁଦ୍ଧା ୮୫୦ କୋଟି, ୨୦୫୦ ସୁଦ୍ଧା ୯୭୦ କୋଟି ଏବଂ ୨୦୮୦ ସୁଦ୍ଧା ହଜାରେ ୪୦ କୋଟିରେ ପହଞ୍ଚିବ । ଏହାପରେ ଜନସଂଖ୍ୟାରେ ସ୍ଥିରତା ଆସିବ ।