/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657527747.jpg)
world population day indian can beat china in term of population in 2023
ଲୋକସଂଖ୍ୟା ଦୃଷ୍ଟିରୁ ଖୁବଶୀଘ୍ର ଚୀନକୁ ଅତିକ୍ରମ କରିବ ଭାରତ । ୨୦୨୨ ଶେଷ ସୁଦ୍ଧା ଭାରତ ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱର ୧ ନମ୍ବର ଦେଶ ହେବ । ଏନେଇ ମିଳିତ ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
ମିଳିତ ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଆସନ୍ତା ନଭେମ୍ବର ସୁଦ୍ଧା ଭାରତର ଜନସଂଖ୍ୟା ଚୀନର ଜନସଂଖ୍ୟାକୁ ଅତିକ୍ରମ କରିବ । ଏହାସହ ମିଳିତ ଜାତିସଂଘର ଅର୍ଥନୀତି ଓ ସାମାଜିକ ବ୍ୟାପାର ବିଭାଗର ଜନସଂଖ୍ୟା ଡିଭିଜନ ପକ୍ଷରୁ ପ୍ରସ୍ତୁତ ଦି ଓ୍ୱାର୍ଲଡ ପପୁଲେସନ ପ୍ରସପେକ୍ଟସ-୨୦୨୨ ରିପୋର୍ଟରେ ଦର୍ଶାଯାଇଛି ଯେ, ନଭେମ୍ବର ୧୫ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୮୦୦ କୋଟି ଛୁଇଁବ ।
କେବଳ ଭାରତ ଓ ଚୀନର ଲୋକସଂଖ୍ୟା ୨.୩ ବିଲିଅନରେ ପହଞ୍ଚିଛି ଯାହାକି ବିଶ୍ୱର ୨୯ ପ୍ରତିଶତ ବୋଲି କୁହାଯାଉଛି । ବର୍ତ୍ତମାନ ଦୁଇ ଦେଶରେ ପ୍ରତ୍ୟେକ ପ୍ରାୟ ୧.୪ ବିଲିଅନ ଜନସଂଖ୍ୟା ରହିଛି । ତେଣୁ ବର୍ତ୍ତମାନର ଜନସଂଖ୍ୟା ବୃଦ୍ଧି ହାର ଅନୁସାରେ ନଭେମ୍ବର ମାସ ସୁଦ୍ଧାର ଭାରତର ଜନସଂଖ୍ୟା ଚୀନକୁ ଟପିଯାଇପାରେ ।
ଅନ୍ୟପକ୍ଷେ,ଭାରତରେ ବଢୁଥିବା ଜନସଂଖ୍ୟାକୁ ନେଇ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଉଦବେଗ ପ୍ରକାଶ କରିଛନ୍ତି । ଜନସଂଖ୍ୟା କମାଇବା ପାଇଁ ଲୋକେ ସୁଖୀ ପରିବାର ସହ ପରିବାର ନିୟୋଜନ ଉପରେ ଗୁରୁତ୍ୱ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ଭାରତର ଜନସଂଖ୍ୟା ବଢିଚାଲିଛି, ଆଗକୁ ଏହା ଚୀନର ଜନସଂଖ୍ୟାକୁ ଟପିଯିବ ବୋଲି ଆକଳନ କରାଯାଛି । ତେଣୁ ଜନସଂଖ୍ୟା ନିୟନ୍ତ୍ର ପାଇଁ ପରିବାର ନିୟୋଜନ ଉପରେ ଲୋକେ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଛନ୍ତି ।
କାହିଁକି ପାଳନ କରାଯାଏ ବିଶ୍ୱ ଜନସଂଖ୍ୟା ଦିବସ ?
୧୯୮୭ ମସିହାରେ, ଜୁଲାଇ ୧୧ ରେ, ବିଶ୍ୱ ଜନସଂଖ୍ୟା ୫ ବିଲିୟନ ଅତିକ୍ରମ କରିଥିଲା। ବିଶ୍ୱରେ ଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଅନେକ ସଂଗଠନ ଲୋକମାନଙ୍କୁ ଜନସଂଖ୍ୟା ତଥା ପରିବେଶ, ବିକାଶ ଉପରେ ଏହାର ପ୍ରଭାବ ବିଷୟରେ ଅବଗତ କରାଇବା ଆବଶ୍ୟକତା ଅନୁଭବ କରିବାକୁ ଲାଗିଲେ । ଏହା ପରଠାରୁ ହିଁ ବିଶ୍ୱ ଜନସଂଖ୍ୟା ଦିବସ ଆରମ୍ଭ ହୋଇଥିଲା । ବିଶ୍ୱ ଜନସଂଖ୍ୟା ଦିବସ ମାନବ ପ୍ରଗତିର ଉତ୍ସବ ଭାବରେ ପାଳନ କରାଯିବା ଉଚିତ୍ । ଲୋକଙ୍କୁ ସମସ୍ୟା ନୁହେଁ ସମାଧାନ ଭାବରେ ଦେଖାଯିବା ଉଚିତ୍ ବୋଲି ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (UNFPA) ପକ୍ଷରୁ କୁହାଯାଇଛି । ତେବେ ପ୍ରତିବର୍ଷ ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ଏକ ଥିମ୍ ରଖାଯାଏ । ଏହି ବର୍ଷ ବିଶ୍ୱ ଜନସଂଖ୍ୟା ଦିବସର ବିଷୟବସ୍ତୁ ହେଉଛି “୮ ବିଲିଅନ୍ ଲୋକଙ୍କର ଏକ ବିଶ୍ୱ” ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)