• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାକାଶ ବିଷୟରେ ଯେତେ ଗବେଷଣା କରାଯାଉଛି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗୋଟିଏ ପଟେ ପୃଥିବୀ ବାହାରେ ଆଉ ଏକ ଗ୍ରହରେ ଏଲିଅନ୍‌ ରହୁଥିବା ନେଇ ଲୋକଙ୍କ ମନରେ ଆଶା ଆଶଙ୍କା ରହିଥିବା ବେଳେ କିଛି ମାସ ପୂର୍ବରୁ ଆକାଶରେ ୧୨ ଜହ୍ନ କଥା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା । ଏବେ ଗବେଶକମାନେ ମହାକାଶରେ ଆଉ ଏକ ପୃଥିବୀ କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ପୁଥିବୀ ଭଳି ଆଉ କିଛି ଗ୍ରହ ରହିଛି କି, ଯେଉଁଠି ମନୁଷ୍ୟ ବସବାସ କରିବାର ସୁବିଧା ରହିଥିବ, ସେନେଇ ବୈଜ୍ଞାନିକମାନେ ଅହରହ ଗବେଷଣା ଜାରି ରଖିଥିବା ବେଳେ ଏମିତି କିଛି ସଙ୍କେତ ମିଳିଛି ଯାହାକୁ ନେଇ ପୃଥିବୀ ଭଳି ଆଉ ଏକ ଗ୍ରହ ରହିଥିବା ଆଶଙ୍କା କରିଛନ୍ତି ଗବେଷକ । ଆଉ ଏହି ଖବର ପ୍ରଚାରିତ ହେବା ପରଠାରୁ ଏବେ ସାରା ବିଶ୍ୱରେ ପୃଥିବୀ ୨.୦ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଅଧିକ ପଢ଼ନ୍ତୁ: ଏଣିକି ଯିଏ ଚାହିଁବେ ସିଏ ବୁଲିପାରିବେ ମହାକାଶ ! ଜାଣନ୍ତୁ ଖର୍ଚ୍ଚ କେତେ...

ବୈଜ୍ଞାନିକଙ୍କ ପକ୍ଷରୁ କିଛି ରେଡିଓ ଫ୍ରିକ୍ୱେନ୍ସି ମହାକାଶରେ ଛଡ଼ାଯାଇଥିଲା । ଏହାର ଜବାବରେ ଏବେ ପୃଥିବୀ ବାହାରୁ ଠିକ୍‌ ସେମିତି କିଛି ରେଡିଓ ପ୍ରିକ୍ୱେନ୍ସି ଆସିଥିବା କୁହାଯାଉଛି । ତେଣୁ ବୈଜ୍ଞାନିକମାନେ ଏବେ ପୃଥିବୀ ୨.୦କୁ ନେଇ ଅଧିକ ଉତ୍ସାହିତ ଅଛନ୍ତି । ଏହାସହ ମନୁଷ୍ୟ ପାଇଁ ଉଦ୍ଧିଷ୍ଟ ଆଉ ଏକ ପୃଥିବୀ ରହିଥିବା ଆଶଙ୍କା ଧିରେ ଧିରେ ସତ ହେବାରେ ଲାଗିଛି ବୋଲି ଅନେକ ଆଲୋଚନା ଆରମ୍ଭ ହେଲାଣି ।

ବୈଜ୍ଞାନିକଙ୍କ କହିବାନୁଯାୟୀ, YZ Ceti ନାମକ ଏକ ଗ୍ରହ ରହିଛି । ଯାହାକି ପୃଥିବୀଠାରୁ ୧୨ ଆଲୋକ ବର୍ଷ ଦୂରରେ ରହିଛି । ଏହି ଗ୍ରହ ଉପରେ ଏବେ ସବୁ ବୈଜ୍ଞାନିକଙ୍କ ନଜର । କାରଣ ବୈଜ୍ଞାନିକଙ୍କ ପକ୍ଷରୁ ଯେଉଁ ରେଡିଓ ଫ୍ରିକ୍ୱେନ୍ସି ପଠାଯାଇଥିଲା, ତାର ଜବାବ ଏହି ଗ୍ରହରୁ ଆସିଥିବା ଅନୁମାନ କରାଯାଉଛି । ଥରେ ନୁହେଁ ବାରମ୍ବାର ଏହି ଗ୍ରହରୁ କିଛି ସଙ୍କେତ ମିଳିଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଏହି ଗ୍ରହରୁ ଆସୁଥିବା ମ୍ୟାଗ୍ନେଟିକ୍ ଫ୍ରିକ୍ୱେନ୍ସି ଖୁବ୍‌ ଶକ୍ତିଶାଳି ହୋଇଥିବାରୁ ବୈଜ୍ଞାନିକଙ୍କ ଉତ୍ସୁକତା ଅଧିକ ବଢ଼ିଛି । 

ଜଣେ ବୈଜ୍ଞାନିକ କହିଛନ୍ତି ଏଭଳି ସଙ୍କେତ ପୂର୍ବରୁ କେବେ ଆସିନଥିଲା । ପ୍ରଥମ ଥର ପାଇଁ ଏଭଳି ସଙ୍କେତ ମିଳୁଛି । ଆଉ ଏହି ସଙ୍କେତରୁ ଯାହା ଜଣାପଡ଼ୁଛି ସେପଟୁ OK ବୋଲି କୁହାଯାଉଛି । ୟୁଏସ୍‌ ନାସନାଲ ସାଇନ୍ସ ଫାଉଣ୍ଡେସନ୍‌ ପକ୍ଷରୁ ଏକ ରେଡିଓ ଟେଲିସ୍କୋପ ଦ୍ୱରା ଏହି ସିଗ୍ନାଲକୁ ଟ୍ରାକ୍ କରାଯାଉଛି ।

ତେବେ ବୈଜ୍ଞାନିକଙ୍କ ପକ୍ଷରୁ କୁହାଯାଇଛି ଯେ, ପୃଥିବୀ ଭଳି ଆଉ ଏକ ଗ୍ରହ ରହିଥିବା ନେଇ କୌଣସି ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ଏହାକୁ ଏଡ଼ାଇ ଦିଆଯାଇନପାରେ । କାରଣ ଯେଉଁ ସବୁ ସଙ୍କେତ ମିଳୁଛି ତାକୁ ନେଇ ଅଧିକ ଆଶା ସଞ୍ଚାର ହେଉଛି । ଏ ଦିଗରେ ଅଧିକ ଗବେଷଣା ମଧ୍ୟ ଚାଲିଛି ।