Advertisment

ପୁଣି ଦୁବାଇରେ ପ୍ରବଳ ବର୍ଷା, ବାତିଲ ହେଲା ବିମାନ ସେବା

ଏଥିସହ ବର୍ଷା ଓ ଝଡ଼ ତୋଫାନ ପାଇଁ ଅନେକ ବିମାନ ଉଡାଣ ଓ ବସ୍‌ ସେବାକୁ ମଧ୍ୟ ବାତିଲ କରାଯାଇଛି ।

ଅଦ୍ୟତନ ହୋଇଛି
Dubai Rain News

Dubai Rain

Advertisment

ପୁଣି ଉବୁଟୁବୁ ହେଲା ଦୁବାଇ । ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଫଳରେ ପୁଣି ବେହାଲ ହେଲା ଦୁବାଇ । ପ୍ରବଳ ବର୍ଷା ପାଇଁ ୟୁଏଇରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏଥିସହ ବର୍ଷା ଓ ଝଡ଼ ତୋଫାନ ପାଇଁ ଅନେକ ବିମାନ ଉଡାଣ ଓ ବସ୍‌ ସେବାକୁ ମଧ୍ୟ ବାତିଲ କରାଯାଇଛି । ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ପ୍ରବଳ ବର୍ଷା ପାଇଁ ଦୁବାଇରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ଏମିତିକି ଦୁଇ ବର୍ଷର ବର୍ଷା ଗୋଟିଏ ଦିନରେ ହୋଇଥିଲା ବୋଲି କିଛି ରିପୋର୍ଟରେ ପ୍ରକାଶ ପାଇଥିଲା ।

Advertisment

ସୂଚନା ଅନୁସାରେ ଏପ୍ରିଲ୍‌ ମାସରେ ହୋଇଥିବା ଭୟଙ୍କର ବନ୍ୟା ପରେ ଆଜି ଅର୍ଥାତ ଗୁରୁବାର ଭୋରରୁ ଦୁବାଇର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ଯଦିଓ ଗତ ମାସରେ ହୋଇଥିବା ବର୍ଷା ତୁଳନାରେ ଆଜିର ବର୍ଷାର ପରିମାଣ କମ୍ ହେବ ବୋଲି ଆଶା କରାଯାଉଛି, ତଥାପି ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ସୁରକ୍ଷାଦୃଷ୍ଟିରୁ ସ୍କୁଲ କଲେଜଗୁଡିକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ଅଫିସ ଆସୁଥିବା କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। ଅନେକ ବିମାନ ଉଡ଼ାଣ ଓ ଇଣ୍ଟରସିଟି ବସ୍‌ ସେବାକୁ ବନ୍ଦ କରି ଦିଆଯାଇଛି।

ଅଧିକ ପଢ଼ନ୍ତୁ: ତାଇୱାନ୍‌ରେ ପୁଣି ଭୂକମ୍ପ ଝଟକା, ଭାଙ୍ଗିଲା ଦୁଇଟି ବଡ଼ ବଡ଼ କୋଠା

ପାଣିପାଗ ବିଭାଗର ସୂଚନା ମୁତାବକ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦୁବାଇରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ ହେବାର ଆଶଙ୍କା ରହିଛି। ଏଥିପାଇଁ ସମସ୍ତ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ପାର୍କ ଓ ସମୁଦ୍ରକୂଳକୁ ବନ୍ଦ କରିଦିଆଯାଇଛି। ଅନେକ ବିମାନ ଉଡାଣ ବାତିଲ କରାଯିବା ସହ କିଛି ବିମାନ ଗତିକୁ ବଦଳାଇ ଦିଆଯାଇଛି।

Advertisment

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ପ୍ରବଳ ବର୍ଷା ଯୋଗୁ ଅବୁଧାବିର କିଛି ଅଞ୍ଚଳର ରାସ୍ତାଘାଟରେ ପାଣି ଜମିଯାଇଛି। ସେହିପରି ଜେବେଲ ଅଲି, ଅଲ ମକତୁମ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, ଦୁବାଇ ଇଣ୍ଡଷ୍ଟ୍ରିଆଲ୍‌ ସିଟି, ଦୁବାଇ ଇନ୍‌ଭେଷ୍ଟମେଣ୍ଟ ପାର୍କ ଓ ଜୁମେରା ଭିଲେଜ ଟ୍ରାଏଙ୍ଗଲରେ ଘଡଘଡି ସହ ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିବା ଜାରି ରହିଛି। ତେଣୁ ଲୋତଙ୍କୁ ସତର୍କ ରହିବାକୁ ଚେତାବନୀ ଜାରି କରାଯାଇଛି।

ଏହା ପୂର୍ବରୁ ଏପ୍ରିଲ୍‌ ୧୪-୧୫ରେ ପ୍ରବଳ ବର୍ଷା ପାଇଁ ବନ୍ୟାସ୍ଥିତି ଉପୁଜିଥିଲା । ଲଗାଣ ବର୍ଷାରେ ବେହାଲ ହୋଇଥିଲା ସଂଯୁକ୍ତ ଆରବ ଏମିରେଟ୍ସ ବା ୟୁଏଇ । ଅଚାନକ ବର୍ଷା ଯୋଗୁଁ ଜଳପ୍ରଳୟ ସୃଷ୍ଟି ହୋଇଥିଲା । ଚଳଚଞ୍ଚଳ ଦୁବାଇ ସହର କିଛି ସମୟ ପାଇଁ ଅଟକି ଯାଇଥିଲା। ଏପରିସ୍ଥିତିରେ ବ୍ୟସ୍ତବହୁଳ ଏୟାରପୋର୍ଟରେ ପାଣି ପଶିଯିବାରୁ ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା ।

Advertisment

ଅଧିକ ପଢ଼ନ୍ତୁ: ଦୁବାଇ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍, ନିହାତି ଜରୁରୀ ନଥିଲେ ନଯିବାକୁ ନିର୍ଦ୍ଦେଶ

Heavy Rainfall Abu Dhabi Rainfall Dubai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ