Advertisment

Trump's Role in India-Pakistan Tension: ଭାରତ-ପାକ୍ ଉତ୍ତେଜନା: ଟ୍ରମ୍ପ କହିଲେ ମୁଁ ମଧ୍ୟସ୍ଥି, ଖଣ୍ଡନ କଲା ଭାରତ

ଭାରତ-ପାକ୍ ମଧ୍ୟରେ ସୃଷ୍ଟି ଉତ୍ତେଜନାର ସମାଧାନ କରିଥିବା ଦାବି ପୁଣି ଥରେ ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବାଣିଜ୍ୟ ମାଧ୍ୟମରେ ସେ ବିବାଦର ସମାଧାନ କରିଥିବା ଦାବି କରିଛନ୍ତି ।

ଅଦ୍ୟତନ ହୋଇଛି
Donald Trump

Donald Trump

Advertisment

ଭାରତ-ପାକ୍ ଉତ୍ତେଜନାର ସମାଧାନର ଶ୍ରେୟ ନେବାକୁ ପୁଣିଥରେ ଟ୍ରମ୍ପଙ୍କ ଚେଷ୍ଟା। ପହଲଗାମ ଆତଙ୍କୀ ହମଲା ପରେ ଭାରତ-ପାକ୍ ମଧ୍ୟରେ ଲାଗିଥିବା ଉତ୍ତେଜନାକୁ ସମାଧାନ କରିଥିବା ଦାବି ପୁଣି ଥରେ ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବାଣିଜ୍ୟ ମାଧ୍ୟମରେ ସେ ବିବାଦର ସମାଧାନ କରିଥିବା ଦାବି କରିଛନ୍ତି ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଭାରତ ସହିତ ଏକ ବଡ଼ ଚୁକ୍ତି କରୁଛୁ। ଆମେ ପାକିସ୍ତାନ ସହିତ ମଧ୍ୟ ଏକ ବଡ଼ ଚୁକ୍ତି କରୁଛୁ । ପାକିସ୍ତାନରେ କିଛି ଉତ୍କୃଷ୍ଟ ଲୋକ ଏବଂ ପ୍ରକୃତରେ ଭଲ ନେତା ଅଛନ୍ତି, ଏବଂ ଭାରତ ମୋର ବନ୍ଧୁ ବୋଲି କହିଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ମଧ୍ୟସ୍ଥତାକୁ ପୂର୍ବରୁ ଭାରତ ଖଣ୍ଡନ କରିଥିବା ବେଳେ, ଟ୍ରମ୍ପ ମଧ୍ୟ ଏକଥା ସ୍ବୀକାର କରିଥିଲେ । ଏବେ ପୁଣି ଥରେ ଟ୍ରମ୍ପ ଶ୍ରେୟ ନେବାକୁ ଉଦ୍ୟମ କରିଛନ୍ତି ।

କତାରର ଅଲ-ଉଦେଦ ଏୟାର ବେସ୍ ପରିଦର୍ଶନ କରି ସେଠାରେ ସେନା ଯବାନଙ୍କୁ ସମ୍ବୋଧିତ କରିବା ବେଳେ ଟ୍ରମ୍ପ କହିଛନ୍ତି ଯେ, ମୁଁ ଏହା କହିବାକୁ ଚାହୁଁନାହିଁ । କିନ୍ତୁ ସମସ୍ୟାର ସମାଧାନ କରିବାରେ ମୁଁ ନିଶ୍ଚୟ ସହାଯ୍ୟ କରିଛି । ଦୁଇ ପରମାଣୁ ସଶସ୍ତ୍ର ଦେଶ ମଧ୍ୟରେ ଉତେଜନା କମ କରିବାରେ ତାଙ୍କ ଭୂମିକା ରହିଛି ବୋଲି ସେ ଦାବି କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଭାରତ ଓ ପାକିସ୍ତାନକୁ ରାତିରେ ମିଶିକି ଖାଇବାକୁ ପରାମର୍ଶ ଦେଲେ ଟ୍ରମ୍ପ

ସେ କହିଛନ୍ତି ଯେ, ଉଭୟ ଦେଶ ବାଣିଜ୍ୟ ଉପରେ ଧ୍ୟାନ କେନ୍ଦ୍ରୀତ କରି ସେ ଏହି ସଂଘର୍ଷରୁ ଓହରିଥିଲେ । ପାକିସ୍ତାନ ଏଥିରେ ଖୁସି ଥିଲା । ଭାରତ ମଧ୍ୟ ଖୁସି ଥିଲା । କୂଟନୈତିକ ମାଧ୍ୟମରେ ଏହି ସମସ୍ୟାର ସମାଧାନ ହୋଇପାରିଛି । ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ ଦେଶ ବର୍ଷ ବର୍ଷ ଧରି ପରସ୍ପର ସହ ଲଢୁଛନ୍ତି । ତେଣୁ ମୁଁ ସମାଧାନ କରି ପାରିବି ଏବଂ ମୋତେ ଏହି ଲଢେଇର ସମାଧାନ କରିବାକୁ ଦିଅନ୍ତୁ ବୋଲି କହିଥିଲି । କିନ୍ତୁ ସେମାନଙ୍କ ସମସ୍ୟାର ସମାଧାନ ହୋଇଛି କି ନାହିଁ, ମୁଁ ନିଶ୍ଚିତ ନୁହେଁ ବୋଲି ଟ୍ରମ୍ପ କହିଛନ୍ତି ।

Advertisment

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜକୁ ଶ୍ରେୟ ଦେଇଥିଲେ । ହେଲେ ଭାରତ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରିବା ପରେ ଟ୍ରମ୍ପ ନିଜେ କହିଥିଲେ ଯେ, ଉଭୟ ଦେଶର ଉତେଜନା ଥମିବା ପାଇଁ ମୁଁ ମଧ୍ୟସ୍ଥତା କରିନାହିଁ, କିନ୍ତୁ ସାହାଯ୍ୟ କରିଛି । ତେବେ ଟ୍ରମ୍ପଙ୍କ ସଦ୍ୟତମ ଦାବିକୁ ମଧ୍ୟ ଭାରତୀୟ ଅଧିକାରୀମାନେ ଅସ୍ୱୀକାର କରି କହିଛନ୍ତି ଯେ ୱାଶିଂଟନ୍ ଶାନ୍ତି ପ୍ରତିଷ୍ଠାରେ କୌଣସି ଭୂମିକା ଗ୍ରହଣ କରିନାହିଁ ଏବଂ ଉତ୍ତେଜନା ହ୍ରାସ ପାଇଁ ବାଣିଜ୍ୟ ଚୁକ୍ତିର କୌଣସି ସମ୍ପର୍କ ନାହିଁ । ପାକିସ୍ତାନ ସହିତ ଉତ୍ତେଜନା ସମୟରେ ବାଣିଜ୍ୟ ଚୁକ୍ତି ପ୍ରସଙ୍ଗ ଉଠି ନଥିଲା ।

ଅଧିକ ପଢ଼ନ୍ତୁ: 'ମୁଁ କହୁନାହିଁ ଯେ ମୁଁ ଯୁଦ୍ଧ ବନ୍ଦ କରିଦେଇଛି, କିନ୍ତୁ...'

Donald Trump US President Donald Trump India Pakistan Gunfight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ