Advertisment

ହ୍ୱାଇଟ୍ ହାଉସକୁ ଫେରିବେ ଟ୍ରମ୍ପ! ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ

ପୁଣି ଥରେ ହ୍ୱାଇଟ୍ ହାଉସକୁ ଫେରିବାକୁ ଦୃଢ ଆଶାବାଦୀ ଟ୍ରମ୍ପ। ଏଥିସହ ରିପବ୍ଲିକାନ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Donald Trump

Donald Trump

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ମିଲୱକୀଠାରେ ଅନୁଷ୍ଠିତ ଦଳର ଜାତୀୟ ସମାରୋହରେ ତାଙ୍କ ନାଁରେ ମୋହର ବାଜିଛି। ଗୁଳିମାଡ କରି ହତ୍ୟା ଉଦ୍ୟମ ପରେ ପ୍ରଥମ ଥର ଲୋକଙ୍କ ସାମନାକୁ ଆସିଛନ୍ତି ଟ୍ରମ୍ପ। କାନରେ ବ୍ୟାଣ୍ଡେଜ୍ ବନ୍ଧା ଯାଇଥିବା ଅବସ୍ଥାରେ ତାଙ୍କୁ ଦେଖିବାକ ମିଳିଛି।

Advertisment

ପୁଣି ଥରେ ହ୍ୱାଇଟ୍ ହାଉସକୁ ଫେରିବାକୁ ଦୃଢ ଆଶାବାଦୀ ଟ୍ରମ୍ପ। ଏଥିସହ ରିପବ୍ଲିକାନ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ଘନିଷ୍ଠ ସହଯୋଗୀ ତଥା ଏକଦା ସମାଲୋଚକ ଥିବା ୩୯ ବର୍ଷୀୟ ଓହିଓ ସିନେଟର ଜେଡି ଭାନ୍ସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି। ଦୁଇଦିନ ତଳେ ହତ୍ୟା ଉଦ୍ୟମରୁ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଥିବା ଟ୍ରମ୍ପଙ୍କ ଉପରେ ପୁଣି ଥରେ ଭରସା କରିଛି ରିପବ୍ଲିକାନ ପାର୍ଟି।

ଅଧିକ ପଢ଼ନ୍ତୁ: ଶାନ୍ତ ସ୍ୱଭାବର ଏହି ୨୦ବର୍ଷୀୟ ଯୁବକ ଟ୍ରମ୍ପଙ୍କୁ କଲେ ଗୁଳି...କିନ୍ତୁ କାହିଁକି ?

Advertisment

ପୁଣିଥରେ ଆମେରିକାକୁ ମହାନ କରିବା ବୋଲି ଟ୍ରମ୍ପ ଆହ୍ବାନ ଦେଇଛନ୍ତି। ଲଗାତାର ତୃତୀୟ ଥର ସେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ। ୨୦୧୬ରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ୨୦୨୦ରେ ଜୋ ବାଇଡେନଙ୍କଠାରୁ ହାରି ଯାଇଥିଲେ ଟ୍ରମ୍ପ। ଏଥର ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାୁଇଛନ୍ତି।

କିଛିଦିନ ତଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ ହୋଇଥିଲା। ପେନସିଲଭାନିଆରେ ଚାଲିଥିବା ଏକ ନିର୍ବାଚନ ରାଲିରେ ଭାଷଣ ଦେବା ବେଳେ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ ହୋଇଥିଲା। ତେବେ ଗୁଳିଟି ଟ୍ରମ୍ପଙ୍କ କାନରେ ଘସି ହୋଇ ଚାଲିଯାଇଥିଲା। ସଙ୍ଗେ ସଙ୍ଗେ ଗୁଳିମାଡ କରିଥିବା ବ୍ୟକ୍ତିଙ୍କୁ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ।

ଅଧିକ ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ବଞ୍ଚାଇଲେ ମହାପ୍ରଭୁ ଜଗନ୍ନାଥ !

Donald Trump
Advertisment
Advertisment