Trump
ନିକଟରେ ଆମେରିକାର ଟେକ୍ସାସରେ ଭୟଙ୍କର ବନ୍ୟା ହୋଇଥିଲା । ଏହି ବନ୍ୟାରେ ଶତାଧିକ ଲୋକଙ୍କର ଜୀବନ ଯାଇଥିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉକ୍ତ ସ୍ଥାନକୁ ଯାଇ ସମ୍ପୂର୍ଣ୍ଣ ସ୍ଥିତି ସମୀକ୍ଷା କରିଥିଲେ । ତେବେ ଏହି ବନ୍ୟା ସମ୍ପର୍କିତ ଏକ ପ୍ରଶ୍ନ ଯେତେବେଳେ ସାମ୍ବାଦିକ ଟ୍ରମ୍ପଙ୍କୁ ପଚାରିଲେ, ଟ୍ରମ୍ପ ରାଗି ଯାଇଥିଲେ । ଜଣେ ସାମ୍ବାଦିକ ପଚାରିଥିଲେ ଯେ, ଯଦି ପାଣିପାଗ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇଥାନ୍ତା, ତାହାଲେ ହୁଏତ ଆହୁରି ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇ ପାରିଥାଆନ୍ତା । ଏହି ସମୟରେ ଟ୍ରମ୍ପ ରାଗି ଯାଇ ତାଙ୍କୁ ସବୁଠୁ ଦୁଷ୍ଟ ଲୋକ ବୋଲି କହିଥିଲେ ।
ଅଧିକ ପଢ଼ନ୍ତୁ: ଆମେରିକା ରାଜନୀତିରେ ହଲ୍ଚଲ୍, ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ ଏଲନ ମସ୍କ !
ଯଦିଓ ଟ୍ରମ୍ପ ପ୍ରଥମେ ବନ୍ୟା ସମୟରେ ପ୍ରଶାସନର କାମକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ସମସ୍ତେ ବହୁତ ଭଲ କାମ କରିଥିଲେ । କିନ୍ତୁ ପରେ ରାଗିଯାଇ ଯେଉଁ ରିପୋର୍ଟର ଏହି ପ୍ରଶ୍ନ କରିଥିଲେ, ତାଙ୍କୁ କହିଥିଲେ ଯେ, କେବଳ ଜଣେ ଖରାପ ଏବଂ ଦୁଷ୍ଟ ବ୍ୟକ୍ତି ହିଁ ଏଭଳି ପ୍ରଶ୍ନ ପଚାରନ୍ତି । କେରଭିଲରେ ଏକ ଜରୁରୀକାଳୀନ ଅପରେସନ ସେଣ୍ଟରରେ ଥାଇ ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଥିବା ଉଦ୍ଧାରକାରୀ ଟିମକୁ ପ୍ରଶଂସା କରିଥିଲେ ଟ୍ରମ୍ପ । ଟ୍ରମ୍ପ କହିଥିଲେ ଯେଉଁମାନେ ନିଖୋଜ ହୋଇଥିବା ବ୍ୟକ୍ତିଙ୍କୁ ଖୋଜୁଛନ୍ତି, ଅବିଶ୍ୱସନୀୟ । ଏହା କହିବା ପରେ ତୁରନ୍ତ ଟ୍ରମ୍ପ ବିବାଦୀୟ ବୟାନ ଦେଇଥିଲେ ।
ଏହି ବିବାଦୀୟ ବୟାନରୁ ବର୍ତ୍ତିବା ପାଇଁ ଟ୍ରମ୍ପ ସଙ୍ଗେ ସଙ୍ଗେ ସେହି ରିପୋର୍ଟରଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ସେ ଜଣେ ବହୁତ ଭଲ ରିପୋର୍ଟର । ଭଲ ପ୍ରଶ୍ନ ପଚାରିଲେ ବୋଲି କହି ଟ୍ରମ୍ପ ତାଙ୍କ ବିବାଦୀୟ ବୟାନକୁ ଘୋଡାଇବାକୁ ଚେଷ୍ଟା କରିଥିଲେ । ତାଙ୍କ ପ୍ରଶାସନ ଟେକ୍ସାସରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ଆଗେଇ ଆସିଛନ୍ତି ଏବଂ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି କହିଛନ୍ତି ଟ୍ରମ୍ପ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Trump_1752305138.jpg)