Advertisment

ଭାଇରାଲ ହେଉଛି ଫଟୋ ! ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କଲା କି ପୋଲିସ ?

ସୋସିଆଲ ମିଡିଆରେ କିଛି ଫଟୋ ଏବେ ଭାଇରାଲ ହେଉଛି । ସେହି ଫଟୋ ଗୁଡ଼ିକୁ ଦେଖିଲେ ଆପଣ ଭାବିବେ ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Donald Trump Is Under Arrest

Donald Trump

ଯଦି ଆପଣ ଆନ୍ତର୍ଜାତୀୟ ଖବର ସହ ଜଡ଼ିତ ଥିବେ ତେବେ ନିଶ୍ଚୟ ଜାଣିଥିବେ ଯେ, ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଏବେ ନାନା କଥା ଚର୍ଚ୍ଚା ହେଉଛି । ଏମିତିରେ ବି ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଚର୍ଚ୍ଚାରେ ରହୁଥିଲେ ଏବଂ ନିର୍ବାଚନ ହାରିବା ପରେ ବି ଖୁବ୍‌ ଚର୍ଚ୍ଚାରେ ଥିଲେ । ତେବେ ଏଥର କିନ୍ତୁ ସେ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି ।

Advertisment

ସୋସିଆଲ ମିଡିଆ ରେ କିଛି ଫଟୋ ଏବେ ଭାଇରାଲ ହେଉଛି। ସେହି ଫଟୋ ଗୁଡ଼ିକୁ ଦେଖିଲେ ଆପଣ ଭାବିବେ ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଛି । ଆଉ କମଳା ରଙ୍ଗର କଏଦୀ ପୋଷାକ ପିନ୍ଧାଇ ଜେଲ୍‌ରେ ରଖିଛି । ଗିରଫ ସମୟରେ ତାଙ୍କ ଟଣା ଓଟରା କରିଛନ୍ତି ପୋଲିସ । ଜୋର ଜବରଦସ୍ତ ଉଠାଇ ନେଇଛନ୍ତି । ସେହି ଫଟୋ ଗୁଡ଼ିକୁ ଦେଖିଲେ ଆପଣ ନିଶ୍ଚୟ ଏଭଳି କିଛି ଭାବିବେ ।

Advertisment

ଅଧିକ ପଢ଼ନ୍ତୁ: ବ୍ୟାନ୍‌ ହଟିବା ପରେ ୨ ବର୍ଷ ପରେ ଫେସ୍‌ବୁକ୍‌ରେ ପ୍ରଥମ ପୋଷ୍ଟ ଶେୟାର କଲେ ଡୋନାଲ୍ଡ ଟ୍ରମ୍ପ

ଆମେ ଆପଣଙ୍କୁ ଏଠି କହି ରଖୁଛୁ ଯେ, ସେଭଳି କିଛି ହୋଇନାହିଁ । ଯେଉଁ ଫଟୋ ଗୁଡ଼ିକୁ ଆପଣ ଦେଖୁଛନ୍ତି ବା ଭାଇରାଲ ହେଉଛି ସେଗୁଡ଼ିକ ଫେକ୍‌ । ମଜା ମସ୍ତି ପାଇଁ ସେହି ଫଟୋ ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ଏଠି ଆପଣ ଭାବୁଥିବେ ଯେ, ମଜା ମସ୍ତି ପାଇଁ ଏମିତି ଫଟୋ କାହିଁକି ପ୍ରସ୍ତୁତ କରାଗଲା । ମଜା ମସ୍ତି ପାଇଁ ଏମିତି କ’ଣ ଫଟୋ ପ୍ରସ୍ତୁତ କରିବା ଜରୁରୀ ।

ତେବେ ପୁରା କାହାଣିଟି ହେଲା, ଡୋନାଲ୍ଟ ଟ୍ରମ୍ପଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି । ୨୦୧୬ରେ ଡୋନାଲ୍ଡ ଟ୍ରମ୍ପ ଜଣେ ପର୍ଣ୍ଣଷ୍ଟାରଙ୍କୁ ବେଆଇନ ଭାବେ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅନେକ ଅପରାଧିକ ମାମଲା ତାଙ୍କ ନାଁରେ ରହିଥିବା ଜଣାପଡ଼ିଛି । ତେଣୁ ତାଙ୍କୁ ଗିରଫ କରାଯାଇ ପାରେ ବୋଲି ସବୁଠି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାକୁ ଆଖି ଆଗରେ ରଖି ନକଲି ଫଟୋ ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ଜଣେ ବ୍ରିଟିସ୍‌ ସମ୍ବାଦିକ ଏହି ଫଟୋ ଗୁଡ଼ିକୁ ପୋଷ୍ଟ କରିଛନ୍ତି ।

Donald Trump Viral Photo Viral
Advertisment
Advertisment