Advertisment

US President Election Result 2024: ୪ ବର୍ଷ ପରେ ଆମେରିକାରେ ପୁଣି ଚାଲିଲା ଟ୍ରମ୍ପ କାର୍ଡ; ବନ୍ଦ ହେବ କି ଋଷ-ୟୁକ୍ରେନ୍ ଯୁଦ୍ଧ ?

୪ ବର୍ଷ ପରେ ପୁଣି ରାଷ୍ଟ୍ରପତି ବନିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଡେମୋକ୍ରାଟ୍ ପ୍ରାର୍ଥୀ କମଳା ହାରିସଙ୍କୁ ହରାଇ ବୃହତ୍ ବିଜୟ ହାସଲ କରିଛନ୍ତି ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ।

undefined

US President Election Result 2024

Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବୃହତ ବିଜୟ। କମଲା ହ୍ୟାରିସଙ୍କୁ ହରାଇ ୭୮ ବର୍ଷୀୟ ଟ୍ରମ୍ପ ବନିଛନ୍ତି ଆମେରିକାର ୪୭ ତମ ରାଷ୍ଟ୍ରପତି। ଦ୍ବିତୀୟ ଥର ପାଇଁ ଦଖଲ କରିଛନ୍ତି ହ୍ବାଇଟ୍ ହାଉସ। ନିର୍ବାଚନରେ ବିଶ୍ବାସକୁ ନେଇଥିବାରୁ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଭିକଟ୍ରି ସ୍ପିଚରେ ମେକ୍ ଆମେରିକା ଗ୍ରେଟ୍ ଏଗେନ୍‌ର ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। 

Advertisment

ଆମେରିକାରେ ପୁଣି ଟ୍ରମ୍ପ ସରକାର । ମିଷ୍ଟର ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ୍ ହାଉସରେ ଦ୍ୱିତୀୟ ଇନିଂସ । ଆମେରିକାରେ ପୁଣି ଚାଲିଲା ଟ୍ରମ୍ପ କାର୍ଡ। ୪ ବର୍ଷ ପରେ ପୁଣି ରାଷ୍ଟ୍ରପତି ବନିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଡେମୋକ୍ରାଟ୍ ପ୍ରାର୍ଥୀ କମଳା ହାରିସଙ୍କୁ ହରାଇ ବୃହତ୍ ବିଜୟ ହାସଲ କରିଛନ୍ତି ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ। ନିର୍ବାଚନରେ ଟ୍ରମ୍ପଙ୍କୁ ୨୭୭ ଇଲୋକ୍ଟୋରାଲ୍ ଭୋଟ୍ ମିଳିଥିବା ବେଳେ ହାରିସଙ୍କୁ ମିଳିଛି ୨୨୪ ଭୋଟ୍। ଆମେରିକାର ୪୭ ତମ ରାଷ୍ଟ୍ରପତି ବନିଥିବା ଟ୍ରମ୍ପ ଏହି ବିଜୟକୁ ଐତିହାସିକ ଓ ଅବିଶ୍ୱସନୀୟ କହିଛନ୍ତି। ଜିତିବାର ସବୁ କ୍ରେଡିଟ୍ ଦେଇଛନ୍ତି ଆମେରିକାବାସୀଙ୍କୁ। ତାଙ୍କୁ ବିଶ୍ୱାସକୁ ନେଇଥିବାରୁ ଜଣାଇଛନ୍ତି ଧନ୍ୟବାଦ। 

ଅଧିକ ପଢ଼ନ୍ତୁ: Donald Trump ଙ୍କୁ ବଂଧୁ ସମ୍ବୋଧନ କରି ଶୁଭେଚ୍ଛା ଜଣାଇଲେ PM Narendra Modi; କହିଲେ...

Advertisment

କହିଛନ୍ତି, ଆଗାମୀ ଦିନ ଆମେରିକା ପାଇଁ ସ୍ବର୍ଣ୍ଣିମ ଦିନ ହେବାକୁ ଯାଉଛି। ଆମେ ମିଶିକରି ଆମେରିକାର ଉଜ୍ଜଳ ଭବିଷ୍ୟତ ପାଇଁ କାମ କରିବା। ସମର୍ଥକଙ୍କୁ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି, ଆମେ ଅସମ୍ଭବକୁ ସମ୍ଭବ କରିଦେଖାଇଛୁ। ଆମେରିକାବାସୀ ଅଭୂତପୂର୍ବ ଏବଂ ଶକ୍ତିଶାଳୀ ଜନାଦେଶ ଦେଇଛନ୍ତି। ଇଏ ଏଭଳି ଏକ ରାଜନୈତିକ ବିଜୟ ଯାହା ଆମେ ଦେଶ ପୂର୍ବରୁ କେବେ ଦେଖିନଥିଲା। ଏବେଠୁ ମୁଁ ଆପଣଙ୍କ ପାଇଁ ଲଢିବି ବୋଲି କହିଛନ୍ତି ଟ୍ରମ୍ପ। 

ଯାହା କେହି କେବେ କରିପାରିନଥିଲେ ତାକୁ କରିଦେଖାଇଛନ୍ତି ଟ୍ରମ୍ପ। ମାଳ ମାଳ ମାମଲା ହେଲା, ବର୍ଷ ବର୍ଷ ଧରି କୋର୍ଟରେ ଶୁଣାଣି ଚାଲିଲା, ଏପରିକି ପ୍ରଚାର ସମୟରେ ଗୁଳି ବି ଖାଇଲେ। ତଥାପି ଆମେରିକାକୁ ମହାନ ବନାଇବାର ସଂକଳ୍ପ ନେଇ ଜନତାଙ୍କୁ ମାଗିଚାଲିଥିଲେ ସମର୍ଥନ। ୨୦୨୦ରେ ମାତ୍ ଖାଇଥିବା ଟ୍ରମ୍ପଙ୍କ ୪ ବର୍ଷ ପରେ ହୋଇଛି ଗ୍ରାଣ୍ଡ କମ୍ ବ୍ୟାକ୍। ଉପରାଷ୍ଟ୍ରପତି ତଥା ଅମେରିକାର ମୋଷ୍ଟ ପାୱାରଫୁଲ୍ ଲେଡି କମଳା ହାରିସଙ୍କୁ ଦେଇଛନ୍ତି ମାତ୍। ସାତ ସ୍ୱିଙ୍ଗ ଷ୍ଟେଟରେ ଭଲ ରେଜଲ୍ଟ ସହ ମିଳିଛି ଆମେରିକାବାସୀଙ୍କ ଅକୁଣ୍ଠ ସମର୍ଥନ । 

Advertisment

ଓହିଓ ସିନେଟର ତଥା ଉପରାଷ୍ଟ୍ରପତି ହେବାକୁ ଯାଉଥିବା ଜେଡି ବେନ୍ସ ଏବଂ ତାଙ୍କ ଭାରତୀୟ-ଆମେରିକୀୟ ପତ୍ନୀ ଉଷା ଚିଲ୍ଲୁକୁରୀଙ୍କୁ ପ୍ରଶଂସା କରିଛନ୍ତି ଟ୍ରମ୍ପ। ଏଲନ ମସ୍କଙ୍କୁ ବି ପ୍ରଶଂସାରେ ପୋତି ପକାଇଛନ୍ତି। କହିଛନ୍ତି, ସ୍ପେଶ୍ ଏକ୍ସ ଜରିଆରେ ମସ୍କ ଯାହା କରିଛନ୍ତି, ତାହା ଋଷ କି ଚୀନ ବି କରିପାରିବେ ନାହିଁ। ଏଥିସହ ବଡ ଘୋଷଣା କରିଛନ୍ତି ଟ୍ରମ୍ପ। କହିଛନ୍ତି, ଯୁଦ୍ଧ ବନ୍ଦ କରିବାକୁ ମୁଁ ପ୍ରତିବଦ୍ଧ। ଆମେରିକାର ସୀମା ସିଲ୍ କରାଯିବ। ଦେଶକୁ ବେଆଇନ୍ ଏଣ୍ଟ୍ରି ବନ୍ଦ ହେବ। ମେକ୍ ଆମେରିକା ଗ୍ରେଟ୍ ଏଗେନର ଆହ୍ବାନ ଦେଇଛନ୍ତି ଟ୍ରମ୍ପ। 

ଏବେ ପ୍ରଶ୍ନ ଉଠୁଛି, ଟ୍ରମ୍ପଙ୍କ ବିଜୟରେ ସାରା ବିଶ୍ବକୁ କଣ ମିଳିପାରେ ଫାଇଦା । ପ୍ରଚାର ସମୟରେ ଏବଂ ବିଜୟ ପରେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ସେ ଯୁଦ୍ଧ ବନ୍ଦ କରିବେ। ତେଣୁ ମଧ୍ୟପ୍ରାଚ୍ୟ ଏବଂ ଋଷ-ୟୁକ୍ରେନ ମଧ୍ୟରେ ଖୁବଶୀଘ୍ର ଯୁଦ୍ଧରେ ବିରାମ ଲାଗିପାରେ। ୟୁକ୍ରେନକୁ ଯୁଦ୍ଧ ସାମଗ୍ରୀ ଓ ଆର୍ଥିକ ସହାୟତା ବନ୍ଦ କରିଦେଇ ଋଷ ସହ ଶାନ୍ତି ଆଲୋଚନା ପାଇଁ କଥାବାର୍ତା କରିବାକୁ ଚାପ ପକାଇପାରନ୍ତି ଟ୍ରମ୍ପ। ମିଡିଆ ଟେକ୍ନୋଲଜିରୁ ରିୟଲ ଇଷ୍ଟେଟ୍, ସାରା ବିଶ୍ବରେ ରହିଛି ଟ୍ରମ୍ପଙ୍କ ବ୍ୟବସାୟ। ସେ ମୋଟ ୭ ଆରବ ଡଲାର ଅର୍ଥାତ୍ ପ୍ରାୟ ୬୫ ହଜାର କୋଟି ସମ୍ପତ୍ତିର ମାଲିକ।

ଅଧିକ ପଢ଼ନ୍ତୁ: ଜିତିଲେ Donald Trump, ଭାରତୀୟ ସେୟାର ବଜାରରେ କ’ଣ ରହିବ ଏହାର ପ୍ରଭାବ ?

US President Election Donald Trump USA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ